ଚୈତ୍ର ନବରାତ୍ରି, ଜାଣନ୍ତୁ କେବେଠୁ ଆରମ୍ଭ ଓ କେବେ ହେବେ ଶେଷ, ମା’ ଙ୍କ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ

ନମସ୍କାର ବନ୍ଧୁଗଣ ଏବେ ପବିତ୍ର ହୋଲି ଯାଇଛି ଆଗକୁ ଆସୁଛି ଚୈତ୍ର ନବ ରାତ୍ରି । ଏହି ଦିନ ଆମେ ମାତା ଙ୍କ ର ନଅ ଦିନ ନଅ ରୂପର ଆରାଧନା କରିବା । ତାଙ୍କ ପାଇଁ ବ୍ରତ ମଧ୍ୟ ରଖିବୁ । ନବରାତ୍ରି କୁ ଆଦ୍ୟ ଶକ୍ତି ର ଆରାଧନା ର ଶ୍ରେଷ୍ଠ କାଳ ମାନି ନିଆଯାଏ । ନବରାତ୍ରି ଚାରି ପ୍ରକାରର ହୋଇ ଥାଏ । ଚୈତ୍ର, ଆଷାଢ଼, ଆଶ୍ୱିନ, ମାଘ ମାସର ଶୁକ୍ଳପକ୍ଷ ର ପ୍ରତିପଦା ଠାରୁ ଆରମ୍ଭ କରି ନବମୀ ଦିନ ପର୍ଯ୍ୟନ୍ତ କୁ ନବରାତ୍ରି ରୂପେ ପାଳନ କରାଯାଏ ।

ଏହି ନବମୀ କୁ ରାମ ନବମୀ ମଧ୍ୟ କୁହାଯାଏ ଏହି ଦିନ ଶ୍ରୀ ରାମ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥି କୁ ସୃଷ୍ଟି ର ଆରମ୍ଭ ମଧ୍ୟ କୁହାଯାଏ । ଏହି ତିଥି କୁ ଅତି ପବିତ୍ର ବୋଲ କୁହାଯାଏ । ନବରାତ୍ରି ରେ ପ୍ରତିଦିନ ଏକ ଶକ୍ତି ର ପୂଜା ଅର୍ଚ୍ଚନା କରା ଯାଇଥାଏ । ଏହି ପାବନ ପର୍ବ କୁ ନାରୀ ଶକ୍ତି ରୂପେ ମଧ୍ୟ ପାଳନ କରା ଯାଇ ଥାଏ । ଚୈତ୍ର ନବରାତ୍ରି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ଥାଏ । ତେବେ ଆସନ୍ତୁ ଜାଣିନେବା କି କେବେ ଠାରୁ ଏହି ନବରାତ୍ରି ଆରମ୍ଭ ହେବାକୁ ଯାଉଛି ।

ଏହି ବର୍ଷ ନବରାତ୍ରି ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଛି । ସେଥିପାଇଁ ମାଆ ଙ୍କ ବାହାନ ଘୋଡା ହି ରହିବ । ଏହାର ମାନ୍ୟତା ଅଛି କି ଏହା ସତ୍ତା ରେ ଉଥଲ ପୁଥଲ ହୋଇ ପାରେ । ଶାସନ ପରିବର୍ତ୍ତନ ର ଯୋଗ ବନୁଛି । ପଡୋଶୀ ଦେଶଙ୍କ ସହ ଯୁଦ୍ଧ ର ଆଶଙ୍କା ବଢୁଛି । କିଛି ସ୍ଥାନରେ ଝଡ଼ ତୋଫାନ ମଧ୍ୟ ଆସିପାରେ । ଏଵଂ ଯେଉଁମାନେ ବି ନବରାତ୍ରି ର ଘଟ ପ୍ରସ୍ତୁତ କରିବେ ସେମାନେ ୧୩ ଏପ୍ରିଲ ରେ ସକାଳ ୫ ଟା ବାଜିକି ୨୮ ମିନିଟ ରୁ ସକାଳ ୧୦ ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି ।

