ଚନ୍ଦ୍ରରେ ଜଲ୍ଦି ହିଁ ଉଡିବ ଭାରତର ତ୍ରିରଙ୍ଗା, ଏହି ବର୍ଷ ଜୁଲାଇରେ ଲଞ୍ଚ ହେବ ‘ଚନ୍ଦ୍ରୟାନ – ୨’, ଏହି ମାସରେ ପହଞ୍ଚିବ ଚନ୍ଦ୍ରପୃଷ୍ଟରେ

ଭାରତ ତରଫରୁ ଜଲ୍ଦି ହିଁ ଚନ୍ଦ୍ର ଉପରେ ଅନ୍ୟ ଏକ ଚନ୍ଦ୍ରୟାନ ପଠାଯିବ । ଏହା ସବନ୍ଧିତ ସମସ୍ତ ସୂଚନା ବର୍ତ୍ତମାନ ହିଁ ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ (ଇସରୋ) ଦ୍ଵାରା ଦିଆ ଯାଇଛି । ବୁଧୁବାର ଦିନ ହିଁ ଇସରୋ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରୟାନ – ୨ ସମ୍ବନ୍ଧିତ ସମସ୍ତ ପ୍ରସ୍ତୁତି ପୁରା ହୋଇ ଯାଇଛି । ଏହି ୟାନ ଏହି ବର୍ଷ ଜୁଲାଇରେ ଚନ୍ଦ୍ରକୁ ପଠାଯିବ । ଚନ୍ଦ୍ରୟାନକୁ ଜୀଏସଏଲବୀ ମାର୍କ – ୩ ୟାନ ସାହାର୍ଯ୍ୟରେ ଶ୍ରୀହରିକୋଟାରୁ ଲଞ୍ଚ କରାଯିବ ।

ସେପ୍ଟେମ୍ବରରେ ଚନ୍ଦ୍ରରେ ଅଲ୍ହାଇବ ଚନ୍ଦ୍ରୟାନ

ଇସରୋର ସମସ୍ତ ବୈଜ୍ଞାନିକମାନେ ଚନ୍ଦ୍ରୟାନ ଲଞ୍ଚ କରିବାର ପ୍ରସ୍ତୁତିରେ ଲାଗି ଯାଇଛନ୍ତି । ଏବଂ ଏହା ଅନୁସାରେ ଚନ୍ଦ୍ରୟାନ – ୨ର ସମସ୍ତ ମଡ୍ଯୂଲ୍ସ ୯ ଜୁଲାଇ ୨୦୧୯ରୁ ୧୬ ଜୁଲାଇ ୨୦୧୯ମଧ୍ୟରେ ଲଞ୍ଚ କରାଯିବ । ଇସରୋ ଅନୁସାରେ ଯଦି ଚନ୍ଦ୍ରୟାନ – ୨ ଜୁଲାଇ ମାସରେ ଲଞ୍ଚ କରାଯିବ ତେବେ ୬ ଡିସେମ୍ବରରେ ଏହା ଚନ୍ଦ୍ର ଉପରେ ପହଞ୍ଚିଯିବ । କହିଦେଉଛୁ ଯେ ଇସରୋ ତରଫରୁ ଚନ୍ଦ୍ରୟାନ – ୨ ଲଞ୍ଚ କରିବାର ତାରିଖ ଚାରି ଥର ବଦଲା ଯାଇ ସାରିଛି । ଏହା ପୂର୍ବରୁ ଇସରୋ ତରଫରୁ ୨୫ – ୩୦ ଏପ୍ରିଲ ମଧ୍ୟରେ ଲଞ୍ଚ କରିଯିବାର ଥିଲା ।

