୪୦ ବର୍ଷୀୟ ମହିଳା କୁକୁରର ଜୀବନ ବଞ୍ଚାଇବା ପାଇଁ ଗଭୀର କୂଅରେ ପଶିଲେ, ଭିଡିଓ ଦେଖି ଥମି ଯିବ ଆପଣଙ୍କ ନିଶ୍ଵାସ

ଟିଭି ଓ ଫିଲ୍ମରେ ଆପଣ ପ୍ରାୟତଃ ହିରୋକୁ ଦେଖିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅସଲ ହିରୋ ସହ ସାକ୍ଷାତ କରାଇବାକୁ ଯାଉଛୁ ଯିଏ ନିଜର ଜୀବନକୁ ବାଜି ଲଗାଇ ଗୋଟିଏ ପଶୁର ଜୀବନ ବଞ୍ଚାଇଛି । କହିବାକୁ ଗଲେ ବର୍ତ୍ତମାନ ଦିନରେ ଇଣ୍ଟର୍ନେଟରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖା ଯାଉଛି କି ଏକ ଜଣେ ମହିଳା ଦଉଡି ସାହାର୍ଯ୍ୟରେ ପାଖପାଖି ୩୦ ଫୁଟ ଗଭୀର କୂଅକୁ ପଶୁଛି ।

ଏହା ପରେ ସେ କୂଅରେ ପଡିଥିବା କୁକୁରକୁ ଏକ ଦଉଡି ରେ ବାନ୍ଧୁଛି ଓ କୂଅ ବାହାରେ ଠିଆ ହୋଇଥିବା ଲୋକମାନେ ସେହି କୁକୁରକୁ ବାହାର କରୁଛନ୍ତି । ଏହା ପରେ ସେହି ମହିଳା ବି ବହୁତ ବାହାଦୁରିର ସହ ସେହି କୂଅରୁ ବାହାରକୁ ବାହାରୁଛି । ସୂଚନା ଅନୁସାରେ ଏହି ପୁରା ମାମଲା କର୍ଣ୍ଣାଟକର ମଂଗଲୁରୁ (Mangaluru)ର ଅଟେ । ଭିଡିଓରେ ଯେଉଁ ମହିଳା କୁକୁର ଜୀବନ ବଞ୍ଚାଇ ଥିବାର ଦେଖା ଯାଉଛି ସେହି ମହିଳାର ନାମ ରଜନୀ ଦାମୋଦର ଶେଟ୍ଟୀ ଅଟେ ।

ସେହି ମହିଳାର ବୟସ ୪୦ ବର୍ଷ ଅଟେ । ଏହି ବୟସରେ ବି ସେହି ମହିଳା ଜଣକ ବହୁତ ବାହଦୁରିର ସହିତ ଗଭୀର କୂଅରେ ପଶି କୁକୁରର ଜୀବନ ବଞ୍ଚାଇଛି । ଏହି କାମ ବହୁତ ଭୟଙ୍କର ଥିଲା । ସେଠି ଅନ୍ୟ ଯୁବକମାନେ ବି ଥିଲେ କିନ୍ତୁ କୂଅ ଭିତରକୁ ଯିବାର ସାହସ କେବଳ ଏହି ୪୦ ବର୍ଷୀୟ ରଜନୀ ମଧ୍ୟକୁ ହିଁ ଆସିଲା । କେବଳ ଏହି କଥା ଲୋକମାନଙ୍କୁ ପସନ୍ଦ ଆସୁଛି ଓ ସମସ୍ତେ ତାଙ୍କର ବାହାଦୁରିର ପ୍ରଶଂସା କରୁଛନ୍ତି ।

ସୂତ୍ର ଅନୁସାରେ ରଜନୀ ଜଣେ ପଶୁ ପ୍ରେମୀ ଅଟେ । ଏହି କାରଣ ଅଟେ କି ସେ ନିଜ ଜୀବନ ବିଷୟରେ ଚିନ୍ତା ନ କରି କୂଅ ଭିତରକୁ ପଶି ଗଲା । ଟାଇମ ଅଫ ଇଣ୍ଡିଆ ସହ କଥା ହୋଇ ରଜନୀ କହିଲେ କି ତାଙ୍କୁ ପାଖପାଖି ୨ ଟା ସମୟରେ ଫୋନ ଆସିଥିଲା । ଏହା ପରେ ସେ ସଙ୍ଗେ ସଙ୍ଗେ ସେହି କୂଅ ପାଖରେ ପହଞ୍ଚିଗଲେ ।

ରଜନୀ କହିଲେ କି “ଯେତେବେଳେ ମୁଁ କୂଅ ଭିତରକୁ ପଶିଲି ତେବେ ଦେଖିଲି କି କୁକୁର ଭୟଭୀତ ଅଛି ଓ ସେ ମୋତେ କାମୁଡିବାକୁ ବି ଚେଷ୍ଟା କରିଲା । କିନ୍ତୁ ଯେମିତି ହିଁ ମୁଁ ତାହାର ପିଠି ଉପରେ ହାତ ବୁଲାଇଲି ତେବେ ସେ ମୋ ସହ ମିଶିଗଲା । ପୁଣି ମୁଁ ଜଲ୍ଦି ତା’ର ଅଣ୍ଟାରେ ଦୌଡି ବାନ୍ଧି ଦେଲି ଓ କୂଅ ଉପରେ ଥିବା ଲୋକମାନେ ତୁରନ୍ତ ତାକୁ ବାହାର କରିଦେଲେ ।

ପରେ ମୁଁ ବି ସେହି ଦୌଡି ସାହାର୍ଯ୍ୟରେ କୂଅର କାନ୍ଥ ଚଢି ବାହାରକୁ ଆସିଗଲି । ସୋସିଆଲ ମିଡିଆରେ ରଜନୀଙ୍କ ରେସ୍କ୍ୟୁ ମିଶନ ବହୁତ ଭାଇରାଲ ହେଉଛି । ଟ୍ୱିଟରre ଏହାକୁ Mauna @ugtunga ନାମକ ଏକ ୟୁଜର ଶେୟାର କରିଛି ।

ଦେଖନ୍ତୁ ଭିଡିଓ