ଚାକିରି ଛାଡିବା ପରେ ଆମାଜନ କମ୍ପାନୀ ଦେଉଛି ତିନି ମାସର ସ୍ୟାଲେରୀ, ଏହା ସହିତ ମିଳିବ ଏତେ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ପ୍ରାୟତଃ ଚାକିରି ମିଳିବା ପରେ ଲୋକମାନଙ୍କୁ ସ୍ୟାଲେରୀ ମିଳିଥାଏ, କିନ୍ତୁ ଏଠି ଏକ ପ୍ରସିଦ୍ଧ କମ୍ପାନୀ ଚାକିରି ଛାଡିବା ପରେ ବି ଲକ୍ଷ ଲକ୍ଷ ଟଙ୍କା ଦେଇଥାଏ । କହିବାକୁ ଗଲେ ଆମାଜନ କମ୍ପାନୀ ନିଜର କର୍ମଚାରୀଙ୍କୁ ଚାକିରି ଛାଡିବା ପରେ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛି । କିନ୍ତୁ ଏହା ପଛରେ କମ୍ପାନୀର ନିଜର ହିଁ ଏକ ଅଲଗା ପଲିସି ଅଛି ।

କହିବାକୁ ଗଲେ କମ୍ପାନୀ ଏହାକୁ ଘୋଷଣା କରିବା ସହିତ ନିଜ ବ୍ୟାପାରକୁ ବିସ୍ତାର କରିବା ପାଇଁ ମଧ୍ୟ ପ୍ଲାନ କରୁଛି । ସୂଚନା ଅନୁସାରେ କମ୍ପାନୀ ନିଜର ଗ୍ରାହକମାନଙ୍କ ନିକଟରେ ଡେଲିବରି କେବଳ ଗୋଟିଏ ଦିନରେ ହିଁ କରିବା ପାଇଁ ଚାହୁଁଛି । ଯେଉଁ କାରଣରୁ ସେ ଡେଲିବରି କ୍ଷେତ୍ରରେ ଅଧିକ ରୁ ଅଧିକ କର୍ମଚାରିମାନଙ୍କୁ ଆଣିବା ପାଇଁ ଏହିଭଳି ଘୋଷଣା କରିଛି ।

୭ ଲକ୍ଷ ଟଙ୍କା ଦିଆଯିବ

ମିଳିଥିବା ସୂଚନା ଅନୁସାରେ, ଆମାଜନ ନିଜର କର୍ମାଚାରୀମାନଙ୍କୁ ଚାକିରି ଛାଡିବା ପରେ ବି ୨ – ୩ ମାସର ସ୍ୟାଲେରୀ ଓ ଏହା ସହିତ ୧୦ ହଜାର ଡଲାର ଦେବାର ନିଷ୍ପତ୍ତି ନେଇଛି । ଯାହାକି ଭାରତୀୟ ଟଙ୍କା ହିସାବରେ ୭ ଲକ୍ଷ ଟଙ୍କା ଅଟେ । କହିଦେଉଛୁ କି କମ୍ପାନୀ ଡେଲିବରୀ ବିଜନେସକୁ ବିସ୍ତାର କରିବା ପାଇଁ ଚାହୁଁଛି । ଏହା ଛଡା କମ୍ପାନୀ ନିଜର କର୍ମଚାରୀମାନଙ୍କୁ ନିଜର ଏକ ଅଲଗା ବିଜନେସ ଆରମ୍ଭ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଏହା ସହିତ କର୍ମଚାରୀମାନଙ୍କର ସୁବିଧାର ବି ଧ୍ୟାନ ରଖିଥାଏ ।

ଆମାଜନ ସ୍ମାଇଲ ଲୋଗୋ ବାଲା କରି ଦିଆଯିବ

ଆମାଜନର ଡେଲିବରୀ ବିଜନେସ ସହ ଜଡିତ ଥିବା ଲୋକମାନଙ୍କୁ ଆମାଜନ ସ୍ମାଇଲ ଲୋଗୋ ବାଲା କରି ଦିଆଯିବ । ଯେଉଁଥିରେ ଗୋଟିଏ ଦିନରେ ଡେଲିବରୀ ପହଞ୍ଚାଇ ଦିଆଯିବ । ଏହି ପ୍ଳାନରେ କର୍ମଚାରୀମାନଙ୍କୁ ଓ କଷ୍ଟମର ଦୁଇଜଣଙ୍କୁ ଲାଭ ମିଳିବ । କହିବାକୁ ଗଲେ ଯେଉଁଠି ଗୋଟିଏ ପଟେ କର୍ମଚାରୀମାନଙ୍କୁ ୯ ରୁ ୫ ର ଅଫିସ ଡ୍ୟୁଟି ରୁ ମୁକ୍ତି ମିଳିବ, ଅନ୍ୟ ପଟେ କଷ୍ଟମରକୁ ଜଲ୍ଦି ହିଁ ଡେଲିବରୀ ମିଳିବ । ଯେଉଁଥିରେ କମ୍ପାନୀକୁ ବହୁତ ଅଧିକ ଲାଭ ବି ମିଳିବ ।

କୋଣ ଅନୁକୋଣରେ ଆମାଜନ

ଆମାଜନ ନିଜର କମ୍ପାନୀକୁ ଧୀରେ ଧୀରେ ପୁରା ଦୁନିଆରେ ବିସ୍ତାର କରୁଛି । ଯେଉଁଥିରେ ଅନ୍ଲାଇନ ମାର୍କେଟିଙ୍ଗ ଦ୍ଵାରା ଦୁନିଆରେ କମ୍ପାନୀର ନାମ ଉପରକୁ ଉଠୁଛି । ଆମାଜନ ଭାରତରେ ଅନ୍ଲାଇନ ମାର୍କେଟିଙ୍ଗ ମାମଲାରେ ନମ୍ବର ୧ ହେଉଛି ଓ ଏହାର ଡେଲିବରୀ ଧୀରେ ଧୀରେ ଦେଶର ଗ୍ରାମୀଣ ଅଞ୍ଚଳରେ ବି ପହଞ୍ଚୁଛି ଯାହା ଦ୍ଵାରା ଦେଶସାରା ଆମାଜନ ନିଜର ବ୍ୟାପାର ବଢାଇ ପାରିବ । କହିଦେଉଛୁ କି ଆମାଜନ କମ୍ପାନୀ ପ୍ରାୟତଃ ନିଜର ଗ୍ରାହକମାନଙ୍କୁ ବଡ ବଡ ଡିଲ ଉପରେ ରିହାତି ଦେବାରେ ବିଶ୍ଵାସ ରଖିଥାଏ ।