4 ବନ୍ଧୁଙ୍କ ମହାନତା, ମାତ୍ର 1 ଟଙ୍କାରେ ଦେଉଛନ୍ତି ଡ୍ରେସ, ଗରିବଙ୍କ ମୁହଁରେ ଫୁଟାଉଛନ୍ତି ହସ

ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆଗକୁ ଆସି ସମାଜ ଓ ସମାଜର ହିତ ପାଇଁ କାର୍ଯ୍ୟ କରିଥାନ୍ତି । ଏତିକି ନୁହେଁ ସେମାନେ ଗରିବ ଲୋକମାନଙ୍କ ସେବା ମଧ୍ୟ କରିଥାନ୍ତି । ଏମାନଙ୍କ ମଧ୍ୟରେ ବାଙ୍ଗାଲୋରର ୪ ଜଣ ବନ୍ଧୁ ମଧ୍ୟ ଅଛନ୍ତି । ବର୍ତ୍ତମାନ ପୁରା ଦେଶ ତାଙ୍କର ପ୍ରଶଂସା କରୁଛି ଓ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ବାଙ୍ଗାଲୋରର ୪ ଜଣ ସହପାଠୀ ବିନୋଦ ପ୍ରେମ, ମେଲିସା ନିରୋହନା, ନିତିନ କୁମାର ଓ ବିଗନେସ ମିଶି ଗରିବ ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି ।

ସେମାନେ ପିଲାଦିନୁ ହିଁ ଲୋକମାନଙ୍କର ଦୁଃଖ ଦେଖି ଆସୁଛନ୍ତି ଓ କରୋନା ଯୋଗୁ ଏହି ଦୁଃଖ ବର୍ତ୍ତମାନ ଆହୁରି ବଢି ଯାଇଛି । କିଛି ଲୋକମାନେ ନିଜର ଚାକିରି ଓ କାର୍ଯ୍ୟ ହରାଇ ବହୁତ କଷ୍ଟରେ ନିଜର ଜୀବନ ଜାପାନ କରୁଛନ୍ତି । ବର୍ତ୍ତମାନ ନା ହିଁ ଏମାନେ ଭଲ ଭାବରେ ଖାଉଛନ୍ତି ଓ ନା ହିଁ ପିନ୍ଧି ପାରୁଛନ୍ତି । ଲୋକମାନଙ୍କର ଏହି ଦୁଃଖକୁ ଦେଖି ଏହି ୪ ଜଣ ବନ୍ଧୁ ବହୁତ କଷ୍ଟ ପାଇଥିଲେ । ଏମିତିରେ ଏମାନେ ଏହିଭଳି ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ।

ଏମାନେ ଗୋଟିଏ ଆପାର୍ଟମେଣ୍ଟକୁ ଭଡା ନେଇ ସେଠି ଗୋଟିଏ ଡ୍ରେସ ଦୋକାନ ଦେଇଛନ୍ତି । ସବୁଠୁ ବଡ କଥା ହେଉଛି କି ସେମାନେ ଏହି ଦୋକାନରେ ମାତ୍ର ୧ ଟଙ୍କା ଦେଇ ଗରିବ ଲୋକମାନଙ୍କ ମୁହଁରେ ହସ ଦେଉଛନ୍ତି । ଗରିବମାନଙ୍କ ପାଇଁ ବାଙ୍ଗାଲୋର ଲବକୁଶ ଲେଆଉଟର ଏକ ଆପାର୍ଟମେଣ୍ଟରେ ଏହି ୪ ଜଣ ବନ୍ଧୁ ମିଶି ଇମାଜିନ ନାମକ ଏକ ଡ୍ରେସ ଦୋକାନ ଖୋଲିଛନ୍ତି ।

ଏହାକୁ ଏମାନେ କ୍ଲଥ ବ୍ୟାଙ୍କ ବୋଲି ବି କହୁଛନ୍ତି । ଏହା କେବଳ ରବିବାର ଦିନ ହିଁ ଖୋଲିଥାଏ । ଏଠି ପିଲାମାନଙ୍କ ଠାରୁ ଆରମ୍ଭ କରି ପୁରୁଷ, ମହିଳା ଓ ବୟସ୍କ ଲୋକମାନଙ୍କ ପାଇଁ ଡ୍ରେସ ଉପଲବ୍ଧ ଅଛି । ଏହି ଦୋକାନରେ ବିଭିନ୍ନ ପ୍ରକାରର ଶାଢୀ, ଡ୍ରେସ, ଶାର୍ଟ, ପ୍ୟାଣ୍ଟ, ଜ୍ୟାକେଟ ସବୁ କିଛି ମିଳୁଛି । କହିଦେଉଛୁ କି ଏହି ଦୋକାନରେ କିଛି ପୁରୁଣା ଡ୍ରେସ ସହ ନୂଆ ଡ୍ରେସ ବି ଅଛି ।

କହିବାକୁ ଗଲେ ଆଖାପାଖର କିଛି ବ୍ୟକ୍ତିମାନେ ନିଜର ପୁରୁଣା କିମ୍ବା ନୂଆ ଡ୍ରେସକୁ ଏହି କ୍ଲଥ ବ୍ୟାଙ୍କକୁ ଦାନ କରିଥାନ୍ତି । କିନ୍ତୁ ଯେଉଁ ୧ ଟଙ୍କା ଦେଇ ଗରିବ ଲୋକମାନେ ଡ୍ରେସ କିଣି ନେଇ ଯାଉଛନ୍ତି ସେହି ଟଙ୍କାକୁ ବି ଏମାନେ ଗରିବ ଲୋକମାନଙ୍କ ପାଇଁ ଖର୍ଚ କରୁଛନ୍ତି । ଏଠି ଦୁଇ ଜଣ ବ୍ୟକ୍ତିକୁ ନିଯୁକ୍ତି ବି ଦିଆ ଯାଇଛି । କହିଦେଉଛୁ କି ଏହି କ୍ଲଥ ବ୍ୟାଙ୍କର ସବୁ ଖର୍ଚ ଏହି ୪ ଜଣ ବନ୍ଧୁ ମିଶି ବହନ କରୁଛନ୍ତି ।

ଏମାନଙ୍କ କହିବା ଅଟେ କି ଏହିଭଳି ସାହାର୍ଯ୍ୟ କରିବାର ଅସଲ ଲାଭ ହେଉଛି ଯେତେବେଳେ ଏମାନେ ଏହି ଗରିବ ଲୋକମାନଙ୍କ ମୁହଁରେ ହସ ଦେଖି ଦିଅନ୍ତି । ଏହି ୪ ଜଣ ବନ୍ଧୁଙ୍କ ଏହିଭଳି ଭାବରେ ସମାଜ ସେବା ମନବୃତ୍ତି ସ୍କୁଲ ବେଳୁ ହିଁ ଆସିଥିଲା । ସ୍କୁଲରେ ପଢିବା ସମୟରେ ସେମାନେ ବିଭିନ୍ନ ସ୍ଥାନରୁ ଓ ନିଜର ବନ୍ଧୁମାନଙ୍କ ଠାରୁ ପୁରୁଣା ପୋଷାକ ଆଣି ଗରିବ ଲୋକମାନଙ୍କୁ ବାଣ୍ଟୁ ଥିଲେ । ଏହି କାମକୁ ଏମାନେ ବଡ ଆକାରରେ ବର୍ତ୍ତମାନ କରୁଛନ୍ତି ।