୧୪ କୋଟି ଟଙ୍କାର ଇଏ ଅଟେ ଦୁନିଆର ସବୁଠୁ ମହଙ୍ଗା SUV କାର…. ଏହାକୁ ତିଆରି କରିବାରେ ଲାଗିଗଲା ସାଢେ ୩ ବର୍ଷ

ଗୋଟିଏ ହୋଇଥାଏ କାର, ପୁଣି ଆସିଥାଏ ମହଙ୍ଗା ଲଗ୍ଜରୀ କାର ଓ ପୁଣି ଆସିଥାଏ କାର୍ଲମନ କିଙ୍ଗ SUV । ଆପଣଙ୍କୁ କହିଦେଉହକୁ କି କାର୍ଲମନ କିଙ୍ଗ SUV ଦୁନିଆର ସବୁଠୁ ମହଙ୍ଗା SUV କାର ଅଟେ । ଏହି SUV କାରକୁ ଆଈଏଟୀ ନାମକ କମ୍ପାନୀ ତିଆରି କରିଛି । କାର୍ଲମନ କିଙ୍ଗ SUV କାରକୁ ତିଆରି କରିବା ପାଇଁ ୧୮୦୦ ଲୋକଙ୍କର ଏକ ଟିମ ଏକା ସହିତ ମିଶି କାମ କରିଛନ୍ତି ।

କମ୍ପାନୀର କହିବା ଅଟେ କି ଏହି କାରକୁ ଦୁନିଆରେ କେବଳ ୧୨ ଟି ୟୁନିଟ ହିଁ ବିକ୍ରି କରାଯିବ । ଗୋଟିଏ କାର୍ଲମନ କିଙ୍ଗ SUV ତିଆରି କରିବା ପାଇଁ ୩୦୦୦୦ ଘଣ୍ଟା (୧୨୫୮୦ ଦିନ କିମ୍ବା ୩.୫ ବର୍ଷ) ର ସମୟ ଲାଗିଥାଏ । କମ୍ପାନୀ ଏହି କାରକୁ ଦୁବାଇର ଇଣ୍ଟରନ୍ୟାସନାଲ ମୋଟର ଶୋ ୨୦୧୭ରେ ଶୋ କେସ କରି ସାରିଛି । ମିଡିଆ ରିପୋର୍ଟ ଅନୁସାରେ ଏହି କାରର ଦାମ ୨୦ ଲକ୍ଷ ୟୁଏସ ଡଲାର ମାନେ ପାଖାପାଖି ୧୫ କୋଟି ଟଙ୍କା ଅଟେ ।

ଏହି କାରକୁ ଫୋର୍ଡ ଏଫ-୫୫୦ ପ୍ଲାଟଫର୍ମରେ ତିଆରି କରାଯାଇଛି । ଏହାର ଲମ୍ବା ୬ ମିଟର ଅଟେ । SUV ୪୦ ଡିଗ୍ରୀ ଠାରୁ ନେଇ ୨୦୦ ଡିଗ୍ରୀ ଫାରେନହାଇଟ ପର୍ଯ୍ୟନ୍ତ ଟେମ୍ପ୍ରେଚର ର ସାମ୍ନା କରି ପାରିବ । ଏଥିରେ ଇଣ୍ଟିରିୟର ବଦଳିବା ବାଲା ଲାଇଟ ବି ଲାଗିଛି । LED ଲାଇଟ ଦ୍ଵାରା ଏହାର ଛାତ ନୀଳ ଆକାଶ ଭଳି ଲାଗିଥାଏ । ଏଥିରେ ସାଟେଲାଇଟ ଟିଭି, ଫ୍ରିଜ, ସାଟେଲାଇଟ ଫୋନ, କଫି ମେସିନ ଓ ଟେବୁଲ ବି ଲଗା ଯାଇଛି ।

ଏହି କାରର କେତେକ ଫୀଚର୍ସକୁ ଆପଣ ସ୍ମାର୍ଟଫୋନ ଆପ ସାହାର୍ଯ୍ୟରେ କନ୍ଟ୍ରୋଲ କରି ପାରିବେ । SUVରେ ୬.୮ ଲିଟର V8 ଇଞ୍ଜିନ ବି ଦିଆ ଯାଇଛି । ଇଞ୍ଜିନ ୪୦୦bhp ପାୱାର ଜେନେରେଟ କରିବାର କ୍ଷମତା ରଖିଥାଏ । କାର୍ଲମନ କିଙ୍ଗର ଟପ ସ୍ପୀଡ ୧୪୦kmph ଅଟେ । କାରର ଏକ୍ସଟୀରିୟରକୁ ସ୍ଟୀଲ ଓ କାର୍ବନ ଫାଇବର ଦ୍ଵାରା ତିଆରି କରାଯାଇଛି । ଫାଇଟର ପ୍ଲେନ ଭଳି ନଜର ଆସୁଥିବା ଏହି କାରର ଓଜନ ୬୦୦୦ କିଲୋଗ୍ରାମ ଅଟେ । କାର୍ଲମନ କିଙ୍ଗରେ ହାଈ-ଫାଈ ସାଉଣ୍ଡ ସହିତ ଅଲ୍ଟ୍ରା 4K ଟେଲୀଭିଜନ ସେଟ ବି ଦିଆଯାଇଛି  ।