ପୁଣି ଥରେ ଚୀନ ଲୋକଙ୍କ କାରଣରୁ ଜଣେ ଭାରତୀୟ ଜବାନଙ୍କର ଜୀବନ ଚାଲି ଯାଇଛି । ଘରକୁ ଫେରୁଥିବା ବେଳେ ଭାରତୀୟ ଯବାନଙ୍କ ବେକରେ ଗୁଡାଇ ହୋଇଗଲା ଚାଇନା ସୂତା । ଆଉ ବେକ କଟି ସେନା ଯବାନ ଙ୍କର ମୃତ୍ୟୁ ହୋଇଗଲା । ହଁ ଦର୍ଶକ ବନ୍ଧୁ ଚାଇନିସ ମାଞ୍ଜା ସୂତା ରେ ଗୁଡାଇ ହୋଇ ଭୟଙ୍କର ଭାବେ ଜୀବନ ଚାଲି ଯାଉଛି ଲୋକଙ୍କର । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଜଣେ ଭାରତୀୟ ଯବାନଙ୍କର ଜୀବନ ଚାଲି ଯାଇଛି ।
ପ୍ରତେକ ବର୍ଷ ମାଞ୍ଜା ସୂତା ଲାଗି କେତେ ଲୋକଙ୍କର ଜୀବନ ଚାଲିଯାଏ । ହାଇଦ୍ରାବାଦ ର ଜଣେ ଆର୍ମୀ ଯବାନଙ୍କର ମାଞ୍ଜା ସୂତା କାରଣରୁ ଜୀବନ ଚାଲି ଯାଇଛି ଗତ କାଲି । ସେନା ଯବାନ ଜଣକ ଡିୟୁଟି ସରାଇ ବାଇକରେ ଫେରୁଥିବା ବେଳେ ତାଙ୍କ ବେକରେ ମାଞ୍ଜା ସୂତା ଗୁଡାଇ ହୋଇ ଯାଇଥିଲା । ଯାହା କାରଣରୁ ତାଙ୍କ ବେକ କଟି ମୃତ୍ୟୁ ହୋଇ ଯାଇଛି । ମୃତ ଯବାନ ହେଉଛନ୍ତି କେ କୁତୋସେରୋ ରେଡି ।
ସେ ରହୁଥିବା ଲାଙ୍ଗର ହାଉସ ଏରିଆ ରେ ପହଞ୍ଚିବା ପୂର୍ବରୁ ତାଙ୍କ ସହ ଏଭଳି ଘଟଣା ଘଟିଛି ଗତ କାଲି । ଆଉ ଏହି ଘଟଣାକୁ ନେଇ ଏକ ମାମଲା ମଧ୍ୟ ରୁଜୁ କରା ଯାଇଛି । ତେବେ ଶବ ବ୍ୟବଛେଦ ପରେ ମୃତ ଦେହକୁ ଆର୍ମୀ ଅଧିକାରୀଙ୍କୁ ହସ୍ତାନ୍ତର କରା ଯାଇଛି । ତେବେ ମାଞ୍ଜା ସୂତାରେ ବେକ କାଟିବା ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଛି ।
ଓଡିଶାରେ ମଧ୍ୟ ଏଭଳି ଅନେକ ଘଟଣା ଦେଖା ଯାଇଛି । ତେବେ ଏ ନେଇ ଓଡିଶା ପୋଲିସ ମଧ୍ୟ ସତର୍କ ସୂଚନା ବାରମ୍ବାର ଜାରି କରିଛି । ମାଞ୍ଜା ସୂତା ରେ ଗୁଡି ଦାଇବା ଦଣ୍ଡନୀୟ ଅପରାଧ ବୋଲି ପୋଲିସ ବାରମ୍ବାର ଟ୍ବିଟ କରୁଛି । ସୂଚନା ଅନୁସାରେ ଚାଇନିସ ମାଞ୍ଜା ସୂତା କୁଆଡେ ବହୁତ ମଜବୁତ ହୋଇଥାଏ । ଏହା ଚାଉଳ ଅଠା, ଗଛ ଅଠା, କାଚ ଗୁଣ୍ଡ ମିଶାଇ ତିଆରି କରାଯାଏ । ଯାହା ପାଇଁ ଗୁଡି କାଟିବାରେ ସହଜ ହୋଇଥାଏ ।
ଆଉ ସେଥିପାଇଁ ମାଞ୍ଜା ସୂତା କୁ ବ୍ୟବହାର କରୁଥିଲେ କିଛି ଲୋକେ ଯାହା ଜାଣି ପାରି ନ ଥିଲେ ଭାରତୀୟ ଯବାନ ଜଣକ । ଆଉ ମାଞ୍ଜା ସୂତା ବେକରେ ଲାଗି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।