ଚକ୍ରବର୍ତ୍ତୀ ପୁରୁଷଙ୍କ ମଧ୍ୟରେ ଥାଏ ଏହି 4 ଟି ଲକ୍ଷଣ- Vidur Niti

ମହାତ୍ମା ବିଦୁର ଙ୍କ ନୀତିରେ ଏପରି ପୁରୁଷଙ୍କ ଲକ୍ଷଣ ବିଷୟରେ ଲେଖିଛନ୍ତି ଯାହାଙ୍କ ସ୍ଥାନ ଚକ୍ରବର୍ତ୍ତୀ ରାଜାଙ୍କ ସମାନ ହୋଇଥାଏ । ମହାତ୍ମା ବିଦୁର ନିଜେ ସ୍ଵୟଂ ଧର୍ମରାଜଙ୍କ ଅବତାର ଥିଲେ । ସେଥିପାଇଁ ତାଙ୍କୁ ମୃତ୍ୟୁଲୋକର ସମସ୍ତ ପ୍ରାଣୀଙ୍କ ଭୂତ ଓ ଭବିଷ୍ୟତ ବିଷୟରେ ଜ୍ଞାତ ଥିଲା ଓ ସେହି କାରଣରୁ ସେ ମନୁଷ୍ୟ ମାନଙ୍କ କଲ୍ୟାଣ ପାଇଁ ନୀତି ରଚନା କରିଥିଲେ । ଆଜି ଆମେ ପୁରୁଷଙ୍କ ୪ଟି ଏପରି ଲକ୍ଷଣ ବିଷୟରେ ଜାଣିବା ଯେଉଁମାନେ ଦେଖିବାକୁ ଖୁବ୍ ସାଧାରଣ ଓ ଯାହା ପାଖରେ ଅପାର ଧନସମ୍ପତି ନ ଥିଲେ ମଧ୍ୟ ତାଙ୍କର ଗୁଣ, ସ୍ଵଭାବ ଓ ଆଚରଣ ଯୋଗୁଁ ସଂସାରରେ ମାନ ସମ୍ମାନ ଓ କୀର୍ତ୍ତି ଲାଭ କରିଥାନ୍ତି ।

ୟଶ୍ୟ କୃତ୍ୟଂ ନ ଜାନନ୍ତି
ମନ୍ତ୍ରଂ ବା ମନ୍ତ୍ରିତଂ ପରେ
କୃତମେବାସ୍ୟ ଜାନନ୍ତି
ସ ୱେ ପଣ୍ଡିତ ଉଚ୍ୟତେ

ବିଦୁରଙ୍କ ଅନୁଯାୟୀ ସର୍ବପ୍ରଥମେ ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟକୁ ନେଇ ସଂସାରର କୌଣସି ମନୁଷ୍ୟ ମଧ୍ୟ ପୂର୍ବାନୁମାନ କରି ପାରେ ନାହିଁ ସେହି ପୁରୁଷ ମହା ଜ୍ଞାନୀ ଅଟନ୍ତି । ଏପରି ପୁରୁଷ ଆଗକୁ ଯାଇ ମହାନ୍ କାର୍ଯ୍ୟ କରିଥାନ୍ତି । ଅର୍ଥାତ୍ ଆପଣ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ବା ଯେଉଁ ନିର୍ଣ୍ଣୟ ନେବାକୁ ଯାଉଛନ୍ତି ସେ ବିଷୟରେ କେବେ ମଧ୍ୟ ଅନ୍ୟକୁ ଜଣା ପଡ଼ିବା ଉଚିତ୍ ନୁହେଁ ।

ନିଜ କାର୍ଯ୍ୟ ସର୍ବଦା ଗୁପ୍ତ ରଖି କରିବା ଉଚିତ୍ । ତେବେ ଯାଇ ସେଥିରେ ସଫଳତା ମିଳିଥାଏ । କାର୍ଯ୍ୟ ପୂର୍ଣ୍ଣ ହେବା ପରେ ହିଁ ମହାନ୍ ବ୍ୟକ୍ତିଙ୍କ ପ୍ରଶଂସା କରାଯାଏ । କାର୍ଯ୍ୟ ଆରମ୍ଭରୁ ସଫଳତା ପାଇବା ପରି ଦେଖାଇ ହେବା ମୂର୍ଖ ବ୍ୟକ୍ତି କେବେ ମଧ୍ୟ ସଫଳ ହୋଇ ପାରେ ନାହିଁ ।

