ଟେନସନ ଠାରୁ କିପରି ଦୂରେଇ ରହିବେ ? ସବୁବେଳେ ଚିନ୍ତିତ ରହୁଥିବା ଲୋକ ନିଶ୍ଚୟ ଦେଖନ୍ତୁ

ଆଜି କଲି ଦୁନିଆରେ ଚାକିରିଆ ହେଉ କି ଛାତ୍ର ହେଉ ସମସ୍ତେ କିଛି ନା କିଛି ଚିନ୍ତା ରହିଥାଏ । ଏହି ଦୁନିଆ ଏବେ ଯେଉଁ ପରିସ୍ଥିତିରେ ଅଛି ସେଥିପାଇଁ ସମସ୍ତେ ଚିନ୍ତାରେ ଥିବେ । ଆପଣ ଗୋଟିଏ କଥା ବିଷୟରେ ଭାବୁଥିବେ ଆଉ ଗୋଟିଏ କଥା ଚିନ୍ତା ମନ ଭିତରେ ଖେଳିଯିବ । ସେହ କଥାରେ ଆପଣ ବହୁତ ଭାଙ୍ଗି ପଡିବେ । ଆପଣ ଯଦି ଛାତ୍ର ତେବେ ପାଠ ପଢା ଚିନ୍ତା ଥିବ । ଯଦି ଚାକିରିଆ ତେବେ ଚାକିରିକୁ ନେଇ ଚିନ୍ତା ଥିବ ।

ଏହି ଅତ୍ୟଧିକ ଚିନ୍ତା ପାଇଁ ଆପଣଙ୍କର ମସ୍ତିସ୍କର ରଚନାତ୍ମକ ଭାବନାକୁ କମଜୋର କରିଦେଇଥାଏ । ଏହି ଭଳି ଅତ୍ୟଧିକ ଚିନ୍ତାକୁ ଦୂର କରିବା ଏକ କାହାଣୀ ମାଧ୍ୟମ ଦ୍ଵାରା । ହାରି ଓଡିନି ନାମକ ଏକ ଯାଦୁଗର ଥିଲେ ସେ କୌଣସିବି ଜେଲର ତାଲାକୁ ଗୋଟିଏ ଘଣ୍ଟାରେ ଖୋଲିବାରେ ମାହିର ଥିଲେ ।

ଓଡିନିଙ୍କୁ  ଏହି ପରି କିଛି ଛୋଟ ମୋଟ ଜେଲରୁ ଆହ୍ଵାନ ଆସିଥିଲାକି ତାଙ୍କ ଜେଲର ତାଲାକୁ ବିନା ଚାବିରେ ଗୋଟିଏ ଘଣ୍ଟାରେ ଖୋଲିବା ପାଇଁ । ସେ ଏହାକୁ ଅତି ସହଜରେ ଖୋଲି ଦେଇ ବାହାରକୁ ଚାଲି ଆସୁଥିଲେ । କିନ୍ତୁ ଲୋକମାନେ ଏହା ଜାଣି ପାରୁଥିଲେ ସେ ତାଙ୍କ ବେଲ୍ଟ ଭିତରେ ଏକ ଛୋଟ ପିନ ରଖୁଥିଲେ ଯାହାଦ୍ବାରାକୀ ସେ ସବୁ ଜେଲର ତାଲା ଖୋଲି ବାହାରକୁ ଆସି ପାରୁଥିଲେ ।

କିନ୍ତୁ ବାସ୍ତବରେ କୌଣସି ମନୁଷ୍ୟ ସାଧାରଣ ଗୋଟିଏ ଷ୍ଟିଲ ତାର ଦ୍ଵାରା ସବୁ ତାଳକୁ ଏତେ ସହଜରେ ଖୋଲିପାରିବ ନହିଁ । ହୋଡିନୀ ତାଙ୍କର ଏହି ଗୁଣ ପାଇଁ ପ୍ରସିଦ୍ଧ ହୋଇଗଲେ । ଦିନେ କୌଣସି ଗୋଟିଏ ବଡ ଜେଲର ଅଧିକାରୀ ମାନେ ତାଙ୍କର ଏହି କାରନାମା ବିଷୟରେ ଶୁଣିଥିଲେ କି କିପରି ସେ ଅତି ସହଜରେ ସବୁ ଜେଲର ତାଲା ଖୋଲି ବାହାରକୁ ଆସିଯାଉଥିଲେ ।

