ଯଦି ଆପଣ ଚିକେନ୍ ଖାଉଛନ୍ତି, ତେବେ ଧ୍ୟାନ ରଖନ୍ତୁ ଏହି କଥା,ନଚେତ ପଛରେ…

ଆମମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଚିକେନ୍ ଖାଇବା କୁ ପସନ୍ଦ କରନ୍ତି । ବଜାର ରେ ମିଳୁଥିବା ମାଂସ ମାନଙ୍କ ମଧ୍ୟରୁ ଚିକେନ୍ ଟିକେ ଶସ୍ତା ରେ ଉପଲବ୍ଧ ଅଟେ ତେଣୁ ଏହାକୁ ଲୋକ ମାନେ ଟିକେ ବେଶି ପସନ୍ଦ କରନ୍ତି ଖାଇବା ପାଇଁ । କିନ୍ତୁ 99 % ଲୋକ ଜାଣନ୍ତି ନାହିଁ ଯେ ଚିକେନ୍ ଖାଇବା ଆମ ପାଇଁ କେତେ କ୍ଷତିପୂରଣ ଅଟେ । ଏହା ନିଜକୁ ଆବଶ୍ୟକ କରିବା ପାଇଁ ଜୀବାଣୁଙ୍କର କ୍ଷମତାକୁ ନଷ୍ଟ କରିଦିଏ ଅର୍ଥାତ ଶରୀରରେ ଆମର କିଛି ଏଭଳି ବ୍ୟାକ୍ଟେରିଆ ଥାନ୍ତି ଯାହା କି ଆମ ଶରୀର ପାଇଁ ଉପକାରୀ ଅଟେ ।

କୁକୁଡ଼ା ଦୁନିଆରେ ସବୁଠାରୁ ସାଧାରଣ ପ୍ରକାରର ମାଂସ ଅଟେ । କୁକୁଡ଼ା ଖାଇବା ଉପରେ କୌଣସି ଦେଶରେ କଟକଣା ନାହିଁ । ହଜାରେ ବର୍ଷ ଧରି ଏହାକୁ ଲୋକ ମାନେ ଖାଇ ଆସୁଛନ୍ତି । ଏହାକୁ ଅଧିକ ଦିନ ପାଇଁ ସତେଜ କରିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । କୁକୁଡ଼ାମାନେ ପ୍ରଥମେ ଲଢ଼ିବା ପାଇଁ ପାଳିତ ହେଉଥିଲେ । କିନ୍ତୁ ପରେ ଏହାକୁ ମାଂସ ଖାଇବା ପାଇଁ ଅଣାଯାଇଥିଲା । ମାଛ, ମଟନ୍ ଭଲ, କିନ୍ତୁ ଚିକେନ୍ ଖାଇବା ବିପଦ ପୂର୍ଣ୍ଣ ମଧ୍ୟ ଅଟେ । ଚିକେନ୍ ଖାଇବା କାରଣରୁ ଶରୀରରେ ଅନେକ ରୋଗର ଭୟ ରୁହେ ।

ତେବେ ଆସନ୍ତୁ ଜାଣିବା କୁକୁଡ଼ା ଖାଇବାର କିଛି ଭୟଙ୍କର ଅସୁବିଧା ।

1. ଅନେକ ବ୍ରୟେଲର କୁକୁଡ଼ା ମାନଙ୍କୁ ବିଭିନ୍ନ ପ୍ରକାର କେମିକାଲ ଇଂଜେକସନ ଦିଆଯାଇ ବଡ଼ କରାଯାଏ କୃତିମ ଉପାୟରେ । ଯଦି ଆପଣ ଚିକେନ୍ ଖାଆନ୍ତି ଯେଉଁଥିରେ କ୍ଲୋର-ଟେଟ୍ରାସାଇକ୍ଲିନ୍ ର ଅନାବଶ୍ୟକ ମାତ୍ରା ଥାଏ, ତେବେ ଦାନ୍ତର ଦାଗ, ଯକୃତର କ୍ଷତି ଏବଂ ପେଟ ଯନ୍ତ୍ରଣା ହୋଇପାରେ ।

2. ଲୋକମାନେ ଭଜା ଚିକେନ୍ ଅପେକ୍ଷା ଗ୍ରିଲ୍ ଚିକେନ୍ ପସନ୍ଦ କରନ୍ତି । ଆଉ କେତେକ ବ୍ୟକ୍ତି ଚିକେନ୍ ଚିଲି, କିମା, ତଣ୍ଡୁରୀ ଚିକେନ୍ ମଧ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏହିପରି ଅଜୈବିକ ଉପାଦାନଗୁଡିକ ଗ୍ରିଲ୍ ଚିକେନ୍ ରେ ମିଳିଥାଏ, ଯାହା ପ୍ରୋଷ୍ଟେଟ୍ କର୍କଟ ଏବଂ ସ୍ତନ କର୍କଟର ମଧ୍ୟ କାରଣ ହୋଇପାରେ ।

3. ଦୋକାନୀମାନେ ଶୀଘ୍ର ଏହି କୁକୁଡ଼ାମାନଙ୍କୁ ବଢାଇବା ପାଇଁ ଅକ୍ସିଟୋସିନ୍ ଇଞ୍ଜେକ୍ସନ ଦିଅନ୍ତି । ଯାହା ଦ୍ୱାରା ସେମାନଙ୍କର ମାଂସ ଖାଇବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

4. ଏଭିଆନ୍ ଫ୍ଲୁ ଏକ ଅତି ଗମ୍ଭୀର ରୋଗ, ଯାହା କୁକୁଡ଼ା ମାଧ୍ୟମରେ ବ୍ୟାପିଥାଏ । ଏହି ରୋଗରେ ନିମୋନିଆ ସହିତ ଶରୀରର ଅଙ୍ଗଗୁଡ଼ିକ କାର୍ଯ୍ୟ ବନ୍ଦ କରିଦିଏ ।

5. କୁକୁଡ଼ା ମାନଙ୍କ ଅଣ୍ଡା ଦେବା କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ସେମାନଙ୍କୁ କେମିକାଲ ଯୁକ୍ତ ଦାନା ଦିଆଯାଏ । ଯାହା କି ମାନବ ଶରୀର ପାଇଁ ହାନିକାରକ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।