Chanakya Niti- ଏହି 1 କାମ କରିବା ପରେ ତୁରନ୍ତ ଗାଧୋଇବା ଉଚିତ 

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଚାଣକ୍ୟଙ୍କ ନିଜର ଏହି ନୀତି ଦ୍ଵାରା ଚଦ୍ରଗୁପ୍ତଙ୍କୁ ଭାରତର ରାଜା କରାଇ ପାରିଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ । ଚାଣକ୍ୟ ନୀତି ଅନୁସାରେ ଚାଣକ୍ୟ କୁହନ୍ତି କି ନିକୃଷ୍ଟ ଲୋକ ଧନର କାମନା କରନ୍ତି, ମାଧ୍ୟମ ଲୋକ ଜସ ଓ ଧନ ଚାହାନ୍ତି । ଉତ୍ତମ ଲୋକ କେବଳ ଜସ ହିଁ ଚାହାନ୍ତି । କାରଣ ମାନ ସମ୍ମାନ ସମସ୍ତ ଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି ।

ଏହା ପରେ ଚାଣକ୍ୟ କୁହନ୍ତି କି ଏକ ଜଳ, ଦୁଧ, ମୂଳ କନ୍ଦ, ପାନ, ଫଳ, ଔଷଧ ଇତ୍ୟାଦି ସେବନ କରି ମଧ୍ୟ ସ୍ନାନ ଦାନ ଆଦି କ୍ରିୟା କରାଯାଇ ପାରିବ । ଆଗକୁ ଚାଣକ୍ୟ କୁହନ୍ତି କି ଯେମିତି ଦୀପର ପ୍ରକାଶ ଅନ୍ଧାରକୁ ଖାଇଯାଏ ଓ ଆଲୁଅ ସୃଷ୍ଟି କରିଥାଏ ଠିକ ସେହିଭଳି ମନୁଷ୍ୟ ଯେଉଁ ଅନ୍ନ ଖାଏ ସେହିପରି ହିଁ ତାହାଆର ସନ୍ତାନ ଜନ୍ମ ହୋଇଥାଏ ।

ଚାଣକ୍ୟ କୁହନ୍ତି କି ବୁଦ୍ଧିମାନ ପୁରୁଷ ଟଙ୍କା ଗୁଣବାଣ ବ୍ୟକ୍ତିକୁ ଦିଅ ଅନ୍ୟକୁ ନୁହେଁ । ଯେମିତି ସମୁଦ୍ର ଜଳ ମେଘକୁ ଯାଇ ମିଠା ହୋଇଯାଏ ଓ ପୃଥିବୀର ସମସ୍ତ ଜୀବଙ୍କୁ ଜୀବନ ଦାନ ଦେଇ ଓ ପୁଣି ଥରେ ସମୁଦ୍ରକୁ ଚାଲିଯାଏ ।

ଚାଣକ୍ୟ କୁହନ୍ତି ଶରୀରରେ ତେଲ ଲାଗାଇବା ପରେ, ଚିତାର ଧୂଆଁ ଲାଗିଲେ, ସ୍ତ୍ରୀ ସମ୍ଭୋଗ କଲା ପରେ, ଚୁଟି କାଟିବା ପରେ ମନୁଷ୍ୟ ଯେତେବେଳେ ସ୍ନାନ କରି ନ ଥାଏ ସେହି ସମୟ ପର୍ଯ୍ୟନ୍ତ ସେ ଅଶୁଦ୍ଧ ଥାଏ ଓ ଯେତେବେଳ ସେ ସ୍ନାନ କରିନିଏ ତେବେ ଯାଇ ସେ ଶୁଦ୍ଧ ହୋଇଥାଏ ।

ଏହା ପରେ ଚାଣକ୍ୟ କୁହନ୍ତି କି ଭୋଜନ ସମୟରେ ଅଳ୍ପ ଅଳ୍ପ ପାଣି ଅମୃତ ସମାନ ହୋଇଥାଏ କିନ୍ତୁ ଭୋଜନ ପରେ ପାଣି ବିଷ ସମାନ ହୋଇଥାଏ ।

