୪୦୦ ଝିଅଙ୍କୁ ଟୟଲଟ ଯିବା ପାଇଁ ହେଉଥିଲା ଅସୁବିଧା, ଏହି ଟିଚର କଲେ ଏମିତି କାମ କି ସମସ୍ତେ କରୁଛନ୍ତି ପ୍ରଶଂସା, ଜାଣନ୍ତୁ ପୁରା ଖବର

ଆମ ଦେଶକୁ ଶୌଚାଳୟର ଅଭାବ କାରଣରୁ ସବୁବେଳେ ଲଜ୍ଜିତ ହେବାକୁ ପଡିଥାଏ । ଏଠି କେତେକ ଲୋକମାନେ ଶୌଚ କରିବା ପାଇଁ ବାହାରକୁ ଯାଇଥାନ୍ତି । କହିବାକୁ ଗଲେ ‘‘ସ୍ୱଚ୍ଛ ଭାରତ’ ଅଭିଯାନ ଅନୁସାରେ ଦେଶ ସାରା କେତେକ ଶୌଚାଳୟ ଖୋଲି ଯାଇଛି । କିନ୍ତୁ ବର୍ତ୍ତମାନ ବି କେତେକ ଜାଗା ଏମିତି ଅଛି ଯେଉଁଠି ଶୌଚାଳୟ ନାହିଁ କିମ୍ବା ବହୁତ କମ ଅଛି । ଏମିତି ହିଁ କିଛି ଅବସ୍ଥା ଅଛି ବୁଲଂଦସହରର ଖାନପୁର କ୍ଷେତ୍ରର ଲଢ଼ାନା ଗ୍ରାମରେ ‘ଜନତା ଶିକ୍ଷା ସଦନ ଇଂଟର କଲେଜ’ର ।

ଏହି କଲେଜରେ ପୁଅମାନଙ୍କ ପାଇଁ ତ ପର୍ଯ୍ୟାପ୍ତ ଶୌଚାଳୟ ଅଛି । କିନ୍ତୁ ଝିଅମାନଙ୍କ ପାଇଁ ମାତ୍ର ଗୋଟିଏ ହିଁ ଶୌଚାଳୟ ଅଛି । ଏମିତିରେ ଝିଅମାନଙ୍କୁ ଏହାର ବ୍ୟବହାର କରିବା ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡୁଥିଲା । ଏତିକି ନୁହେଁ ଶୌଚାଳୟ ଏତେ ଅପରିଷ୍କାର ଓ ଦୁର୍ଗନ୍ଧ ଅଟେ କି ଛାତ୍ରୀମାନେ ଏଠି ମୁହଁରେ କପଡା ବାନ୍ଧି ଯାଆନ୍ତି ।

ଏହା ପରେ ଏହି କଲେଜରେ ଅସିସ୍ଟେଂଟ ଟୀଚର ପଦରେ କାର୍ଯ୍ୟରତ ସୁନୀଲ କୁମାର ଦୀକ୍ଷିତ ଛାତ୍ରୀମାନଙ୍କର ଏହି ଦୁଖକୁ ଦେଖି ପାରିଲେ ନାହିଁ । ସେଥିପାଇଁ ସେ କଲେଜ ଷ୍ଟାଫଙ୍କୁ ଏହି ସମସ୍ୟାକୁ ଠିକ କରିବା ପାଇଁ ପ୍ରାର୍ଥନା କରିଲେ ଓ ଏକ ପ୍ରସ୍ତାବ ବି ରଖିଲେ । କିନ୍ତୁ କେହି ବି ଏହି ସମସ୍ୟା ଉପରେ ଧ୍ୟାନ ଦେଲେ ନାହିଁ ।

ଏହା ପରେ ସେ ନିଜର ଏକ ମାସର ସ୍ୟାଲେରୀ (୮୦ ହଜାର ଟଙ୍କା ) ଏହି ସମସ୍ୟାକୁ ସମାଧନ କରିବା ପାଇଁ ଦାନ ବି କରିଦେଲେ । କିନ୍ତୁ କଲେଜ ବାଲା ତାଙ୍କର ଏହି ଟଙ୍କାକୁ ସୁଦପଯୋଗ କରିଲେ ନାହିଁ ଓ ସମସ୍ୟା ଯେମିତି କି ସେମିତି ରହିଲା ।

ଏହା ପରେ ଶିକ୍ଷକ ସୁନୀଲ ଏହି ସମସ୍ୟାର ସମଧାନ ନିଜେ କରିବା ପାଇଁ ନିସ୍ପତି ନେଲେ । ସେ ନିଜର ସ୍ୟାଲେରୀରୁ ଟଙ୍କା ବଞ୍ଚାଇ ନିଜେ ହିଁ ୫ଟି ଶୌଚାଲୟ କରିଦେଲେ । ଏହି କଲେଜରେ ୮୦୦ ଛାତ୍ର ଓ ଛାତ୍ରୀ ପଢୁଛନ୍ତି । ଯେଉଁଥିରେ ୪୦୦ ଛାତ୍ରୀ ବର୍ତ୍ତମାନ ଏହି ଶୌଚଲାୟର ବ୍ୟବହାର କରି ପାରିବେ । ସୁନୀଲ କୁମାର ଛାତ୍ରୀମାନଙ୍କ ପାଇଁ ଏହିଭଳି କାମ କରି ଏକ ଭଲ ଉଦାହରଣ ସମସ୍ତଙ୍କୁ ଦେଇଛନ୍ତି ।

ଆଶାକରୁଛୁ ସୁନୀଲ ସାରଙ୍କର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।