୪୦୦ ଟଙ୍କାରେ କେମିତି ସମାଧାନ କରିବେ ୨୨ ହଜାର ଟଙ୍କାର ଚାଲାଣ, ପୋଲିସଭାଇ ଜଣକ କହିଲେ ଏହାର ଉପାୟ, ଦେଖନ୍ତୁ ଭିଡିଓ

୧ ସେପ୍ଟେମ୍ବର ୨୦୧୯ରେ ନୂଆ ମୋଟର ହ୍ଵିଲର ଆକ୍ଟ ଲାଗୁ ହୋଇ ଯାଇଛି । ଏହି ନୂଆ ଟ୍ରାଫିକ ନିୟମରେ ଫାଇନ ର ରାଶି ବହୁତ ଅଧିକ କରା ଯାଇଛି । ଯାହା ପରେ ନିୟମ ଗୁଡିକର ଉଲ୍ଲଂଘନ କରିବା ପରେ ବହୁତ ଫାଇନ ଦେବାକୁ ପଡିବ । କିନ୍ତୁ ଏହି ନୂଆ ନିୟମ ଉପରେ ଜନତା ବହୁତ ରାଗି ଯାଇଛନ୍ତି । ଅନ୍ୟ ପଟେ ଏକ ପୋଲିସକର୍ମୀ ଲୋକମାନଙ୍କୁ କହୁଛି କି କେଉଁଭଳି ଭାବରେ ଆପଣ ଅତ୍ୟଧିକ ଚାଲାଣରୁ ବଞ୍ଚି ପାରିବେ ।

ସେହି ପୋଲିସକର୍ମୀଙ୍କର ନାମ ସୁନୀଲ ସନ୍ଧୁ ଅଟେ । ସେ ଭିଡିଓରେ ଟ୍ରାଫିକ ଫାଇନ ବିଷୟରେ କହିଛନ୍ତି ।

ସେ କହିଲେ କି, ଲାଇସେଂସ ଓ ରଜିଷ୍ଟ୍ରେଶନ ନ ହେବା ଉପରେ ୫ ହଜାର ଟଙ୍କାର ଫାଇନ, ପଲ୍ୟୁଶନ ସର୍ଟିଫିକେଟ ନ ଥିଲେ ୧୦ ହଜାର ଟଙ୍କା ଫାଇନ, ଇଂସୁରାନ୍ସ ଡକୁମେନ୍ଟ ଉପରେ ୨ ହଜାର ଟଙ୍କାର ଫାଇନ ଦେବାକୁ ପଡିଥାଏ । ଏହି ଭିଡିଓରେ ସେ ସମସ୍ତ ଚାଲାଣର ପୁରା ଲିଷ୍ଟ ଦେଇଛନ୍ତି ।

ସୁନୀଲ ଉଦାହରଣ ସ୍ୱରୂପ କହିଲେ କି, ଯଦି କେହି ନିଜ ଘରେ କାଗଜପାତ୍ର ଭୁଲି ଯାଉଛି ଓ ତାଙ୍କର ଚାଲାଣ କଟା ଯାଉଛି ତେବେ ଆପଣ ଚାଲାଣକୁ କମ କରି ୧୦୦ ଟଙ୍କା କରି ପାରିବେ । ସେ କହିଲେ କି, ଟ୍ରାଫିକ ଚାଲାଣର ଟଙ୍କା ଦେବା ପାଇଁ ପାଖାପାଖି ୧୫ ଦିନର ସମୟ ଦେଇଥାଏ ।

ଦେଖନ୍ତୁ ଭିଡିଓ:

ଯାହାର ବି ଚାଲାଣ କଟାଯାଉଛି ସେ ୧୫ ଦିନ ଭିତରେ ନିଜର ସମସ୍ତ ଡକୁମେନ୍ଟ ଦେଖାଇ ପାରିବ । ଏମିତିରେ ଆପଣ ଫାଇନ ଦେବା ଠାରୁ ବଞ୍ଚି ପାରିବେ । ଆପଣଙ୍କୁ କେବଳ ୧୦୦ ଟଙ୍କା ଦେବାକୁ ପଡିବ । ସନ୍ଧୁ କହିଛନ୍ତି ଯେମିତି ଡ୍ରାଇଭିଙ୍ଗ ଲାଇସେଂସ, ରେଜିସ୍ଟ୍ରେଶନ, ପଲ୍ୟୁଶନ ସାର୍ଟିଫିକେଟ ଓ ଇଂସୁରାନ୍ସ ନ ଥିଲେ ନୂତନ ନିୟମ ଅନୁସାରେ ଆପଣଙ୍କୁ ୨୨ ହଜାର ଟଙ୍କା ଫାଇନ ଦେବାକୁ ପଡିବ ।

ଯଦି ଆପଣ ୧୫ ଦିନ ଭିତରେ ସମ୍ବନ୍ଧିତ ଥାନାରେ ଅଧିକାରୀଙ୍କୁ ସମସ୍ତ କାଗଜପତ୍ର ଦେଖାଇ ଦେବେ ତେବେ ଆପଣଙ୍କୁ ପ୍ରତ୍ୟେକ ଡକୁମେନ୍ଟ ପାଇଁ ୧୦୦ ଟଙ୍କା ଦେବାକୁ ପଡିବ । ଏମିତିରେ ଆପଣଙ୍କୁ ମାତ୍ର ୪୦୦ ଟଙ୍କା ଦେବାକୁ ପଡିବ । ସୁନୀଲ କହିଛନ୍ତି କି ଏହି ସମସ୍ତ ପ୍ରକ୍ରିୟା ପାଇଁ ସମୟ ଲାଗି ପାରେ, କିନ୍ତୁ ଡ୍ରାଇଭର ନିଜର ଟଙ୍କା ବଞ୍ଚାଇ ପାରିବ । ସେ କହିଛନ୍ତି କି ଏହି ପ୍ରାବଧାନ ବିନା ହେଲମେଟ ଓ ନିଶା କରିଥିବା ବ୍ୟକ୍ତି ଉପରେ ଲାଗୁ ହେବ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।