ଚାଷୀକୁ ମାଟି ତଳୁ ମିଳିଲା ୨୫ ଲକ୍ଷ ଟଙ୍କାର ଖଜାନା, କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରିଲା ନାହିଁ ଖୁସି, ଜାଣନ୍ତୁ କାହିଁକି

କହିବାକୁ ଗଲେ ଉତ୍ତର ପ୍ରଦେଶର ହରଦୋଈର ସାଂଡୀ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ କରିଦେବା ମାମଲା ସାମ୍ନାକୁ ଆସିଛି । ଏଠାରେ ମୋନୁ ନାମକ ଏକ ଚାଷୀ ରହୁଅଛି । ଯାହାକୁ ମାଟି ତଳୁ ୨୫ ରୁ ୨୭ ଲକ୍ଷ ଟଙ୍କାର ଖଜଣା ମିଳିଲା । କହିବାକୁ ଗଲେ ମୋନୁର ଘର ପଛ ପଟେ ଏକ ଖାଲି ଜାଗା ଥିଲା । ଏଠାରେ ସେ କିଛି କାମ କରାଉଥିଲା । ସେହି ସମୟରେ ଯେତେବେଳେ ମାଟି ଖୋଳାଯାଉଥିଲା ତେବେ ସେହି ମାଟି ତଳୁ ବହୁତ ଗହଣା ମିଳିଲା ।

ମୋନୁ ଗହଣା ମିଳିବାର କଥାକୁ ବହୁତ ଲୁଚାଇ ରଖିବାକୁ ଚେଷ୍ଟା କରିଲା କିନ୍ତୁ ଗ୍ରାମରେ ଏହି ଖବରଟି ନିଆଁ ଭଳି ଖେଳିଗଲା । ଜଲ୍ଦି ହିଁ ଏହି କଥାର ସୂଚନା ପୁରାତତ୍ୱ ବିଭାଗ କୁ ଜଣା ପଡିଲା । ଆରମ୍ଭରୁ ତ ମୋନୁ ଗହଣା କଥାକୁ ମିଥ୍ୟା ବୋଲି କହୁଥିଲା । କିନ୍ତୁ ଏସପି ଆଲୋକ ପ୍ରିୟଦର୍ଶୀଙ୍କର ଏକ ଗୋପନୀୟ ଟିମର ଯାଞ୍ଚ ପରେ ମୋନୁର ଘରୁ ସେହି ସମସ୍ତ ଗହଣା ମିଳିଲା ।

ଏମିତିରେ ପୋଲିସ ଏହି ସମସ୍ତ ଗହଣାକୁ ନିଜ ଅଧୀନରେ ନେଇଗଲା । ପୋଲିସର କହିବା ଅଟେ କି ଏହି ପ୍ରାଚୀନ ଗହଣା ପୁରାତତ୍ୱ ବିଭାଗ ପାଇଁ ବହୁତ ମହତ୍ଵ ଅଟେ ।

ମିଳିଥିବା ସୂଚନା ଅନୁସାରେ ଏହି ଗହଣାର ଦାମ ୨୫ ରୁ ୨୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଏଥିରେ ସୁନାର ଗହଣା ୬୫୦ ଗ୍ରାମ, ଚାନ୍ଦିର ଗହଣା ୪.୫ କିଲୋ ଅଟେ । ଏହା ଅତିରିକ୍ତ ଏଥିରେ ତିନି କିଲୋ ଓଜନର ଏକ ପିତଳ ଧାତୁରେ ନିର୍ମିତ ପାତ୍ର ବି ମିଳିଛି । ଏହି ମାମଲା ପୁରାତତ୍ୱ ବିଭାଗ ସହ ଜଡିତ ଥିବାରୁ ଏହି ଜିନିଷ ଗୁଡିକର କୌଣସି ଯାଞ୍ଚ କରାଯାଇ ନାହିଁ ।

ଅନ୍ୟ ପଟେ ସୋସିଆଲ ମିଡିଆରେ ଏହି ମାମଲା ଭାଇରାଲ ହେବା ପରେ ଭିନ୍ନ ଭିନ୍ନ ପ୍ରକାରର ରିଆକ୍ସନ ଆସୁଛି । କିଛି ଲୋକମାନଙ୍କୁ ଏହି କଥା ଉପରେ ବିଶ୍ଵାସ ହେଉ ନାହିଁ । କିନ୍ତୁ ସେହି ଚାଷୀର ଏହି ଖୁସି କେବଳ କିଛି ସମୟ ପାଇଁ ହିଁ ଥିଲା କାରଣ ତାହାର ଖଜାନା ପୋଲିସ ନେଇ ପୁରାତତ୍ୱ ବିଭାଗକୁ ଦେଇଦେଲେ । ଏହାକୁ କୁହନ୍ତି କି ହାତକୁ ଆସିଲା କିନ୍ତୁ ମୁହଁକୁ ଗଲା ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ସୌଜନ୍ଯ – NewsTrend