Chanakya Neeti- ଚାଣକ୍ୟଙ୍କ 7 Strategies ଜାଣିନେଲେ ଜୀବନରେ ସଫଳ ହେବା ସୁନିଶ୍ଚିତ

ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବିଷୟରେ କିଛି କହିବାକୁ ଯାଉଛୁ । ବାପାଙ୍କ ନାମ ଚାଣକ ହୋଇଥିବାରୁ ତାଙ୍କ ନାମ ଚାଣକ୍ୟ ରଖାଯାଇଥିଲା । ସେ ନିଜର ବୁଦ୍ଧି ଓ କୂଟନୀତି ବଳରେ ବହୁତ ବଡ ସାମ୍ରାଜ୍ୟ ର ସ୍ଥାପନ କରିଥିଲେ । ସେ ସମୁଦ୍ର ଶାସ୍ତ୍ରରେ ବି ପାରଙ୍ଗତ ଥିଲେ । ଗୋଟିଏ ମଣିଷ ସହ କଥା ହେଲା ବେଳେ ତାର ଚେହେରାରୁ ଓ ଆବଭାବରୁ ଚାଣକ୍ୟ ତାହା ବିଷୟରେ ଜାଣିପାରନ୍ତି କି ସେ କଣ ଭାବୁଛି ।

ତାଙ୍କର ପିଲାବେଳେ ବିଷୟରେ କହିବା ତ ଥରେ ଚାଣକ୍ୟ ବଗିଚାରେ ଖେଳୁଥିଲେ । ଏହା ପରେ ଅଚାନକ ଜଣେ ଜ୍ୟୋତିଷୀ ତାଙ୍କ ଘରକୁ ଆସିଲେ । ସେହି ଜ୍ୟୋତିଷୀ ଜଣକ ଚାଣ୍ୟକଙ୍କର ଜାତକକୁ ଦେଖି ତାଙ୍କ ମା ଙ୍କୁ କହିଲେ କି ତାଙ୍କର ରାଜଯୋଗ ଅଛି । ଯଦି ଏହାର ପ୍ରମାଣ ଚାହୁଁଛନ୍ତି ତେବେ ଆପଣ ତାହାର ସାମ୍ନା ଦାନ୍ତରେ ନାଗରାଜ ଚିତ୍ର ଅଛି । ଏହା ପରେ ମା ଚାଣକ୍ୟର ଦାନ୍ତରେ ଦେଖିଲେ କି ଚାଣକ୍ୟଙ୍କ ଦାନ୍ତରେ ନାଗରାଜର ଚିହ୍ନ ଅଛି ।

ଏହା ପରେ ମା କାନ୍ଦିବାକୁ ଲାଗିଲେ କାରଣ ମା ଚିନ୍ତା କରିଲେ କି ଯଦି ଚାଣକ୍ୟ ଆଗକୁ ଯାଇ ପ୍ରଧାନ ମନ୍ତ୍ରୀ ହେଲେ ତେବେ ସେ ତାଙ୍କୁ ଭୁଲିଯିବ । ଚାଣକ୍ୟ ମା’ର ଦୁଃଖକୁ ଦେଖି ସଙ୍ଗେ ସଙ୍ଗେ ସେ ନିଜର ନାଗରାଜ ଦାନ୍ତକୁ ଭାଙ୍ଗିଦେଲେ ଓ କହିଲେ ତୋର ପ୍ରେମ ଆଗରେ ମୁଁ ନିଜର ରାଜପାଠ ତ୍ୟାଗ କରିଦେବି । ଆଗକୁ ଯାଇ ଚାଣକ୍ୟ ପ୍ରଧାନ ଆଚାର୍ଯ୍ୟ ହେଲେ ଓ ସେତେବେଳେ ସୀକନ୍ଦର ଭାରତ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଭାରତକୁ ପ୍ରବେଶ କରୁଥିଲା ।

ଏମିତିରେ ଚାଣକ୍ୟ ଚିନ୍ତା କରିଲେ କି ସେ ଏକ ଅଖଣ୍ଡ ଭାରତର ନିର୍ମାଣ କରିବେ ଓ ଏକ ଶକ୍ତିଶାଳି ରାଜ୍ୟ ଛିଡା କରିବେ । ସେଥିପାଇଁ ସେ ବହୁତ ରାଜାଙ୍କ ସହ ଦେଖା କରିଲେ । ସେତେବେଳେ ସବୁଠୁ ବଡ ସାମ୍ରାଜ୍ୟ ଥିଲା ମଗଧ । ଯାହାର ରାଜା ଭୋଗ ବିଳାସରେ ବ୍ୟସ୍ତ ରହି ଚାଣକ୍ୟଙ୍କ କଥାକୁ ନଜର ଅନ୍ଦାଜ କରିଦେଲା ଓ ଚାଣକ୍ୟଙ୍କୁ ନିଜ ସଭାରେ ଅପମାନିତ କରିଲେ । ଏହା ପରେ ଚାଣକ୍ୟ କ୍ରୋଧରେ କହିଲେ କି ଯେତେ ପର୍ଯ୍ୟନ୍ତ ମୁଁ ଅଖଣ୍ଡ ଭାରତର ନିର୍ମାଣ ନ କରିଛି ସେତେ ଦିନ ପର୍ଯ୍ୟନ୍ତ ମୁଁ ନିଜର ଏହି ଶିଖାକୁ ବାନ୍ଧିବି ନାହିଁ ।

