ଲକଡାଉନ ପରେ ଚାଲିବ ସ୍ପେଶାଲ ଟ୍ରେନ, ଦେବାକୁ ପଡିପାରେ ଟିକେଟ ପାଇଁ ଅଧିକ ଟଙ୍କା, ରେଲୱେ କରୁଛି ଏମିତି ପ୍ରସ୍ତୁତି

ଭାରତ ସରକାର କରୋନାର ଭୟାଭୟ ସ୍ଥିତିକୁ ଦେଖି ଲକଡାଉନ ୨.୦ ର ଘୋଷଣା କରିଥିଲେ ଓ ଏହି ଲକଡାଉନ ୩ ମେ ପର୍ଯ୍ୟନ୍ତ ଲାଗୁ ରହିବ । ଏମିତିରେ ଲକଡାଉନ ଶେଷ ହେବା ପାଇଁ ଆଉ କିଛି ଦିନ ହିଁ ବାକି ଅଛି । କହିବାକୁ ଗଲେ ଲକଡାଉନ କାରଣରୁ ଟ୍ରେନ, ବିମାନ, ସାର୍ବଜନିକ ପରିବହନ ଭଳି ସମସ୍ତ ସାଧନ ବନ୍ଦ କରି ଦିଆ ଯାଇଛି । ଏମିତିରେ ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କି କଣ ୩ ମେ ପରେ ଟ୍ରେନର ସମସ୍ତ ସର୍ବିସ ଆରମ୍ଭ ହେବ । କିନ୍ତୁ ଏହାକୁ ନେଇ କୌଣସି ପ୍ରକାରର ଆଧିକାରିକ ସୂଚନା ଜାରି କରାଯାଇ ନାହିଁ । କିନ୍ତୁ ଯଦି ମିଡିଆ ରିପୋର୍ଟକୁ ମାନିବେ ତ ରେଲୱେ ବିଭାଗ ଲକଡାଉନ ପରେ ରେଲୱେର କିଛି ଖାସ ନିୟମ ସହିତ ରେଲୱେ ସର୍ବିସକୁ ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି ।

ଲକଡାଉନ ପରେ ଚାଲିବ ସ୍ପେଶାଲ ଟ୍ରେନ

ମିଡିଆର ରିପୋର୍ଟ ଅନୁସାରେ ଲକଡାଉନ ଶେଷ ହେବା ପରେ ରେଲୱେ ବିଭାଗ ନିଜର ସର୍ବିସକୁ ଆରମ୍ଭ କରିବା ପାଇଁ ସ୍ପେଶାଲ ପ୍ୟାସେଂଜର ଟ୍ରେନକୁ ଚଲାଇବା ପାଇଁ ବିଚାର କରୁଛି । ଏହି ଟ୍ରେନ ଗୁଡିକୁ ଜୋନରେ ଚଳାଇବା ପାଇଁ ଯୋଜନା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗ୍ରୀନ ଜୋନରେ ହିଁ ଏହି ସମସ୍ତ ଟ୍ରେନ ଚାଲିବାର ଯୋଜନା ଅଛି ।

ଟ୍ରେନ ଚାଲିବ, କିନ୍ତୁ କିଛି ଶର୍ତ ଅଛି

  • ରେଲୱେ ବିଭାଗ ବର୍ତ୍ତମାନ ଗ୍ରୀନ ଜୋନ ଗୁଡିକରେ ଟ୍ରେନ ଚାଳାଇବା ଉପରେ ବିଚାର କରୁଛି ।
  • କେବଳ ଇମରଜେଂସୀରେ ହିଁ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ ।
  • ଅରେଞ୍ଜ ଜୋନ, ରେଡ ଜୋନ, ହଟସ୍ପଟ ଅଞ୍ଚଳରେ କୌଣସି ପ୍ରକାରର ଟ୍ରେନ ଚାଲିବ ନାହିଁ ।
  • ଏହା ସହିତ ବର୍ତ୍ତମାନ ସମୟରେ କେବଳ ସ୍ଲୀପର ଟ୍ରେନ ଚାଲିବା ବିଷୟରେ ବିଚାର କରାଯାଉଛି । କିନ୍ତୁ ଏହି ସମୟରେ ଏସି ଓ ଜେନରାଲ ଟ୍ରେନ ଚାଲିବ ନାହିଁ ।
  • ଟ୍ରେନରେ କୋଚ କେବଳ ଅପର ଓ ଲୋୟଲ ବର୍ଥ ହେବ । ମିଡିଲ ବର୍ଥକୁ ହଟାଇ ଦିଆଯିବ । ଯାତ୍ରୀମାନଙ୍କ ସଂଖ୍ୟା ସୀମିତ ରଖାଯିବ ।

ଅଧିକ ଟଙ୍କା ଦେବାକୁ ପଡିବ

Image courtesy: Google
  • ଆପଣଙ୍କୁ କହିଦେଉଛୁ କି ଏହି ସ୍ପେଶାଲ ଟ୍ରେନ ପାଇଁ ଆପଣଙ୍କୁ ଅଧିକ ଭଡା ଦେବାକୁ ପଡିବ । ଯାହା ଦ୍ଵାରା ଲୋକମାନେ କେବଳ ଇମରଜେଂସୀରେ ହିଁ ଯାତ୍ରା କରିବେ ।
  • ସିନିୟର ସିଟିଜନ, ଦିବ୍ୟାଙ୍ଗ ଓ ଛାତ୍ର ଇତ୍ୟାଦିଙ୍କ ଯାତ୍ରୀ ଭଡାରେ ବି କୌଣସି ଫ୍ରୀ ମିଳିବ ନାହିଁ ।
  • ଏହି ସ୍ପେଶାଲ ଟ୍ରେନରେ କେବଳ ସେମାନେ ହିଁ ଯାତ୍ରା କରି ପାରିବେ ଯେଉଁମାନଙ୍କ ଟିକେଟ କଂଫର୍ମ ଥିବ ।
  • ଏହି ଟ୍ରେନ ଗୁଡିକରେ ସାମାଜିକ ଦୂରତାର ପୁରା ଧ୍ୟାନ ରଖାଯିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।