ଚା’ ପିଇବା ଦ୍ଵାରା ଶରୀରରେ ହେଉଥିବା କ୍ଷତି ଓ ସେଥିରୁ ବଞ୍ଚିବାର ଉପାୟ

ଦୁନିଆରେ କେଉଁଠାକୁ ବି ଯାଅ କିଛି ମିଳୁ ନମିଳୁ କିନ୍ତୁ ଚା’ ନିଶ୍ଚୟ ମିଳିଯିବ । ଚା’ ରେ ଥିବା କ୍ୟାଫିନ ଆମର ନର୍ଭସ ସିଷ୍ଟମକୁ ଉତ୍ତେଜିତ କରି ଆମର ଥକାପଣ କୁ ଦୂର କରିଥାଏ ଓ ଆମକୁ ଫ୍ରେସନେସ ଫିଲ ହୋଇଥାଏ । ଯାହା କେବଳ ଅଳ୍ପ ସମୟ ପାଇଁ ହିଁ କାମ କରିଥାଏ । ଯେମିତି ମଣିଷର ଏନର୍ଜି ଲେଭଲ କମ ହେବାକୁ ଲାଗେ ସେ ଏକ କପ ଚା ପିଇ ନିଏ ଓ ଏହିପରି ଜଣା ନାହିଁ ସେ କେତେ କପ ଚା’ ଦିନରେ ପିଇ ନେଇଥାଏ । ଧୀରେ ଧୀରେ ଏମିତି ହୋଇଥାଏ କି ସେ ଚା’ ବିନା କାମ କରି ପାରି ନଥାଏ । କେହି କହିଥାଏ ଚା’ ପିଇବା ଭଲ ତ କେହି କହେ ଚା’ ପିଇବା ଭଲ ନୁହେଁ କିନ୍ତୁ ଗୋଟିଏ କଥା ତ ଠିକ ଅଟେ କି ୧-୨ କପ ରୁ ଅଧିକ ଚା’ ପିଇବା ଉଚିତ ନୁହେଁ ।

Image courtesy: Google

ଯେଉଁମାନେ ଅଧିକ ଚା’ ପିଇଥାନ୍ତି ତାଙ୍କ ପାଇଁ ଏହା ଜାଣିବା ଜରୁରୀ ଅଟେ କି ଚା’ ଦ୍ଵାରା ଆମ ଶରୀରକୁ କଣ କଣ କ୍ଷତି ପହଞ୍ଚିଥାଏ ?

ଚା’ ପିଇବା ଦ୍ଵାରା ଆମ ପେଟରେ ଏସିଡ ର ମାତ୍ରା ବଢିଯାଇଥାଏ । ଯେତେବେଳେ ବ୍ଲଡରେ ଏସିଡ ର ମାତ୍ରା ବଢିଯାଇଥାଏ ସେତେବେଳେ ଶରୀରର ସବୁ ଅଙ୍ଗକୁ କ୍ଷତି ପହଞ୍ଚାଇ ଥାଏ ।

ଏହା ଆମର ଡାଇଜେସନ ପ୍ରୋସେସ କୁ ବି ସ୍ଲୋ କରିଥାଏ ।

ଚା’ ଖାଦ୍ୟରୁ ମିଳୁଥିବା ଭିଟାମିନ ଓ ମିନେରାଲ କୁ ବଡି ରେ ପୂର୍ଣ୍ଣତଃ ଅବଜର୍ଭ ହେବାକୁ ଦେଇ ନଥାଏ । ଯାହା ଦ୍ଵାରା ଶରୀର କମ୍ଜୋର ହୋଇଥାଏ ।

Image courtesy: Google

ଏହାକୁ ପିଇବା ଦ୍ଵାରା ହାଡ କମ୍ଜୋର ହୋଇଥାଏ ଯାହା କାରଣରୁ ଆଣ୍ଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ ଭଳି ସମସ୍ୟା ହୋଇଥାଏ ।

ଅଧିକ ଚା’ ପିଇବା ଦ୍ଵାରା ନିଦ ଆସିବା କମିଯାଏ ଓ ଧୀରେ ଧୀରେ ମାନସିକ ରୋଗ ବଢିବାକୁ ଲାଗେ ।

Image courtesy: Google

ଚା’ ଆମର ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ହାଇ ବିପି, ଷ୍ଟ୍ରୋକ ଓ ହାର୍ଟଟାକ ଭଳି ରୋଗକୁ ବଢାଇଥାଏ ।

କିପରି ଚା’ ଦ୍ଵାରା ହେଉଥିବା କ୍ଷତିକୁ କମ କରିପାରିବା

ନିଜ ଚା’ ପିଇବାର ପରିମାଣ ୧-୨ କପ ରେ ସୀମିତ ରଖନ୍ତୁ ।

ଚା’ ପତିକୁ ପାଣିରେ ଫୁଟାନ୍ତୁ ନାହିଁ । ପାଣି ଫୁଟିଲା ପରେ ସେଥିରେ ଚା’ ପତି ପକାଇ ତାହାକୁ 5 ମିନିଟ ପାଇଁ ଘୋଡାଇ ରଖନ୍ତୁ ।

ସଠିକ ଉପାୟ ଏହା ଅଟେ କି ଆପଣ କ୍ଷୀରକୁ ଅଲଗା ଗରମ କରି କପ ରେ ନିଅନ୍ତୁ ଓ ସେଥିରେ ପତି ବାଲା ପାଣି ମିଶାନ୍ତୁ ।

Image courtesy: Google

ବହୁତ ଗରମ ଚା’ କେବେ ବି ପିଅନ୍ତୁ ନାହିଁ । ଏହା ଦ୍ଵାରା ମୁହଁ ଓ ଗଳା କ୍ୟାନ୍ସର ର ସମ୍ଭାବନା ଥାଏ । ସବୁବେଳେ ତାହାକୁ ଟିକେ ଥଣ୍ଡା କରି ପିଅନ୍ତୁ ।

ବାହାରେ ମିଳୁଥିବା ଚା’ କୁ ଆଭୋଏଡ କରନ୍ତୁ କାରଣ ସେମାନେ ବାସନ ନ ଧୋଇ ସେହିଥିରେ ପୁଣି ଚା’ କରିଥାନ୍ତି । ଏମିତି କରିବା ଦ୍ଵାରା ଚା’ରେ ବିଷାକ୍ତ ତତ୍ତ୍ଵ ଆସିଥାଏ ।

Image courtesy: Google

ଖାଇବା ସହିତ ବା ତା ପରେ ଚା’ ବିଲକୁଲ ପିଅନ୍ତୁ ନାହିଁ । ଏହା ଦ୍ଵାରା ଖାଦ୍ୟ ହଜମ ହୋଇ ନଥାଏ ଓ କ୍ୟାଫିନ ଭୋଜନରୁ ମିଳୁଥିବା ତତ୍ତ୍ଵ କୁ ନଷ୍ଟ କରି ଆମକୁ କମ୍ଜୋର କରିଥାଏ । ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।