ବିନା କ୍ରିୟାରେ ଜ୍ଞାନ ବ୍ୟର୍ଥ ହୋଇଥାଏ, ଜ୍ଞାନ ହିଁ ମନୁଷ୍ୟକୁ ମନୁଷ୍ୟ କରିଥାଏ, ସେନାପତି ବିନା ସେନା ନଷ୍ଟ ହୋଇଯାଏ, ସ୍ୱାମୀ ବିନା ସ୍ତ୍ରୀର ଜୀବନ ନିର୍ଥକ ହୋଇଥାଏ ।

ବୃଦ୍ଧ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଯିବା, ବନ୍ଧୁ ହାତକୁ ସମ୍ପତ୍ତି ଚାଲିଯିବା, ଅନ୍ୟର ଟଙ୍କାରେ ଭୋଜନ ପ୍ରାପ୍ତ ହେବା ଏହି ୩ ଟି ସ୍ଥିତି ମନୁଷ୍ୟ ପାଇଁ ଦୁଃଖଦାୟୀ ହୋଇଥାଏ ।

ଯଜ୍ଞ ନ କରୁଥିବା ବ୍ୟକ୍ତି ବେଦ ନ ପଢିଲେ ତାହା ଯଜ୍ଞ ବ୍ୟର୍ଥ ହୋଇଥାଏ, ବିନା ଦାନ କରି ଯଜ୍ଞ ବ୍ୟର୍ଥ ହୋଇନଥାଏ । ବିନା ପ୍ରେମରେ ଜୀବନ ନିରର୍ଥକ ଅଟେ, ସେଥିପାଇଁ ପ୍ରେମ ହିଁ ସବୁଠୁ ଶ୍ରେଠ ହୋଇଥାଏ ।

କାଠ, ପଥର, ଧାତୁ, ସୁନା, ରୁପା, ତମ୍ବାରେ ତିଆରି ଦେବ ମୂର୍ତିରେ ଦେବ ଭାବନା ଅର୍ଥାତ ଦେବତାକୁ ସାକ୍ଷାତ ବିଦ୍ୟମାନ ଭାବି ପୂଜା କରିବା ଉଚିତ ।

ଆଗକୁ ଚାଣକ୍ୟ କୁହନ୍ତି ଶାନ୍ତି ଛଡା ଅନ୍ୟ କିଛି ତପ ନାହିଁ, ସନ୍ତୋଷ ଠାରୁ ଅଧିକ କୌଣସି ସୁଖ ନାହିଁ, ଲୋଭ ଠାରୁ କୌଣସି ବଡ଼ ରୋଗ ନାହିଁ, ଦୟା ଠାରୁ ବଡ଼ କୌଣସି ଧର୍ମ ନାହିଁ ।

କ୍ରୋଧ ଯମରାଜଙ୍କର ମୂର୍ତି ଅଟେ, ଲୋଭ ନର୍କରେ ବୋହୁଥିବା ନଦୀ ଅଟେ, ବିଦ୍ୟା କାମ ଧେନୁ ଗାଈ ଅଟେ ଓ ସନ୍ତୋଷ ଇନ୍ଦ୍ରଙ୍କର ନନ୍ଦନ ବନ ଭଳି ସୁଖ ଦେଇଥାଏ ।

ଗୁଣରୁ ରୂପ ଶୋଭା ପାଇଥାଏ, ଶାଳୀନ୍ୟତାରୁ କୁଳ ର ଶୋଭା ହୋଇଥାଏ, ସିଦ୍ଧି ରୁ ବିଦ୍ୟା ଶୁଦ୍ଧ ହୋଇଥାଏ ଓ ଭୋଗରୁ ଧନ ଶୋଭା ପାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।