ଚୈତ୍ର ନବରାତ୍ରିରେ କରନ୍ତୁ ଏହି ଛୋଟ ଉପାୟ, ଜଲ୍ଦି ଟଙ୍କା ସମ୍ବନ୍ଧିତ ଅସୁବିଧା ହୋଇଯିବ ଦୂର, ଜୀବନରେ ହେବ ଖୁଶିର ବର୍ଷା

ଚୈତ୍ର ନବରାତ୍ରି ଆମ ହିନ୍ଦୁ ଧର୍ମରେ ଏକ ବିଶେଷ ପର୍ବ ଅଟେ । ଏହି ଦିନରେ ଲୋକମାନେ ମାତା ଦୂର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କଋଥାନ୍ତି । ପ୍ରାୟତଃ ଲୋକମାନେ ପୁରା ୯ ଦିନ ପର୍ଯ୍ୟନ୍ତ ବ୍ରତ ମଧ୍ୟ ରଖନ୍ତି । ଏହି ବର୍ଷ ଚୈତ୍ର ନବରାତ୍ରି ୬ ଏପ୍ରିଲରୁ ଆରମ୍ଭ ହୋଇ ନବମୀ ତିଥି ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ୯ ଦିନରେ ମାତା ଦୂର୍ଗାଙ୍କୁ ୯ ଟି ରୂପରେ ସଜ୍ଜିତ କରାଯାଇଥାଏ ।

କହିବାକୁ ଗଲେ ନବରାତ୍ରିର ଉତ୍ସବ ବର୍ଷକୁ ଦୁଇ ଥର ଆସିଥାଏ । ଏଥର କୁହାଯାଉଛି କି ଏହି ଚୈତ୍ର ନବରାତ୍ରିରେ ୫ଟି ସର୍ବାର୍ଥସିଦ୍ଧି, ୨ଟି ରବି ଯୋଗ ଏବଂ ରବି ପୁଷ୍ଯ ଯୋଗ ହେଉଛି ଏବଂ କୁହାଯାଉଛି କି ଏଥର ନବମୀ ଦୁଇ ଦିନ ପାଳନ କରାଯିବ ।

ଏମିତିରେ ବହୁତ ଲୋକମାନେ ନବରାତ୍ରିରେ ନିଜର ଅସୁବିଧାକୁ ଦୂର କରିବା ଏବଂ ନିଜ ଜୀବନରେ ଟଙ୍କା ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ମାତା ଦୂର୍ଗାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । କୁହାଯାଏ କି ଚୈତ୍ର ନବରାତ୍ରି ଦିନ ଯଦି ଆପଣ ସାକ୍ଷାତ ଦେବୀ ସ୍ୱରୂପ ୨ ରୁ ୫ ବର୍ଷ ଝିଅମାନଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚାନା କରନ୍ତି ଏବଂ ତାଙ୍କୁ କିଛି ବିଶେଷ ବସ୍ତୁ ପ୍ରଦାନ କରନ୍ତି ତେବେ ମାତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଚୈତ୍ର ନବରାତ୍ରିରେ କରନ୍ତୁ ଏହି ଉପାୟ ଗୁଡିକ

·    ଯଦି ଆପଣ ଚୈତ୍ର ନବରାତ୍ରିର ତୃତୀୟ ତିଥିରେ ଛୋଟ କନ୍ୟାମାନଙ୍କୁ ସ୍ଵାଦିଷ୍ଟ ମିଠା, କ୍ଷୀରୀ ଏବଂ କେସରିୟା ଚାଉଳ ଦାନ କରିବେ ତେବେ ଆପଣଙ୍କର ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଏକତା ରହିବ ଏବଂ ଆପଣଙ୍କର ଘରେ କେବ ବି ଅନ୍ନର ଅଭାବ ରହିବ ନାହିଁ ।

·    ଯଦି ଆପଣ ଚୈତ୍ର ନବରାତ୍ରିର ଚତୁର୍ଥ ଦିନ କନ୍ୟା ମାନଙ୍କୁ ଲାଲ ଓଢଣି, ରୁମାଲ ଏବଂ କିଛି ବସ୍ତ୍ର ଦାନ କରୁଛନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଚୈତ୍ର ନବରାତ୍ରିର ପଞ୍ଚମ ଦିନରେ ଛୋଟ କନ୍ୟାମାନଙ୍କୁ ପାଞ୍ଚ ପ୍ରକାରର ଶ୍ରିଙ୍ଗାର ସାମଗ୍ରୀ ଯଥା ଟିକିଲି, ମେହେନ୍ଦି, ଚୁଡି, ସୁଗନ୍ଧିତ ସାବୁନ, କାଜଲ ଏବଂ ଚୁଟି ପାଇଁ କ୍ଲିପ୍ସ ଇତ୍ୟାଦି ଉପହାର ସ୍ଵରୂପ ପ୍ରଦାନ କରନ୍ତୁ ।

·    ଚୈତ୍ର ନବରାତ୍ରିର ଷଷ୍ଠ ଦିନରେ ଛୋଟ କନ୍ୟାମାନଙ୍କୁ ଖେଳଣା ପ୍ରଦାନ କରନ୍ତୁ ।

·    ଚୈତ୍ର ନବରାତ୍ରିର ସପ୍ତମ ଦିନରେ କନ୍ୟାମାନଙ୍କୁ ପଢା ଲେଖା ସମ୍ବନ୍ଧିତ ଜିନିଷ ପ୍ରଦାନ କରନ୍ତୁ ।

·    ଚୈତ୍ର ନବରାତ୍ରିର ଅଷ୍ଟମ ଦିନରେ ଛୋଟ କନ୍ୟାମାନଙ୍କୁ ନିଜ ହାତରେ ପୂଜା କରନ୍ତୁ ।

·    ଚୈତ୍ର ନବରାତ୍ରି ନବମୀ ଦିନ କନ୍ୟା ମାନଙ୍କୁ ପୁରୀ ଏବଂ କ୍ଷୀର ଇତ୍ୟାଦି ଖାଦ୍ୟ ଭୋଜନ କରିବା ପାଇଁ ଦିଅନ୍ତୁ ।

ଏହି ସବୁ ଉପାୟ କରିବା ଦ୍ଵାରା ଆପଣମାନଙ୍କୁ ମାତା ଦୂର୍ଗାଙ୍କର ବିଶେଷ କୃପା ଲାଭ ହୋଇଥାଏ ।