ଏହି ୬ଟି ଲୋକଙ୍କ ଘରେ ଭୁଲରେ ମଧ୍ୟ ଭୋଜନ କରିବେ ନାହିଁ, ଲାଗିଥାଏ ପାପ

ଗରୁଡ ପୁରାଣ ଏକ ପ୍ରାଚୀନ ହିନ୍ଦୁ ଧର୍ମଗ୍ରନ୍ଥ ଅଟେ । ଯେଉଁଥିରେ ୨୭୯ ଅଧ୍ୟାୟ ତଥା ୧୮୦୦ ଶ୍ଳୋକ ରହିଛି । ଗରୁଡ ପୁରାଣରେ ନୃତୟୁ ପରର ଘଟନା ତଥା ପ୍ରେତ ଲୋକ, ଯମଲୋକ ଓ ନର୍କ ର ବର୍ଣ୍ଣନା କରାଯାଇଛି । ଗରୁଡ ପୁରାଣରେ ପାପ କରିଥିବା ମଣିଷ ମାନଙ୍କୁ ମୃତ୍ୟୁ ପରେ ନର୍କ ଯନ୍ତ୍ରଣା ମିଳିଥାଏ । ଏହିସବୁ ବିଷୟରେ ଗରୁଡ ପୁରାଣରେ ବହୁତ ଭଲ ଭାବରେ ବିସ୍ତାର ରୂପରେ କୁହା ଯାଇଛି । ଯେଉଁ ଲୋକ କିଛି ପାପ କରିଥାଏ ତାକୁ ନର୍କରେ ଦଣ୍ଡ ମିଳିଥାଏ ଓ ସେମାନଙ୍କୁ ସାହାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଗରୁଡ ପୁରାଣ ହିସାବରେ ଦଣ୍ଡ ମିଳିଥାଏ ।

ଗରୁଡ ପୁରାଣ ହିସାବରେ ଆଜି ଆମେ ଆପଣଙ୍କୁ ଏମିତି ୬ ଜଣ ଲୋକଙ୍କ ବିଷୟରେ କହିବୁ ଯାହାଙ୍କ ଘରେ ଆପଣ ଭୁଲରେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଏମିତି ଲୋକଙ୍କ ଘରେ ଭୋଜନ କଲେ ଆପଣଙ୍କ ପୂଣ୍ୟଫଳ ନଷ୍ଟ ହୋଇଥାଏ । ଏହି ସବୁ ଲୋକଙ୍କର ସ୍ଥାନ ଗରୁଡ ପୁରାଣ ହିସାବରେ ନର୍କରେ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଏହି ଲୋକମାନଙ୍କ ବିଷୟରେ ।

୧. କୌଣସି ଚୋର ବା ଅପରାଧୀ

ଗରୁଡ ପୁରାଣ ହିସାବରେ ଚୋରୀ ଏକ ପାପ କର୍ମ ଅଟେ । ଯେଉଁ ଲୋକ ଅନ୍ୟର ଧନକୁ ଲୁଣ୍ଠନ କରିଥାଏ, ସେମାନଙ୍କୁ ନର୍କରେ ଦଣ୍ଡ ମିଳିଥାଏ । ତେଣୁ ଏହି ସବୁ ଲୋକଙ୍କ ଘରେ ଭୋଜନ କଲେ ତାଙ୍କ ପାପର ପ୍ରଭାବ ଆପଣଙ୍କ ଉପରେ ପଡିପାରେ ।

୨. ସୁଧଖୋର

ଯେଉଁ ବ୍ୟକ୍ତି କୌଣସି ଗରିବ ଲୋକଙ୍କର ଫାଇଦା ଉଠାଇ ଥାଏ ତଥା ସୁଧ ବାହାନାରେ ଗରିବଙ୍କ ଠାରୁ ଅଧିକ ପଇସା ଆଣିଥାଏ, ସେମାନଙ୍କ ସ୍ଥାନ ନର୍କରେ ହୋଇଥାଏ । ତେଣୁ ଏହି ସବୁ ଲୋକଙ୍କ ଘରେ ଭୋଜନ କରନ୍ତୁ ନାହିଁ । ଏହାଦ୍ଵାରା ଆପଣଙ୍କ ପୂଣ୍ୟଫଳ ନଷ୍ଟ ହୋଇଥାଏ ।

୩. ରୋଗୀ

ଲମ୍ବା ସମୟରୁ ବେମାର ଥିବା କୌଣସି ବ୍ୟକ୍ତି ଘରେ ଭୋଜନ କରିବା ଉଚିତ ନୁହେଁ । କାରଣ ସେମାନଙ୍କ ଘରର ବାତାବରଣ ରୋଗ କାରଣରୁ ଜୀବାଣୁ ଓ ଭୂତାଣୁରେ ପରିପୂର୍ଣ୍ଣ ହୋଇଥାଏ । ଯାହାଫଳରେ ଆପଣଙ୍କୁ କୌଣସି ରୋଗ ଆକ୍ରାନ୍ତ ହୋଇପାରେ ।

୪. ନିଶାଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତି

ଯେଉଁ ଲୋକ ମାଦକ ଦ୍ରବ୍ୟ ବିକ୍ରୟ କରନ୍ତି ବା ଯେଉଁମାନେ ଏହାକୁ ସେବନ କରନ୍ତି, ସେମାନଙ୍କ ଘରେ କେବେବି ଭୋଜନ କରନ୍ତୁ ନାହିଁ । କାରଣ ମାଦକ ଦ୍ରବ୍ୟର ସେବନ ଏକ ପାପ କର୍ମ ହୋଇଥାଏ । ଏହା ଦ୍ଵାରା ଅନ୍ୟର ଘର ପରିବାର ନଷ୍ଟ ହୋଇଥାଏ ।

୫. ଅଧର୍ମ ଆଚରଣ କରୁଥିବା ବ୍ୟକ୍ତି

ଏମିତି ବ୍ୟକ୍ତିଙ୍କ ହାତରୁ କୌଣସି ଖାଦ୍ୟର ସେବନ କରିବା ଉଚିତ ନୁହେଁ । କାରଣ ଯେଉଁ ବ୍ୟକ୍ତି ତାର ନିଜ ଇଛାରେ ଅଧର୍ମ ଆଚରଣ କରିଥାଏ, ସେମାନଙ୍କ ଘରେ ଭୋଜନ କଲେ ତାଙ୍କ ପାପରେ ଆପଣଙ୍କୁ ଭାଗୀଦାର ହେବାକୁ ପଡିଥାଏ ।

୬. ନିର୍ଦ୍ଦୟ ବ୍ୟକ୍ତି

ଯେଉଁ ଲୋକ ଅନ୍ୟକୁ କଷ୍ଟ ଦେଇଥାଏ ଓ ଦୟାହୀନ ହୋଇଥାଏ, ସେହି ପରି ଲୋକଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ । କାରଣ ସେମାନଙ୍କ ଅର୍ଜିତ ଧନରେ ଆପଣ ଭୋଜନ କଲେ ଆପଣଙ୍କ ଉପରେ ମଧ୍ୟ ଏହାରପ୍ରଭାବ ପଡିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।