ମାଡି ଆସୁଛି ଭୟଙ୍କର ବାତ୍ୟା “ଲାୟନ-ରକ୍”, ଦକ୍ଷିଣ ଚୀନ ସାଗରରୁ ଆସି ବଙ୍ଗୋପ ସାଗରରେ କରିବ ତାଣ୍ଡବ, ଦେଖନ୍ତୁ ଓଡିଶା ଉପରେ କଣ ରହିବା ପ୍ରଭାବ ?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଚୀନ ସାଗରରେ ଏକ ବାତ୍ୟା ସୃଷ୍ଟି ହେବ । ଏହା ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ । ଯାହାଫଳରେ ଏହି ସବୁ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍ । ଗୁଲାବର ଅବଶିଷ୍ଟା॰ଶ ଯେପରି ଆରବସାଗରରେ ବାତ୍ୟା ସୃଷ୍ଟି କରିଥିଲା, ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟାର ଅବଶିଷ୍ଟା॰ଶ ଠିକ ସେହିପରି ବଙ୍ଗୋପସାଗରରେ ପ୍ରବେଶ କରିବା ପରେ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିପାରେ ।

ତେବେ IMD ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ନେଇ ଆଲର୍ଟ ଜାରି କରାଯାଇ ନାହିଁ । ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ବାତ୍ୟାର ନାମ ରଖାଯାଇଛି ‘ଲାୟନ-ରକ୍’ । ଏହାର ଅବଶିଷ୍ଟା॰ଶ ବଙ୍ଗୋପସାଗରରେ ପ୍ରବେଶ କରିବ । ଯାହାଫଳରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଯିବ । ଯାହା ଭାରତର ଆନ୍ଧ୍ର ଉପକୂଳକୁ ମୁହାଁଇବ । ତେବେ ଆସନ୍ତା ୧୭ ତାରିଖ ବେଳକୁ ଏହା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି ।

ଯଦି ବାତ୍ୟା ଆକଳନ ଅନୁସାରେ ଏହିଭଳି ଭାବେ ଗତି କରେ ତେବେ କାଟିନାଡା ଓ ମଛଲିପାଟନମ ମଧ୍ୟରେ ଏହା ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଯାହାର ପ୍ରଭାବରେ ଓଡିଶା ଦକ୍ଷିଣ ଉପକୂଳରେ ଆସନ୍ତା ୧୫ ରୁ ୧୭ ତାରିଖ ମଧ୍ୟରେ ପ୍ରବଳ ବର୍ଷା କରାଇବ । ଆଭ୍ୟନ୍ତରୀଣ ଓଡିଶା ମଧ୍ୟ ଅନେକାଂଶରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ବାତ୍ୟା ଗତିବିଧିର ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି କହିଛନ୍ତି ବିଶିଷ୍ଟ ଭୂବିଜ୍ଞାନୀ ଡାକ୍ତର ଜେନାମଣି ସଞ୍ଜୀବ କୁମାର ।

ତେବେ ଏହି ବାତ୍ୟା ଯୋଗୁଁ କେତେ ମାତ୍ରାରେ ବର୍ଷା ହେବ ଓ ପବନର ବେଗ କେତେ ରହିବ ତାହା ଏପର୍ଯ୍ୟନ୍ତ ସଠିକ ଭାବେ ଆକଳନ କରାଯାଇ ନାହିଁ । ଯେଉଁ ବାତ୍ୟାଟି ସୃଷ୍ଟି ହେବ ତାର ଘନୀଭୂତତା ଉପରେ ଏହିସବୁ ନିର୍ଭର କରେ । ଯଦି ଏହା ଅଧିକ ଘନୀଭୂତ ହୁଏ ତେବେ ନିଶ୍ଚୟ ଭାବେ ଏକ ଭୟଙ୍କର ବାତ୍ୟାର ରୂପ ନେବ ଏବଂ ଓଡିଶା ସମେତ ଆନ୍ଧ୍ର ଉପକୂଳ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।