ଏହିଭଳି ଭବାରେ ଦିଆ ଯିବ ମିସନକୁ ଅଞ୍ଜାମ

ଇସରୋ ଅନୁସାରେ ଚନ୍ଦ୍ରୟାନ – ୨ର ୩ଟି ମଡ୍ଯୂଲ ଅଛି । ଯାହାକି ର୍ବିଟର, ଲୈଂଡର (ବିକ୍ରମ) ଏବଂ ରୋବର (ପ୍ରଜ୍ଞାନ) ଅଟେ । ରୋବର ସାହାର୍ଯ୍ୟରେ ଚନ୍ଦ୍ରର ପୃଷ୍ଠରୁ ନମୁନା ଏକତ୍ରିତ କରାଯିବ । ନମୁନା ଏକତ୍ରିତ କରାଯିବା ପରେ ସେ ଗୁଡିକର ବିଶ୍ଲେଷଣ କରି ଇସରୋକୁ ପଠାଯିବ ।

ବର୍ଷ ୨୦୦୮ରେ ପଠାଯାଇଥିଲା ପ୍ରଥମ ଚନ୍ଦ୍ରୟାନ

ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂଗଠନ ତରଫରୁ ବର୍ଷ ୨୦୦୮ରେ ପ୍ରଥମ ଚନ୍ଦ୍ରୟାନ ଚନ୍ଦ୍ରରେ ପଠାଯାଇଥିଲା । କିନ୍ତୁ ଚନ୍ଦ୍ରରେ ଲୈଂଡର ସଠିକ ଭାବରେ ଓଲାହାଇ ପାରିଲା ନାହିଁ ଏବଂ ଚନ୍ଦ୍ର ଉପରେ ଏହାର କ୍ରୈଶ ଲୈଂଡିଂଗ କରାଯାଇଥିଲା । କ୍ରୈଶ ଲୈଂଡିଂଗ ହେବା କାରଣରୁ ଏମଆଇପୀର କେତେକ ଅଂସ ଭାଙ୍ଗି ଯାଇଥିଲା ।

କିନ୍ତୁ ଏଥର ଚନ୍ଦ୍ରୟାନ – ୨ର ପ୍ରସ୍ତୁତିରେ କୌଣସି ଅସୁବିଧା ନାହିଁ । ଇସରୋ ଏଥର ପୁରା ପୁରୀ ଚେଷ୍ଟା କରୁଛି କି ଏଥର ଚନ୍ଦ୍ରୟାନ ସଠିକ ରୂପରେ ଲୈଂଡିଂଗ ଚନ୍ଦ୍ର ଉପରେ କରିବ । କହିଦେଉଛୁ ଯେ ଏହି ସମୟରେ ଚନ୍ଦ୍ର ଉପରେ ଆମେରିକା, ରୁସ ଏବଂ ଚୀନ ଦେଶ ହିଁ ନିଜର ଲୈଂଡରକୁ ସଠିକ ଭାବରେ ଲୈଂଡିଗ କରିବାରେ ସଫଳ ହୋଇଛନ୍ତି । ଯଦି ଏଥର ଭାରତ ଯଦି ସଠିକ ଭାବରେ ଚନ୍ଦ୍ରୟାନ – ୨ରେ ଲୈଂଡିଗ କରିବାରେ ସଫଳ ହୋଇଯାଏ । ତେବେ ତାହାର ନାମ ଏହି ତିନୋଟି ଦେଶର ସୂଚୀରେ ଯୋଡିଯିବ ।

ବର୍ଷ ୨୦୧୩ରେ ପଠାଇଥିଲା ମଙ୍ଗଳୟାନ

ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ବର୍ଷ୨୦୧୩ରେ ମଙ୍ଗଳୟାନକୁ ଲଞ୍ଚ କରିଥିଲେ । ଏବଂ ଏହି ମିସନ ପୂରାପୂରି ସଫଳ ହୋଇଥିଲା । ମଙ୍ଗଲୟାନ ମିସନ ସଫଳ ହେବା ପରେ ବର୍ତ୍ତମାନ ଭାରତ ଚନ୍ଦ୍ରୟାନ – ୨ ଚନ୍ଦ୍ର ଉପରେ ପଠାଇବାର ପ୍ରସ୍ତୁତି କରୁଛି ଏବଂ ଆଶା କରୁଛି କି ମଙ୍ଗଲୟାନ ପରେ ଚନ୍ଦ୍ରୟାନ ମିସନ ବି ସଫଳ ହେଉ ।