ସାମ୍ନାକୁ ଆସିଲା କ୍ଯାପଟେନ କୁଲ୍ Dhoni ଙ୍କ ମ୍ୟାଟ୍ରିକ ରେଜଲ୍ଟ, ତାଙ୍କ 10th ଏବଂ 12th ରେଜଲ୍ଟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ ଜୁଲାଇ ୭ ତାରିଖରେ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ମାହି ନିଜ ୪୧ତମ ଜନ୍ମଦିନ ଲଣ୍ଡନରେ ନିଜ ପରିବାର ସହ ପାଳନ କରିଛନ୍ତି । କ୍ଯାପଟେନ କୁଲ୍ ଧୋନିଙ୍କ ନାମ ବିଶ୍ଵର ସବୁଠୁ ସଫଳ ଅଧିନାୟକଙ୍କ ତାଲିକାରେ ଆସେ । ତେବେ କ୍ରିକେଟରେ ସବୁଠୁ ଆଗରେ ରହୁଥିବା ଧୋନି କିନ୍ତୁ ପାଠପଢାରେ ସେତେ ଭଲ ନଥିଲେ । ଝାଡଖଣ୍ଡ ରାଞ୍ଚିରେ ଜନ୍ମଗ୍ରହଣ କରିଥିବା ମାହି DAV ସ୍କୁଲରୁ ନିଜର ସ୍କୁଲ ପାଠପଢା ଶେଷ କରିଥିଲେ ।

କ୍ରିକେଟ ଖେଳ ଧୋନିଙ୍କ ପାଇଁ ସବୁଠୁ ପ୍ରାଥମିକତା ଥିଲା । ଧୋନି ପାଠପଢାରେ ସେତେ ଭଲ ନଥିଲେ । ତଥାପି ଦଶମ ଶ୍ରେଣୀରେ ୬୬ ପ୍ରତିଶତ ଓ ଦ୍ଵାଦଶ ଶ୍ରେଣୀରେ ୫୬ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ । ଜାତୀୟ କ୍ରିକେଟରେ କ୍ଯାରିୟର ବନାଇବା ପାଇଁ ମାହିଙ୍କୁ ଖୁବ ସଂଘର୍ଷ କରିବାକୁ ପଡିଥିଲା । ମହେନ୍ଦ୍ର ସିଂ ଧୋନି ଆରମ୍ଭରୁ କିନ୍ତୁ କ୍ରିକେଟ ପ୍ରତି ସେତେ ଆଗ୍ରହ ପ୍ରକାଶ କରୁ ନଥିଲେ । ତେଣୁ ସେ ବିଦ୍ୟାଳୟରେ ସ୍ତରରେ ଫୁଟବଲ୍ ଦଳର ଗୋଲ୍ କିପର୍ ଭାବେ ଖେଳୁଥିଲେ ଏବଂ ଫୁଟବଲ୍ ରେ ହିଁ ସେ ଆଗକୁ ବଢିବାକୁ ଇଚ୍ଛା ରଖିଥିଲେ ।

ଧୋନି ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ ସେତେବେଳେ ତାଙ୍କ ସ୍କୁଲର କ୍ରିକେଟ ଦଳରେ ହଠାତ ଜଣେ ୱିକେଟ କିପର୍ ଙ୍କ ଆବଶ୍ୟକତା ପଡିଥିଲା । ସେତେବେଳେ ଦିନେ କ୍ରିକେଟ ପ୍ରଶିକ୍ଷକଙ୍କ ନଜର ଧୋନିଙ୍କ ଗୋଲ୍ କିପିଂ ଉପରେ ପଡିଥିଲା । ଧୋନିଙ୍କ ଖେଳ ଦେଖି ସେ ତାଙ୍କ ଦ୍ଵାରା ଖୁବ ପ୍ରଭାବିତ ହୋଇଥିଲେ । ଧୋନି ହିଁ କ୍ରିକେଟ ଟିମ୍ ର ୱିକେଟ କିପିଂ ଦାୟିତ୍ଵ ତୁଲାଇ ପାରିବେ ବୋଧ କରି ତାଙ୍କୁ ସେହି ଦାୟିତ୍ଵ ପ୍ରଦାନ କରିଥିଲେ ।

ତେବେ ୱିକେଟ କିପିଂ ପ୍ରତି ସେତେଟା ଆଗ୍ରହ ନଥିଲେ ମଧ୍ୟ ଧୋନି କିପିଂ ଶିଖିଥିଲେ ଓ ମ୍ଯାଚ ଖେଳି ସଫଳତା ମଧ୍ୟ ପାଇଥିଲେ । ଆଉ ସେବେଠାରୁ ହିଁ ଧୋନିଙ୍କ କ୍ରିକେଟ ଜୀବନର ମୂଳଦୁଆ ପଡିଥିଲା । ଧୋନି ପ୍ରଥମେ ମେକନ କ୍ଲବ ଏବଂ ଷ୍ଟିଲ ଆଥୋରିଟି ଅଫ ଇଣ୍ଡିଆ ଲିମିଟେଡ ଏ ସ୍ଥାନୀୟ ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ୬୨୫ ଟଙ୍କା ବେତନ ଭାବେ ପାଇଥିଲେ, ଯାହା ଧୋନିଙ୍କ ପ୍ରଥମ ପୁରସ୍କାର ଥିଲା । ଏହାପରେ ଧୋନି ସେଣ୍ଟ୍ରାଲ ପଲ ଫିଲ୍ଦ୍ସ ଲିମିଟେଡ କ୍ଲବରେ ଯୋଗ ଦେଇଥିଲେ ।

ସେଠାରେ ତାଙ୍କ ରୋଜଗାର ୨ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । କେବଳ ସେତିକି ନୁହେଁ ବରଂ ଧୋନି ସେଠାରେ ୨୦୦ ଟଙ୍କା ଲେଖାଏଁ ବୋନସ ମଧ୍ୟ ପାଉଥିଲେ । କାରଣ ସେ ଜଣେ ମ୍ଯାଚ ବିଜେତା ଖେଳାଳି ଥିଲେ । ଧୋନିଙ୍କ ଜୀବନୀକୁ ନେଇ ଏକ ବଲିଉଡ ଫିଲ୍ମ ମଧ୍ୟ ବନିସାରିଛି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।