ପିଲାମାନଙ୍କୁ ଯେତେବେଳେ ଟ୍ୟୁସନ ଯାଉଛନ୍ତି ତ ଏହି କଥା ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଆଜିକାଲି ଭଲ ଭବିଷ୍ୟତ ପାଇଁ ଓ ବର୍ତ୍ତମାନର ପ୍ରତିଯୋଗୀତା ପୂର୍ଣ ଯୁଗରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ମାତା ପିତା ନିଜର ପିଲାମାନଙ୍କୁ ଭଲ ସ୍କୁଲ ଓ କଲେଜରେ ନାମ ଲେଖାଉଛନ୍ତି । ଏହା ସହିତ ଭଲ ଟ୍ୟୁସନ ଓ କୋଚିଙ୍ଗ କ୍ଳାସକୁ ବି ପଠାଉଛନ୍ତି । କିନ୍ତୁ ଏହି ସମୟରେ ପିଲାମାନଙ୍କୁ ଏହି କଥା କହି ଦିଅନ୍ତୁ କି ସେ ନିଜର ଧ୍ୟାନ ନିଜେ ରଖନ୍ତୁ । ନିଜର ପିଲାମାନଙ୍କୁ ଟ୍ୟୁସନ ପଠାଇବା ପୂର୍ବରୁ ତାଙ୍କୁ ମାନସିକ ରୂପରେ ପ୍ରସ୍ତୁତ କରନ୍ତୁ ଓ ଏହା ସହିତ ତାଙ୍କୁ କଣ ପଢିବାର ଅଛି ତାହା ବିଷୟରେ ବି କହି ଦିଅନ୍ତୁ ।

ଆପଣମାନେ ପିଲାମାନଙ୍କୁ ଭଲ ଭାବରେ ବୁଝାଇବା ପାଇଁ ସମସ୍ତ ଜିନିଷକୁ ସହଜ କରି ଦିଅନ୍ତି । କିନ୍ତୁ ଯେତେବେଳେ ଆପଣଙ୍କୁ କୌଣସି ବିଷୟ ନିଜର ପିଲାମାନଙ୍କୁ ବୁଝାଇବାକୁ କଷ୍ଟ ହୋଇଥାଏ ତେବେ ଆପଣ ସେହି ସମୟରେ ପିଲାକୁ ଟ୍ୟୁସନ ପାଇଁ ପଠାନ୍ତି । କିନ୍ତୁ ଟ୍ୟୁସନରେ ପଢିବା ସମୟରେ ପିଲାମାନେ ଏକୁଟିଆ ହୋଇଥାନ୍ତି । ତେବେ ସେହି ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବାକୁ ହେବ ।

ନିଜ ସନ୍ତାନକୁ ଟ୍ୟୁସନ ପଠାଇବା ପୂର୍ବରୁ ତାକୁ ମାସନିକ ରୂପରେ ପ୍ରସ୍ତୁତ କରି ଦିଅନ୍ତୁ କି ତାକୁ କଣ ପଢିବାର ଅଛି । ଏହା ସହିତ ସେ ନେଇ ଯାଉଥିବା ବହି ଖାତା ସଠିକ ରୂପରେ ରଖିବ ।

ମାତା ପିତା ହେବା ଦୃଷ୍ଟିରୁ ଆପଣଙ୍କ ଏହା ଦାୟିତ୍ଵ ହୋଇଥାଏ କି ଟ୍ୟୁସନ ଟିଚର ପିଲାମାନଙ୍କୁ ସଠିକ ଭାବରେ ଟ୍ୟୁସନ ଦେଉଛନ୍ତି ନା ନାହିଁ । ବେଳେ ବେଳେ ଟ୍ୟୁସନ ଟିଚର ପିଲାମାନଙ୍କୁ ସଠିକ ଭାବରେ ଟ୍ୟୁସନ ଦିଅନ୍ତି ନାହିଁ । ସେଥିପାଇଁ ସମୟ ସମୟ ଏହା ବିଷୟରେ ଜାଣିବା ଉଚିତ । ଯଦି ଏହିଭଳି ହେଉଛି ତେବେ ଟ୍ୟୁସନ ଟିଚର ସହ କଥାବାର୍ତ୍ତା କରନ୍ତୁ । ନଚେତ ଟ୍ୟୁସନ ଟିଚର ବଦଳାଇ ଦିଅନ୍ତୁ ।

ବେଳେ ବେଳେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ପିଲାମାନଙ୍କୁ ଯାହା ପଢା ଯାଉଛି ତାହା ସଠିକ ନା ନାହିଁ । କାରଣ ଭୁଲ ଶିକ୍ଷା ମିଳିବା ଦ୍ଵାରା ପିଲାମାନେ ଭୁଲ ରାସ୍ତାରେ ବି ଚାଲି ଯାଇ ପାରନ୍ତି କିମ୍ବା ସେମାନେ ମୂର୍ଖ ସଙ୍ଗେ ସମାନ ହୋଇ ଯାଆନ୍ତି ।

ଟ୍ୟୁସନଙ୍କ ପ୍ରଭାବ ପିଲାମାନଙ୍କ ଉପରେ ବହୁତ ପଡିଥାଏ । ଯେତେ ଦିନ ପର୍ଯ୍ୟନ୍ତ ପିଲା ଛୋଟ ଅଛି ତାହାର ମା ହିଁ ତାହାର ଅସଲ ଟିଚର ଅଟେ । ମା ଠାରୁ ଭଲ ଶିକ୍ଷା ଶିଶୁକୁ ଆଉ କେହି ବି ଦେଇ ପାରି ନ ଥାଏ । ଯଦି ସମୟର ଅଭାବ ଅଛି ତେବେ ନିଜର ପିଲାଙ୍କୁ ଟ୍ୟୁସନ ପଢିବାକୁ ପଠାନ୍ତୁ ଅନ୍ୟଥା ନୁହେଁ ।

ଅନ୍ୟ ପଟେ କେତେବେଳେ ଆପଣଙ୍କ ଶିଶୁ ବଡ କ୍ଳାସରେ ପହଞ୍ଚି ଯାଏ ତେବ ତାହା ପାଇଁ ଟ୍ୟୁସନ କିମ୍ବା କୋଚିଙ୍ଗ ଯିବା ଆବଶ୍ୟକ ହୋଇଯାଏ । ଏହି ସମୟରେ ନିଜର ପିଲାମାନଙ୍କୁ ଏହା ଅବଗତ କରାଇ ଦିଅନ୍ତୁ କି ସେ ନିଜର ଧ୍ୟାନ ରଖନ୍ତୁ । ତାଙ୍କୁ କହି ଦିଅନ୍ତୁ କି ଅସାବଧନା ଦ୍ଵାରା ଭବିଷ୍ୟତ ଖରାପ ହୋଇପାରେ ।