ଚେହେରାର ଆକାରରୁ ଜାଣନ୍ତୁ କେମିତି ରହିବ ଆପଣଙ୍କର ଆସୁଥିବା ଜୀବନ, ସୁଖ ଆସିବ ନା ଦୁଃଖ

ହାତ ଦେଖି ଭାଗ୍ୟ କହୁଥିବା ଲୋକମାନଙ୍କୁ ତ ଆପଣମାନେ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଚେହେରା ଦେଖି କେମିତି ଭାଗ୍ୟ ଜାଣିହେବ । ଏହାକୁ ଜାଣିବା ପରେ ଆପଣ କୌଣସି ମଣିଷର ଚେହେରା ଦେଖି ଜାଣିପାରିବେ ତାର ଆସୁଥିବା ଜୀବନ କେମିତି ରହିବ । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ କିଛି ଚେହେରା ବିଷୟରେ କହିବୁ, ଯାହାଫଳରେ ଆପଣ ଜାଣିପାରିବେ ଆପଣଙ୍କର ଆସୁଥିବା ଜୀବନ ବିଷୟରେ ।

ଚେହେରା ଦେଖିବା ଦ୍ଵାରା ଜଣା ପଡିଯିବ କି ଆପଣଙ୍କ ଜୀବନରେ ସଫଳତା ମିଳିବ ନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆଜି ଆମେ ଆପଣଙ୍କୁ କିଛି ଚେହେରା ବିଷୟରେ କହିବୁ, ଧ୍ୟାନର ସହ ପଢିବେ । କାରଣ ଆପଣଙ୍କ ଚେହେରା ଏଥି ମଧ୍ୟରେ ଥାଇପାରେ ।

୧. ଅଣ୍ଡାକାର ଚେହେରା

ଯେଉଁ ଲୋକମାନଙ୍କର ଚେହେରା ଅଣ୍ଡାକାର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକମାନଙ୍କୁ ବହୁତ ଶୀଘ୍ର ରାଗ ଆସିଥାଏ । ଏହି ଲୋକମାନଙ୍କର ସ୍ଵଭାବ ବହୁତ ଭଲଥାଏ ଓ ସବୁ ପରିସ୍ଥିତିରେ ଏମାନେ ନିଜକୁ ଖାପ ଖୁଆଇ ନିଅନ୍ତି । ଏହି ଲୋକମାନେ ମିଡିଆ ଓ ଫିଲ୍ମ ଲାଇନରେ କ୍ୟାରିୟର ଗଢିଲେ ଅପାର ସଫଳତା ପାଇବେ ।

୨. ତ୍ରିକୋଣ ଚେହେରା

ଏହି ଲୋକମାନେ କାହାର ଦାଖଲକୁ ପସନ୍ଦ କରନ୍ତି ନହିଁ । ଏହା ସହିତ ଏହି ଲୋକମାନେ ବହୁତ କ୍ରିଏଟିଭ ହେବା ସହିତ କିଛି ଅଲଗା କରିବାର ଇଛା ରଖିଥାନ୍ତି ।

୩. ବର୍ଗାକାର ଚେହେରା

ଏହି ଲୋକମାନେ ଭାଗ୍ୟରେ ଧନୀ ହୋଇଥାନ୍ତି । ଏମାନଙ୍କୁ ସାମାନ୍ୟ କଷ୍ଟରେ ସଫଳତା ମିଳି ଯାଇଥାଏ । ଏହି ଲୋକମାନେ ବହୁତ ବୁଦ୍ଧିମାନ ହେବା ସହ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି ।

୪. ଲମ୍ବା ଚେହେରା

ଏହି ଲୋକମାନେ ବହୁତ ଜିଦିଆ ସ୍ଵଭାବର ହୋଇଥାନ୍ତି । ଯାହାଫଳରେ ଏମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ କିନ୍ତୁ ଏମାନେ ଯେ କୌଣସି ସମସ୍ୟାକୁ ଅତି ସାହସର ସହ ସାମ୍ନା କରନ୍ତି ।

୫. ଗୋଲ ଚେହେରା

ଏହି ଲୋକମାନେ ବହୁତ ସୁନ୍ଦର ହେବା ସହିତ ଭାଗ୍ୟରେ ଧନୀ ହୋଇଥାନ୍ତି । ଏମାନଙ୍କୁ ସବୁ କ୍ଷେତ୍ରରେ ଅପାର ସଫଳତା ମିଳିଥାଏ । ଏମାନେ ଭାଗ୍ୟରେ ବହୁତ ହିଁ ଅଧିକ ଧନୀ ହୋଇଥାନ୍ତି ।