ଚାକିରି ହେଉ ନଥିଲେ କଣ କରିବେ ? ଏହା ସହିତ ପଢନ୍ତୁ 20+Anuchinta

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟ ରେ-

୧.ପ୍ରତିଦିନ ଦୁଇ ଗ୍ଲାସ ଉଷୁମ ପାଣି ପିଇଲେ ହଜମ ଭଲ ହେବା ସହିତ ହୃଦ ରୋଗ ର ଆଶଙ୍କା କମି ଥାଏ ।

୨.ଖାଇ ସାରିବା ପରେ ଗାଧାନ୍ତୁ ନାହିଁ କିମ୍ବା ସଂଗେ ସଂଗେ ସୁଅନ୍ତୁ ନାହିଁ କାରଣ ଏହା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ ।

୩.ବସିଲା ବେଳେ ଅଣ୍ଟା ସିଧା କରି ବସିଲେ ଅଣ୍ଟା ବିନ୍ଧା ଠିକ ହୋଇଥାଏ ଓ ମେରୁ ଦଣ୍ଡ ଠିକ ରହିଥାଏ ।

୪.ଘର ର ବୈଠକ ଘରେ ସାଧୁ ସଂଥ ଙ୍କ ର ଆଶୀର୍ବାଦ ଦେଉଥିବା ଫୋଟୋ ଲଗାଇଲେ ବହୁତ ଶୁଭ ହୋଇଥାଏ ।

୫.ଠାକୁର ଘରେ ଶଙ୍ଖ ରଖିଲେ ଓ ବଜାଇଲେ ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

 

୬.ଠାକୁର ଘରେ କର୍ପୂର ରଖିଲେ ଓ କର୍ପୁର ଜଳାଇଲେ ମନର ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ ।

୭.ଯଦି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗୁଥାଏ ତେବେ ଶୁକ୍ରବାର ଦିନ ମା କାଳୀ ଙ୍କୁ ଦର୍ଶନ କଲେ ତାହା ଦୂର ହୋଇଯାଇଥାଏ ।

୮.ଯେଉଁ ଜାଗା ରେ ବର ଗଛ କିମ୍ବା ଅଶ୍ୱତ୍ଥ ଗଛ ଅଛି ସେହି ସ୍ଥାନ ରେ ଘର ନିର୍ମାଣ କଲେ ଅଶୁଭ ହୋଇଥାଏ ।

୯.ନିଜ ମନ କୁ ନିୟନ୍ତ୍ରଣ ରେ ରଖୁଥିବା ବ୍ୟକ୍ତି ଜୀବନ ର ସବୁ କ୍ଷେତ୍ରରେ ସଫଳ ହୋଇଥାଏ ।

୧୦.ଯଦି ଆପଣଙ୍କ ର କୌଣସି ଇଚ୍ଛା ପୁରା ହେଲା ନାହିଁ ତେବେ ଜାଣନ୍ତୁ କି ଆପଣଙ୍କୁ କିଛି ଅଲଗା ଜିନିଷ ମିଳିବାର ଅଛି ।

୧୧.ଯେଉଁ କାର୍ଯ୍ୟ ଆପଣ ଖୁସି ହୋଇ କରନ୍ତି ସେହି କାର୍ଯ୍ୟ ଆପଣଙ୍କୁ ଖୁସି ଓ ସଫଳତା ଦେଇଥାଏ ।

୧୨.ଓଁ ହନୁମତେ ନମଃ ଏହି ମନ୍ତ୍ର ଜପ କଲେ ଅଟକି ରହିଥିବା ସବୁ କାର୍ଯ୍ୟ ଖୁବ ଶୀଘ୍ର ହୋଇଯାଇଥାଏ ।

୧୩.ଶୋଇବା ଘରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଏହା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

୧୪.ଯଦି ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ମୁଣ୍ଡ ପାଖରେ ଲୁହା ଜିନିଷ ରଖି ଶୋଇବା ଉଚିତ ।

୧୫.ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ ଏବଂ ଘରେ ରାଧାକୃଷ୍ଣ ଙ୍କ ମୂର୍ତ୍ତି ରଖନ୍ତୁ ।

୧୬.ଯଦି ଚାକିରୀ ମିଳୁ ନ ଥାଏ ତେବେ ସକାଳୁ ଉଠି ସାତ ପ୍ରକାର ଦାନା ମିଶାଇ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

୧୭.ସ୍ୱାମୀ ସ୍ତ୍ରୀ ଙ୍କ ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣ ଙ୍କର ଫୋଟୋ ଲଗାଇବା ଉଚିତ ।

୧୮.ଖାଇ ସାରିବା ପରେ ଥାଳି ରେ ହାତ ଧୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୧୯.କାଳ ସର୍ପ ଦୋଷ ଦୁର କରିବା ପାଇଁ ହେଲେ ସାତଟି ମୟୁର ପର ତକିଆ ଭିତରେ ରଖନ୍ତୁ ।

୨୦.ଯୁବକ ଯୁବତୀ ମାନଙ୍କ ବିବାହ ବିଳମ୍ବ ହେଉଥିଲେ ଗୁରୁବାର ଦିନ ବ୍ରତ କଲେ ସୁଫଳ ମିଳିଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।