ଦେଖନ୍ତୁ, ଚିମଟେ ବାଲା ବାବା, କରିଥାଏ କେବଳ ମହିଳାମାନଙ୍କର ଚିକିଶ୍ଚା, ସେ ପୁଣି ଏମିତି !

ଏଠି ପ୍ରାୟତଃ କିଛି ନା କିଛି ସମସ୍ୟାରେ ପୀଡିତ ଥିବା ଲୋକମାନେ ବିଶ୍ଵାସର ସହିତ ଆସିଥାନ୍ତି କି ଚିମଟେ ବାଲା ବାବା ତାଙ୍କୁ ସୁସ୍ଥ କରିଦେବେ । ଏହାର ଓଲଟା ଚିମଟେ ବାଲା ବାବା ରୋଗକୁ ଠିକ କରିବା ବାହାନାରେ ମହିଳାମାନଙ୍କ ସହିତ କିଛି ଆପତ୍ତିଜନକ ବ୍ୟବହାର କରିଥାଏ । ଭୋଳାପୁର ଗ୍ରାମ ଜି ରାଜନନ୍ଦା ଗ୍ରାମ ସହରରୁ ମାତ୍ର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମର ଜଣେ ବ୍ୟକ୍ତି, ଭଗତ ଦେଶଲହରେ, ଚିମଟେ ବାଲା ବାବା ନାମରେ ପ୍ରଖ୍ୟାତ ।

ସପ୍ତାହର ରବିବାର ଓ ବୁଧବାର ତଥା ଶୁକ୍ରବାର ଦିନ କୌଣସି ନା କୌଣସି ରୋଗ ଦ୍ଵାରା ପୀଡିତ ଲୋକମାନେ ଏଠି ବହୁତ ସଂଖ୍ୟାରେ ଆସନ୍ତି । ଏହା ଲୋକମାନଙ୍କର ଅନ୍ଧବିଶ୍ଵାସ କୁହନ୍ତୁ କି ଅନ୍ୟ କିଛି । କିନ୍ତୁ ଲୋକମାନେ ନିଜର ଚିକିଶ୍ଚା କରିବା ପାଇଁ ହସ୍ପିଟାଲ ଯିବା ପରିବର୍ତ୍ତେ ବାବା ପାଖକୁ ଯିବାକୁ ଉଚିତ ମାନନ୍ତି । ଏହି ବାବା ଗ୍ରହ ନକ୍ଷତ୍ରର ଖରାପ ଦଶା, ଭୁତ ପ୍ରେତ, ଜାଦୁ ଟୋନାର ସାହାରା ନେଇ ଦେଶୀ ଷ୍ଟାଇଲରେ ଲୋକ ମାନଙ୍କର ଉପଚାର କରିଥାଏ ।

ଛୁରିୟା ସୀଏଚସୀରେ ସବୁଦିନ ୧୦୦ ପୀଡ଼ିତାଙ୍କର ଭିଡ ହୋଇଥାଏ । ଅନ୍ୟ ପଟେ ଡୋଂଗର ଗ୍ରାମରେ ପାଖାପାଖି ୨୦୦ ଲୋକମାନଙ୍କର । ଏହାର ବିପରୀତ ଚିମଟେ ବାଲା ବାବାର ଦରବାରରେ ଚିମୁଟାର ମାଡ ଖାଇବା ଛଡା ବିଭୁତି ଦ୍ଵାରା ଚିକିଶ୍ଚା କରିବା ପାଇଁ ୩୦୦ ରୁ ଅଧିକ ଲୋକମାନେ ଏଠାକୁ ଆସିଥାନ୍ତି । ଯେତେବେଳେ କି ରବିବାର ଦିନ ଏହି ସଂଖ୍ୟା ୪୦୦ ରୁ ବି ଅଧିକ ପହଞ୍ଚି ଯାଏ । ଏଠି ରୋଗୀ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ପାଗଳ ରୋଗୀ ଆସନ୍ତି ।

ଏହା ଛଡା ଅଣ୍ଟା ବ୍ୟଥା, ମା’ର କ୍ଷୀର ନ ବାହାରିବା, ସନ୍ତାନ ପ୍ରାପ୍ତି, ମାଇଗ୍ରେନ ଓ ଘର ଝଗଡା ଭଳି ବିପଦରୁ ନିଜକୁ ବଞ୍ଚାଇବା ପାଇଁ ବି ଆସନ୍ତି । ଏଠାରେ ଚିମଟେ ବାଲା ବାବା ଲୋକମାନଙ୍କୁ ଚାଉଳ ତଥା ବିଭୁତି ଦେଇ ଓ ଚିମୁଟା ମାରି ଠିକ କରିବାର ଔଷଧ ଦେଇଥାଏ ।

ଗୋଟିଏ ବ୍ୟକ୍ତି ଯିଏକି ରାଜନନ୍ଦା ଗ୍ରାମର ନବ ଗ୍ରାମର ନିବାସୀ ନିଜର ଝିଅକୁ ନେଇ ବାବା ପାଖକୁ ଆସିଥିଲା । ତାର ଝିଅ ପାଞ୍ଚ ମାସ ପୂର୍ବରୁ ଏକ ସନ୍ତାନକୁ ଜନ୍ମ ଦେଇଥିଲା କିନ୍ତୁ ତାହାର ଶିଶୁ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ତାହାର ଶରୀରରୁ କ୍ଷୀର ବାହାରୁ ନ ଥିଲା ।ଯେତେବେଳେ ଚିମଟେ ବାଲା ବାବା ସେହି ପୀଡ଼ିତାର ଏହି ଅସୁବିଧା ବିଷୟରେ ଶୁଣିଲା ତେବେ ସେ ତାକୁ ଚାଉଳର ୫ଟି ଦାନା ଓ ଗେଣ୍ଡୁ ଫୁଲ ହାତରେ ଦେଇ ତାକୁ ଜଲ୍ଦି ଖାଇବକୁ ଆଦେଶ ଦେଲା ଓ ଏତିକି ନୁହେଁ ପୀଡ଼ିତାକୁ ନିଜ ସାମ୍ନାରେ ଛିଡା କରି ତାହାର ଛାତି ଉପରେ ହାତ ବୁଲାଇଲା ।

ଏହା ପରେ ତାହାର ପିଠିରେ ଚିମୁଟାରେ ଦୁଇ ଥର ମାରିଲା ଓ କହିଲା କି ଚିନ୍ତା କରନ୍ତୁ ନାହିଁ ଜଲ୍ଦି ହିଁ କ୍ଷୀର ବାହାରିବା ଆରମ୍ଭ ହୋଇଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।