କିନ୍ତୁ ସେହି ଅଧିକାରୀମାନେ ନିସ୍ପତି ନେଲେକି ହୋଡିନୀଙ୍କୁ ଏକ ମଜବୁତ ତାଲା ବିଶିଷ୍ଟ ଜେଲ ଖୋଲିବାକୁ ନିମନ୍ତ୍ରଣ ଦେବେ । ଯାହାକି ସେହି ତାଲାକୁ କେହିବି ବିନା ଚାବିରେ ସହଜରେ ଖୋଲି ପାରିନଥିଲେ । ବହୁତ ଲୋକଙ୍କର ସମୁଖରେ ଏହି କୌଶଳ ଦେଖାଇବାର ବ୍ୟବସ୍ତା କରାଗଲା । ହୋଡିନୀ ସେଠାକୁ ଆସିଲେ ତାଲା ଖୋଲିବାକୁ ।

ହୋଡିନୀ ତାଲା ଖୋଲିବାକୁ ଜେଲ ଭିତରକୁ ଗଲା ବେଳେ ସେହି ଜେଲର ସିପାହୀ ତାଙ୍କୁ କହିଲେ କି ଏହି ଜେଲର ତାଲା ଦେଶର ସବୁଠୁ ଶକ୍ତି ଶାଳି ଓ ମଜବୁତ ତାଲା ଅଟେ ଏହାକୁ କେହିବି ଖୋଲିପାରି ନାହିଁ । ଏହା ଶୁଣି ହୋଡିନିଙ୍କର ଆତ୍ମବିଶ୍ଵାସ କିଛି କମିଗଲା । ତଥାପି ସେ ଭାବିଲେ କି ନିଜ ଜାଦୁ ବଳରେ ସେହି ତାଳାକୁ ଖୋଲିଦେବେ ।

ସେ ଜେଲ ଭିତରକୁ ଯାଇ ତାଙ୍କର ବେଲ୍ଟ ଖୋଲି ସେହି ଷ୍ଟିଲ ପିନକୁ ଖୋଲି ତାଲା ଖୋଲିବାରେ ଲାଗିଲେ କିନ୍ତୁ ବହୁତ ଚେଷ୍ଟା କରି ତାଳାକୁ ଖୋଲିପାରିଲେ ନାହିଂ । ଶେଷରେ ସେ ସେହି ଜେଲର ଗେଟକୁ ରାଗିଜାଇ ବହୁତ ଜୋରରେ ମାରିଲେ ଓ ସେ ଗେଟ ଖୋଲିଗଲା କାହିଁକି ନା ସେହି ଗେଟର ତାଲା ଖୋଲା ଥିଲା ତ ଖୋଲା ତାଲା କୁ କଣ ଖୋଲି ହେବ ।

ହୋଡିନୀ ଖୋଲା ତାଳକୁ ଖୋଲିବାରେ ବ୍ୟସ୍ତ ଥିଲେ । ସେଥିପାଇଁ ସେ ତାଲାକୁ ଖୋଲିପାରିଲେ ନାହିଁ ।  ତାଙ୍କ ମନରେ ବାରମ୍ବାର ସେହି ସିପାହୀର କଥା ମାନେ ପଡୁଥିଲାକି ସେହି ଜେଲର ତାଲା ଦେଶର ସବୁଠୁ ମଜବୁତ ତାଲା ଅଟେ । ଏହି କଥା ଚିନ୍ତାକରି ସେ ତାଙ୍କର ପୁରା ଆତ୍ମ ବିଶ୍ବାସ ହରେଇବସିଥିଲେ । ଯାହାକି ବାସ୍ତବରେ ନଥିଲା । ଆପଣ ବି ଏହି ଭଳି ଅନ୍ୟଟିକ ଚିନ୍ତାଧାରା ପାଇଁ କୌଣସି କାମକୁ ଠିକ ଭାବରେ କରି ପାରନ୍ତି ନାହିଁ ।

ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ପେଜ୍କୁ ଲାଇକ୍ କରନ୍ତୁ ।