ଦ୍ଵିତୀୟ ଲକ୍ଷଣ ହେଉଛି କଠୋର ବ୍ରହ୍ମଚାରୀ । ହଜାର ବର୍ଷ ମଧ୍ୟରେ ଯେତେ ମଧ୍ୟ ଚକ୍ରବର୍ତ୍ତୀ ସମ୍ରାଟ ହୋଇଥିଲେ ସେମାନେ ଯୁଦ୍ଧ ସମୟରେ କଠୋରତାର ସହ ବ୍ରହ୍ମଚାରୀ ବ୍ରତ ପାଳନ କରୁଥିଲେ । ବ୍ରହ୍ମଚାରୀ ବ୍ରତ ପାଳନ କରିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ ଓ ମନୋବଳ ମଜବୁତ୍ ହୋଇଥାଏ । ଆଉ ମଧ୍ୟ ବ୍ୟକ୍ତିଙ୍କ ଜୀବନରୁ ନିରାଶା ଓ ଦୁର୍ବଳତା ନଷ୍ଟ ହୋଇଯାଏ । ଯେଉଁ ବ୍ୟକ୍ତି ନିଜ କାମକୁ ବଶରେ ରଖି ପାରେ ନାହିଁ ସେ ଜୀବନରେ ସଫଳତା ପାଇ ପାରେ ନାହିଁ । କାମ ବଶରେ ରହୁଥିବା ବ୍ୟକ୍ତି ସ୍ତ୍ରୀ ବଶରେ ସ୍ତ୍ରୀଙ୍କ ଦାସ ହୋଇ ରହିଥାଏ । ସେଥିପାଇଁ ଉନ୍ନତି ନିମନ୍ତେ ମନୁଷ୍ୟକୁ ବ୍ରହ୍ମଚାରୀ ବ୍ରତ ଅବଶ୍ୟ ପାଳନ କରିବା ଉଚିତ୍ ।

ୟଥାଶକ୍ତି ଚିକିର୍ଷନ୍ତି
ୟଥାଶକ୍ତି ଚ କୁର୍ବନ୍ତି ।
ନ କିଞ୍ଚିଦବମନ୍ୟତେ
ନରାଃ ପଣ୍ଡିତବୁଦ୍ଧୟଃ ।

ମହାନ ଲୋକ ଯଥାଶକ୍ତି ନିଜ ନିଜ ସାମର୍ଥ୍ୟରୁ ବଳି କାର୍ଯ୍ୟ କରନ୍ତି ଓ କେବେ ଥକି ଯାଆନ୍ତି ନାହିଁ । ଆଉ କେବେ କାହାର ଉପେକ୍ଷା ମଧ୍ୟ କରନ୍ତି ନାହିଁ । ଅର୍ଥାତ୍ କାହାକୁ ମଧ୍ୟ ତୁଚ୍ଛ ଭାବନ୍ତି ନାହିଁ । ଯେଉଁ ମନୁଷ୍ୟ ଶତ୍ରୁକୁ ଦୁର୍ବଳ ଭାବି ଶୋଇ ରହେ ତାକୁ ଅତି ଦୁର୍ବଳ ଶତ୍ରୁ ମଧ୍ୟ ପରାଜୟ କରିଥାଏ ।

ଆର୍ୟକର୍ମଣୀ ରଜ୍ୟନ୍ତେ
ଭୃତିକର୍ମାଣୀ କୁର୍ବତେ ।
ହିତଂ ଚ ନାଭ୍ୟସୂୟନ୍ତି
ପଣ୍ଡିତା ଭରତର୍ଷଭ ।

ମହାନ ଲୋକ ଧୋକା, ଚୋରି ଓ ଚପଳତାରେ ଧନ ଅର୍ଜନ କରନ୍ତି ନାହିଁ । ଅର୍ଥାତ୍ ଧନ ପ୍ରାପ୍ତ କରିବା ପାଇଁ ନୀଚ ହୁଅନ୍ତି ନାହିଁ । ଅଥଚ ଏପରି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ସମସ୍ତଙ୍କର କଲ୍ୟାଣ ହେବ । ଏପରି ମନୁଷ୍ୟଙ୍କ ପାଖକୁ ଲକ୍ଷ୍ମୀ ଆପେ ହିଁ ଆସନ୍ତି । ଶ୍ରେଷ୍ଠ ଲୋକ ନିଜ କର୍ମଚାରୀଙ୍କୁ କେବେ ମଧ୍ୟ ଦୋଷ ଦିଅନ୍ତି ନାହିଁ । ସମସ୍ତଙ୍କର ସମ୍ମାନ କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