ଘର ଭଲ ଭାବରେ ସଫା କରନ୍ତୁ । ଗୋମୂତ୍ର ଛିଚନ୍ତୁ । ବାତା ବରଣ କୁ ଶୁଦ୍ଧ ରଖନ୍ତୁ । ମାତାଙ୍କୁ ଶୁଦ୍ଧ ଜଳ ରେ ସ୍ନାନ କରାନ୍ତୁ । ଦୀପ ଜଳାନ୍ତୁ । ମାତାଙ୍କ ମନ୍ତ୍ର ର ଜପ ମଧ୍ୟ କରି ପାରିବେ । ଦୁର୍ଗା ସପ୍ତ ସତୀ ର ପାଠ ମଧ୍ୟ କରି ପାରିବେ । ପୂଜା ରେ କୁଂକୁମ ଚନ୍ଦନ ଆଦି ରଖନ୍ତୁ । ପୁରା ଭକ୍ତି ଭାବ ରେ ଖୋଲା ହୃଦୟ ରେ ପୂଜା କରନ୍ତୁ ନିଜର ମନସ୍କାମନା କୁ କୁହନ୍ତୁ । ଏହି ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହେବ ।

ମାତାଙ୍କ ପାଖରେ ଭୋଗ ଲଗାନ୍ତୁ । ସକାଳ ସନ୍ଧ୍ୟା ରେ ଆରତୀ କରନ୍ତୁ । ସାତ୍ୱିକ ଆହାର ଗ୍ରହଣ କରନ୍ତୁ । ଅଖଣ୍ଡ ଦୀପ କୁ ନଅ ଦିନ ପର୍ଯ୍ୟନ୍ତ ଲିଭିବାକୁ ଦିଅନ୍ତୁ ନାହିଁ । ମନରେ କୌଣସି ପ୍ରକାରର ଖରାପ ବିଚାର ଆଣନ୍ତୁ ନାହିଁ । ଶୁଦ୍ଧ ଭକ୍ତ ଭାବ ମନରେ ରଖି ମାତାଙ୍କୁ ଆରାଧନା କରନ୍ତୁ । ନଅ ଦିନ ପର୍ଯ୍ୟନ୍ତ ମୁଣ୍ଡ ରେ ତେଲ ଦେବେ ନାହିଁ କିମ୍ବା ଚୁଟି କାଟିବେ ନାହିଁ । ଲେମ୍ବୁ କାଟିବେ ନାହିଁ । କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।

ନବରାତ୍ରି ର ପ୍ରଥମ ଦିନ ଶୈଳୀ ପୁତ୍ର ରୂପ କୁ ପୂଜା କରାଯାଏ ।

ଦ୍ୱିତୀୟ ଦିନରେ ବ୍ରହ୍ମ ଚାରିଣୀ ରୂପ କୁ ପୂଜା କରାଯାଏ ।

ତୃତୀୟ ଦିନରେ ଚନ୍ଦ୍ର ଘଣ୍ଟା ରୂପ କୁ ପୂଜା କରାଯାଇଥାଏ ।

ଚତୁର୍ଥ ଦିନ ରେ କୁଷ୍ମାଣ୍ଡା ରୂପ କୁ ପୂଜା କରାଯାଇଥାଏ ।

ପଞ୍ଚମ ଦିନ ରେ ସ୍କନ୍ଧ ମାତାଙ୍କ ରୂପ ରେ ପୂଜା କରାଯାଏ ।

ଷଷ୍ଠ ଦିନରେ କାତ୍ୟାୟନି ରୂପ କୁ ପୂଜାକରା ଯାଏ ।

ସପ୍ତମ ରେ କାଲରାତ୍ର ରୂପ କୁ ପୂଜା କରାଯାଇଥାଏ ।

ଅଷ୍ଟମ ଦିନ ରେ ମହାଗୌରୀ ରୂପ କୁ ପୂଜା କରା ଯାଇଥାଏ ।

ନବମ ଦିନ ରେ ସିଦ୍ଧି ଦାତ୍ରୀ ରୂପ କୁ ପୂଜା କରା ଯାଇ ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।