ଡାଇବେଟିସ ରୋଗୀଙ୍କ ପାଇଁ ବିଷ ସମାନ ଅଟେ ଏହି 4 ଟି ଖାଦ୍ଯ, ଏଇ ସବୁ ଖାଦ୍ଯ ଖାଉଥିଲେ ଏବେ ହିଁ ଖାଇବା ଛାଡି ଦିଅନ୍ତୁ- Health Tips

ଡାଇବେଟିସ ଏକ ଏପରି ରୋଗ ଯାହା ବିଭିନ୍ନ ପ୍ରକାର ରୋଗକୁ ଜନ୍ମ ଦେଇଥାଏ । ସେଥିପାଇଁ ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ ଅଟେ । ଡାଇବେଟିସ ରୋଗକୁ ସଂପୂର୍ଣ୍ଣ ଭାବେ ଭଲ କରିବା ଅସମ୍ଭବ ଅଟେ । କିନ୍ତୁ ଜୀବନ ପ୍ରଣାଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ କରି ଏହି ରୋଗକୁ ସହଜରେ ନିୟନ୍ତ୍ରଣରେ ରଖାଯାଇ ପାରେ । ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବି-ଷ ସଦୃଶ ହୋଇଥାଏ । ଚାଲନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ ।

ପ୍ରଥମେ ହେଉଛି ଆଳୁ ବା ଆଳୁଜାତୀୟ ଖାଦ୍ଯ । ଡାଇବେଟିସ ରୋଗୀ ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁରେ କାର୍ବୋହାଇଡ୍ରେଟ ବା ଶ୍ଵେତସାରର ମାତ୍ର ଅଧିକ ଥାଏ । ଆଳୁ ଶୀଘ୍ର ହଜମ ହୋଇ ରକ୍ତରେ ଶର୍କରାର ମାତ୍ରାକୁ ବଢେଇ ଦେଇଥାଏ । ଆଳୁ ବ୍ଯତୀତ ଆଳୁରେ ତିଆରି ଅନ୍ୟ ସମସ୍ତ ଜିନିଷରେ ମଧ୍ୟ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ । ଏହା ହୃଦରୋଗୀ ଏବଂ କ୍ୟାନ୍ସରର କାରଣ ମଧ୍ୟ ହୋଇଥାଏ ।

ଦ୍ବିତୀୟରେ ହେଉଛି ମଇଦା ତିଆରି ଖାଦ୍ଯ । ମଇଦାରେ ତିଆରି ଖାଦ୍ଯ ଯଥା ପାଉଁରୁଟି, ବିସ୍କୁଟ, ଟୋଷ୍ଟ, ପୁରୀ ଆଦି ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମଇଦାରେ ରିଫାଇଣ୍ଡ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ । ଏହା ଶୀଘ୍ର ହଜମ ହୋଇ ଶର୍କରାରେ ପରିଣତ ହୋଇଥାଏ । ମଇଦାକୁ ରିଫାଇଣ୍ଡ କରିବା ପ୍ରକ୍ରିୟାରେ ଏଥିରେ ଫାଇବାରର ମାତ୍ରା କମି ଯାଇଥାଏ । ରକ୍ତରେ ଥିବା ଶର୍କରା କୋଷ ଭିତରକୁ ଯାଇ ନ ପାରି, ରକ୍ତରେ ଶର୍କରା ଭାଗ ବଢିଯାଏ ।

ତୃତୀୟରେ ହେଉଛି ଟ୍ରାନ୍ସମେଡ ଯୁକ୍ତ ଖାଦ୍ଯ । ଏହି ସମସ୍ତ ଖାଦ୍ଯ ଡାଇବେଟିସ ରୋଗୀଙ୍କ ପାଇଁ ବି-ଷ ସଦୃଶ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ସମସ୍ତ ପ୍ରକାରର ତେଲଭାଜି ଜିନିଷରେ ଟ୍ରାନ୍ସମେଡର ମାତ୍ରା ଅଧିକ ରହିଥାଏ । ଟ୍ରାନ୍ସମେଡ ଆମ ରକ୍ତରେ ପ୍ରତ୍ଯକ୍ଷ ଭାବେ ଶର୍କରା ବୃଦ୍ଧି କରେ ନାହିଁ । କିନ୍ତୁ ଏହା ଆମ ରକ୍ତରେ ଭଲ କୋଲେଷ୍ଟ୍ରୋଲର ମାତ୍ରା କମାଇ, ଖରାପ କୋଲେଷ୍ଟ୍ରୋଲର ମାତ୍ରାକୁ ବୃଦ୍ଧି କରିଦିଏ । ଏହା ଆମ ରକ୍ତରେ ଇନସୁଲିନ ମଧ୍ୟ ବୃଦ୍ଧି କରିଥାଏ । ଯାହାଫଳରେ ଆମ ଡାଇବେଟିସ ବୃଦ୍ଧି ପାଇଥାଏ ।

ଚତୁର୍ଥରେ ହେଉଛି ପ୍ଯାକେଟର ମିଳୁଥିବା ସ୍ନାକ୍ସ । ଏହା ମଧ୍ୟ ଡାଇବେଟିସ ରୋଗୀମାନେ ଖାଇବା ଉଚିତ ନୁହେଁ । ପ୍ଯାକେଟ ଖାଦ୍ୟ ଯଥା ବାଦାମ ପକୋଡା, ଚୂଡା ମିକଶ୍ଚର, ବିଭିନ୍ନ ପ୍ରକାରର ଚିପ୍ସ ଇତ୍ୟାଦିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ଓ ବି-ଷା-କ୍ତ ତେଲ ରହିଥାଏ । ଏହି ସମସ୍ତ ଖାଦ୍ଯ ମଇଦାରୁ ପ୍ରସ୍ତୁତ କରାଯାଇ ଥାଏ ଏବଂ ଗରମ ତେଲରେ ଛଣାଯିବା ଦ୍ଵାରା ଏଥିରେ ଟ୍ରାନ୍ସମେଡର ମାତ୍ରା ବଢିଯାଏ । ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ ।

ତେଣୁ ଏହି ସମସ୍ତ ଖାଦ୍ୟ ଡାଇବେଟିସ ରୋଗୀମାନେ ଖାଇବା ଉଚିତ ନୁହେଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କାରଣରୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।