ଏହା ପରେ ସେ ଏକ ଛୋଟ ବାଳକକୁ ରାଜ୍ୟ ପାଠ, ଶାସ୍ତ୍ର ଓ ଅସ୍ତ୍ର ବିଷୟରେ ଶିକ୍ଷା ଦେଲେ । ତାର ନାମ ଥିଲା ଚନ୍ଦ୍ରଗୁପ୍ତ ଓ ସେ ୧୭ ଓ ୧୮ ବୟସର ଥିଲା । ଚାଣକ୍ୟ କହୁଥିଲେ କି ଶତ୍ରୁର ଦୁର୍ବଳତା ଜାଣିବା ପାଇଁ ତାହାର ମିତ୍ର ହୋଇ ରୁହ । ଚନ୍ଦ୍ରଗୁପ୍ତ ଆଶ୍ଚର୍ଯ୍ୟ ହୋଇଗଲେ କି ସିକନ୍ଦରକୁ ମିତ୍ର କେମିତି କରିବେ । ଏହା ପରେ ଚାଣକ୍ୟ ଚନ୍ଦ୍ରଗୁପ୍ତକୁ କହିଲେ କି ତୁମେ ତାଙ୍କର ସେନାରେ ସାମିଲ ହୋଇଯାଅ । ଏହା ପରେ ଚନ୍ଦ୍ରଗୁପ୍ତ ଚାଣକ୍ୟଙ୍କ ପାଖକୁ ଆସି ସବୁ କଥା କହିଲେ ।

ଏହା ପରେ ଚାଣକ୍ୟ ନିଜର କୂଟନୀତି ଦ୍ଵାରା ସିକନ୍ଦରର ସେନା ମଧ୍ୟରେ ଭ୍ରାନ୍ତି ଆରମ୍ଭ କରିଦେଲେ । ଚନ୍ଦ୍ରଗୁପ୍ତ ଚାଣକ୍ୟର ବୁଦ୍ଧି ବଳରେ ସିକନ୍ଦର ସେନାଙ୍କୁ ମାରିଦେଲେ । ଏହା ପରେ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମଗଧ ସାମ୍ରାଜ୍ୟ ଉପରେ ଆକ୍ରମଣ କରିଲେ କିନ୍ତୁ ମଗଧର ରାଜା ତାଙ୍କୁ ହରାଇଦେଲେ । ଏହା ପରେ ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ଗୋଟିଏ ଚାଳଘରେ ଲୁଚି ରହି ଗଲେ । ସେଠି ଦେଖିଲ କି ଜଣେ ମା ତା ଶିଶୁକୁ କହୁଛି କି ଗରମ ଜିନିଷରେ ସିଧାସଳଖ ହାତ ରଖିବୁ ନାହିଁ । ଚାରିଆଡୁ ଏହି ଗରମ ଜିନିଷକୁ ଖାଇବୁ ତେବେ ତାହା ସେବନ କରିହେବ ।

ଏଥିରୁ ସେ କିଛି ଶିକ୍ଷା ପାଇଲେ କି ପ୍ରଥମେ ଚତୁର୍ଦିଗରୁ ଆକ୍ରମଣ କରିବା । ଏହା ପରେ ବିଷ କନ୍ୟା ତିଆରି କଲେ । ବହୁତ ରାଜାଙ୍କୁ ବିଷ କନ୍ୟା ନିଜର ଚୁମ୍ବନ ଦ୍ଵାରା ମାରି ଦେଉଥିଲେ । ପୁଣି ଜାସୁସ ତିଆରି କଲେ ଯାହାଦ୍ୱାରା ସବୁ ଖବର ତାଙ୍କ ପାଖରେ ଆସି ପହଞ୍ଚିବ । ପୁଣି ଏକ ବଡ ସେନା ତିଆରି କରିବାକୁ ବନେଇବାକୁ । ଏହା ପରେ  ଚାଣକ୍ୟଙ୍କ ବାଣୀ ଶୁଣି ସମସ୍ତେ ଚନ୍ଦ୍ରଗୁପ୍ତର ସେନାରେ ସାମିଲ ହୋଇଗଲେ । ଏହା ପରେ ଚାଣକ୍ୟ ୮ଲକ୍ଷ ସେନା ତିଆରି କରିଦେଲେ ।

ଯୋଗ୍ୟତା ପୂର୍ଣ ବ୍ୟକ୍ତିଙ୍କୁ ହିଁ ସେ ଅଧିକ ମହତ୍ଵ ଦେଉଥିଲେ । ଯେଉଁମାନେ ସବୁ କାର୍ଯ୍ୟରେ ନିପୁଣ ଥିବେ ତାଙ୍କୁ ରାଜାଙ୍କ ପାଖରେ ରଖୁଥିଲେ । ଏହା ପରେ ଛୋଟ ଛୋଟ ଯୁଦ୍ଧ ଆରମ୍ଭ କରିଲେ । ଚାଣକ୍ୟ କହିଲେ ବଡ ବଡ ଯୁଦ୍ଧ କରିବା ଅପେକ୍ଷା ଛୋଟ ଯୁଦ୍ଧ କରିବା ଭଲ । ଏହା ପରେ ସେ ସବୁ ରାଜ୍ୟର ରାଜାଙ୍କୁ, ସମୁଦ୍ରର ଲୁଟେରାଙ୍କୁ ନେଇ ସେ ଧନାନନ୍ଦ ରାଜ୍ୟ ଉପରେ ଆକ୍ରମଣ କରିଦେଲେ । ଏହିଭଳି ଭାବରେ ଚାଣକ୍ୟ ଏକ ବିଶାଳ ଭାରତର ନିର୍ମାଣ କରିଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।