୨୪ ବର୍ଷର ଯୁବତୀ କଲେ ଆତ୍ମହତ୍ୟା, ପ୍ରେମୀ ବିରୁଦ୍ଧରେ ହେଲା କେସ

ଆଜିକାଲିର ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହିପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ନୋଏଡାରେ । ଏହି ସ୍ଥାନରେ ୨୪ ବର୍ଷର ଜଣେ ଝିଅ ଆତ୍ମହତ୍ୟା କରିଛି, ସେଥିପାଇଁ ସେକ୍ଟର ୪୯ର ଥାନା ପୋଲିସ ପ୍ରେମିକ ବିରୁଦ୍ଧରେ କେସ ରୁଜୁ କରିଛନ୍ତି । ତେବେ ଆସନ୍ତୁ ଜାଣିବା ନୋଏଡାର ଏହି ଘଟଣା ବିଷୟରେ ।

ଝିଅ ଆତ୍ମହତ୍ୟା କରିଥିବାରୁ ପୋଲିସ ଝିଅ ର ପ୍ରେମୀକୁ ପଚରା ଉଚରା କରିଛନ୍ତି । ସେକ୍ଟର ୪୯ର ଥାନା ପୋଲିସଙ୍କୁ ଏହାର ସୂଚନା ଗୁରୁବାର ଦିନ ମିଳିଥିଲା । ଘଟଣା ଅନୁସାରେ ସେକ୍ଟର ୫୧ ସ୍ଥିତ ପିଜିରେ ରହୁଥିବା ଜଣେ ଝିଅ ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଛି । ଏହାର ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ ।

ସେଇଠି ପୋଲିସକୁ ସନ୍ଧାନ ମିଳିଥିଲା କି ୨୪ ବର୍ଷର ଏହି ଝିଅଟି  ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀକୁ ଏକ ମେସେଜ ପଠାଇ ଥିଲା, ହେଲେ ପ୍ରେମୀ ସେଠାରେ ପହଞ୍ଚିବା ପୂର୍ବରୁ ଝିଅ ଜଣକ ଆତ୍ମହତ୍ୟା କରିଦେଇଥିଲା ।

ଝିଅ ଜଣକ ପିଜିରେ ରହୁଥିଲା । ହେଲେ ପୋଲିସ ମତରେ ଝିଅ ର ବିବାହ ତା’ର ପରିବାର ଲୋକ ଅନ୍ୟ କାହା ସହ ଠିକ କରିଥିଲେ, ଯାହାଫଳରେ ଝିଅଟି  ମାନସିକ ଚିନ୍ତାରେ ରହୁଥିଲା । ସେଥିପାଇଁ ଝିଅଟି  ଆତ୍ମହତ୍ୟା କରିଥିଲା । ଝିଅ ଜଣକ ନୋଏଡାର ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲା । ପୋଲିସ ଏହାର ଯାଞ୍ଚ କରିବା ପରେ ପ୍ରେମୀକୁ ଆରୋପି ରୂପେ ନେଇଛି ଓ ପ୍ରେମୀ ଉପରେ କେସ ରୁଜୁ କରିଛି । ବର୍ତ୍ତମାନ ଏହି ଘଟଣା ସହ ଜଡିତ ସବୁ ତଥ୍ୟର ଅନୁସନ୍ଧାନ ଚାଲିଛି ।