କେବିସି ୧୧ ରେ ଚାଷୀର ପୁଅ ହେଲେ କୋଟିପତି, ଖେଳିବେ ଏବେ ୭ କୋଟି ଟଙ୍କା ପାଇଁ ପ୍ରଶ୍ନ

କନ ବନେଗା କରୋଡପତି ୧୧ ରେ ଏ ପର୍ଯ୍ୟନ୍ତ ଦୁଇଟି ପ୍ରତିଯୋଗୀ ୧ କୋଟି ଟଙ୍କାର ପ୍ରଶ୍ନ ପାଖରେ ପହଞ୍ଚି ପାରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କେହି କୋଟିପତି ହୋଇପାରିଲେ ନାହିଁ । କରୋଡପତି ର ପ୍ରତିକ୍ଷା ପୁରା ଦେଶ କରୁଛି ଯାହାକି ଏଇ ସପ୍ତାହରେ ଶେଷ ହୋଇଯିବ । ଆଜ୍ଞା ହଁ, ସୋନୀ ଟିଭି ତରଫରୁ ଜାରି ହୋଇ ଥିବା ନୂଆ ପ୍ରୋମୋ ରେ ଗୋଟିଏ ପ୍ରତିଯୋଗୀ ୭ କୋଟି ଟଙ୍କାର ପ୍ରଶ୍ନ ଖେଳୁଥିବାର ନଜର ଆସୁଛନ୍ତି, ଜିଏକି ଏହି ସିଜନ ର ପ୍ରଥମ କରୋଡପତି ହେବେ । ତେବେ ଚାଲନ୍ତୁ ଜାଣିବା ।

ଚାଷୀର ପୁଅ ହେବ କରୋଡପତି

ଆପଣଙ୍କୁ କହି ଦେଉଛୁ କି ଯିଏ ଏହି ସିଜନ ର ପ୍ରଥମ କରୋଡପତି ହେବେ ତାଙ୍କର ନାମ ସରୋଜ ରାଜ ଅଟେ ଓ ସେ ବିହାରର ବାସିନ୍ଦା ଅଟନ୍ତି । ସରୋଜ ରାଜଙ୍କର ସ୍ଵପ୍ନ ଆଇଏଏସ ଅଫିସର ହେବା, ଯାହା ପାଇଁ ସେ ପ୍ରସ୍ତୁତି କରୁଛନ୍ତି । ସେ ଗୋଟିଏ ସାମାନ୍ୟ ପରିବାରରୁ ଅଟନ୍ତି ଯାହାଙ୍କର ବାପା ଜଣେ ଚାଷୀ ଅଟନ୍ତି ।

ଏମିତିରେ ଆସନ୍ତା ଏପିସୋଡ ରେ ଆପଣ ଦେଖିବେ କି ସରୋଜ ରାଜ ଏହି ସିଜନ ର ପ୍ରଥମ କରୋଡପତି ହୋଇଯିବେ । ଯିଏ କି ଗେମ କୁ ଆଗକୁ ଖେଳୁଥିବାର ନଜର ଆସିବେ । ସରୋଜଙ୍କ ପୂର୍ବରୁ ଦୁଇଟି ପ୍ରତିଯୋଗୀ କୋଟିଏ ଟଙ୍କାର ପ୍ରଶ୍ନ ପାଖରେ ପହଞ୍ଚି ସାରିଛନ୍ତି, କିନ୍ତୁ ସେମାନେ ଗେମକୁ ଛାଡି ଦେଇଥିଲେ ।

ସୋନୀ ଟିଭି ତରଫରୁ ଜାରି କରାଯାଇଥିବା ପ୍ରୋମୋରେ ସଫା ସଫା ଦେଖାଯାଉଛି କି ସରୋଜ ଙ୍କ ସାମ୍ନାରେ ଅମିତାଭ ବଚ୍ଚନ ୭ କୋଟି ଟଙ୍କାର ପ୍ରଶ୍ନ ରଖିଛନ୍ତି, କିନ୍ତୁ ସେ ୭ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେଇପାରିବେ କି ନାହିଁ ନା କରୋଡପତି ହୋଇ ଗେମ ଛାଡିଦେବେ ତାହା ତ ସମୟ ହିଁ କହିବ । କହିଦେଉଛୁ କି କନ ବନେଗା କରୋଡପତି ପାଇଁ ଏହି ସପ୍ତାହ ବହୁତ ରୋମାଞ୍ଚକର ରହିଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।