ଚେହେରାକୁ ଏତେ ଗୋରା କରିଦେବ ଏହି ଉପାୟ, ବୁଲି ବୁଲି ଆପଣଙ୍କୁ ଦେଖିବ ପୁରା ଦୁନିଆ

ଯଦି ଆପଣଙ୍କର ପର୍ସନାଲିଟୀ ସହିତ ଆପଣଙ୍କ ଚେହେରାରେ ଚମକ ଆସିଯିବ ତେବେ କେତେ ଭଲ ହେବ । ଏହା ତ ସମସ୍ତଙ୍କର ସ୍ଵପ୍ନ ହୋଇଥାଏ କି ସେ ସୁନ୍ଦର ଓ ଆକର୍ଷକ ଦେଖା ଯାଆନ୍ତୁ । କିଏ ନ ଚାହେଁ ଚାନ୍ଦ ଭଳି ସୁନ୍ଦର ଚେହେରା । କହିବାକୁ ଗଲେ ଚେହେରାକୁ ମନର ଦର୍ପଣ କୁହାଯାଏ । ଚମକୁଥିବା ଚେହେରା ଆପଣଙ୍କର ବ୍ୟକ୍ତିତ୍ଵକୁ ଦର୍ଶାଇ ଥାଏ । କିନ୍ତୁ ଏମିତି ଚେହେରା ପାଇବା ଏତେ ବି ସହଜ ନୁହେଁ ।

ଆଜିର ଦୁନିଆରେ ସମସ୍ତଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ବଦଳୁଥିବା ମୌସମ, ପ୍ରଦୂଷଣ ଓ ବ୍ୟସ୍ତତାପୂର୍ଣ୍ଣ ଜୀବନର ପ୍ରଭାବ ଚେହେରାରେ ସଫା ସଫା ନଜର ଆସିଥାଏ । ଏମିତିରେ ଯଦି ଆପଣ ନିଜର ଚେହେରାକୁ ଯୁବ ଓ ସୁନ୍ଦର କରି ରଖିବାକୁ ଚାହୁଁଛନ୍ତି ତେବେ କିଛି ଉପାୟର ଆପଣ ସାହାର୍ଯ୍ୟ ନେଇ ପାରିବେ । ଚିନ୍ତା, ଅନିୟମିତତା ଖାଦ୍ୟପାନ ଓ ବ୍ୟସ୍ତତାପୂର୍ଣ୍ଣ ଜୀବନ କାରଣରୁ ଆଜିକାଲି ଚେହେରାର ଚମକ ଓ ଗ୍ଲୋ କେଉଁଠି ହଜି ଯାଉଛି ।

କହିବାକୁ ଗଲେ ଶରୀରର ଅନ୍ୟ ଅଙ୍ଗ ଗୁଡିକର ତୁଳନାରେ ସବୁ ବ୍ୟକ୍ତି ନିଜର ଚେହେରାର ଅଧିକ ଦେଖାଶୁଣା କରିଥାଏ । ଯାହା ଦ୍ଵାରା ତାହାର ଚେହେରା ସଫା ଓ ସୁନ୍ଦର ଦେଖାଯିବ । ଏହା ସତ୍ତ୍ଵେ ବି ଆମ ଚେହେରାରେ ନା ହିଁ ଚମକ ଦେଖାଯାଏ ଓ ନା ହିଁ ସୁନ୍ଦର ରହିଥାଏ । ଦାଗ ନଥିବା ସୁନ୍ଦର ଓ ଚମକ ଚେହେରା ସମସ୍ତଙ୍କୁ ପସନ୍ଦ ହୋଇଥାଏ । କାହାକୁ ବି ନିଜର ଚେହେରାରେ ଦାଗ କିମ୍ବା କୌଣସି ପ୍ରକାରର ଚିହ୍ନ ଭଲ ଲାଗି ନ ଥାଏ ।

କିନ୍ତୁ ଏଥିରୁ ମୁକ୍ତି ପାଇବା ବହୁତ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଘରେଲୁ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇବା ପରେ ଆପଣଙ୍କର ଚେହେରା ଗ୍ଲୋ କରିବାକୁ ଲାଗିବ । ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ । ଯାହା ଆମର ସ୍କ୍ରିନର ଡେଡ ସେଲ୍‍ସକୁ ଶେଷ କରିଦିଏ । ଏକା ଫାଳ ଲେମ୍ବୁକୁ ନିଅନ୍ତୁ ଓ ଏହା ପରେ ତାହାର ରସ ବାହାର କରି ନିଅନ୍ତୁ ଓ ଏକ Eno ନିଅନ୍ତୁ ।

Enoକୁ ହାତରେ ଅଳ୍ପ ନେଇ ସେଥିରେ ଲେମ୍ବୁ ରସ ଢାଳି ଦିଅନ୍ତୁ । ଏହା ପରେ ଆପଣ ହାତରେ ତାକୁ ମିଶାନ୍ତୁ । ଆପଣଙ୍କୁ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ରଗଡିବାର ଅଛି । ନିଜର ଆଖିକୁ ବଞ୍ଚାଇ ଆପଣ ଏହି ଉପାୟକୁ ପ୍ରୟୋଗ କରନ୍ତୁ । ଧ୍ୟାନ ରଖିବେ କି ଆପଣ ଏହାକୁ ୧୫ ଦିନରେ ଥରେ ଓ ମାସକୁ ଦୁଇ ଥର ରୁ ଅଧିକ ବ୍ୟବହାର କରିବେ ନାହିଁ ।