ସାବଧାନ ! କ୍ୟାନ୍ସର କରାଉଛି ଏହି ଏସିଡିଟି ଔଷଧ, ସାବଧାନ କରାଇଲେ ଡ୍ରଗ୍ କଣ୍ଟ୍ରୋଲର୍

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ବାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଆଜ୍ଞା ହଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୀର୍ଘ ଦିନ ଧରି ଆପଣ ମାନେ ଯେଉଁ Ranitidine ଔଷଧ ଖାଉଥିଲେ, ଏବଂ ଯାହା ଏସିଡିଟିରୁ ଆରମ ପାଇଁ ବ୍ୟବହାର କରା ଯାଉଥିଲେ ତାହା ଏବେ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଦ୍ଵାରା ବ୍ୟାନ କରା ଯାଇଛି । ସେମାନଙ୍କ କହିବା ଅନୁସାରେ ଏଥିରେ ଯେଉଁ କେମିକାଲ ଦିଆ ଯାଇଛି ସେଥିରୁ କ୍ୟାନ୍ସର ହେବାର ସମ୍ଭାବନା ଅଛି ।

ତେବେ ଆପଣମାନେ ଯଦି ଏହି ମେଡିସିନ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାହିଁକି ନା ଗତ ମଙ୍ଗଳବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ ଆଣ୍ଟି ଏସିଡିଟି ଔଷଧ Ranitidine କୁ ନେଇ ଚେତାବନୀ ଦେଇଛନ୍ତି ।

ଏଥିରେ ଥିବା କେମିକାଲ ଆପଣଙ୍କ ଶରୀରରେ କ୍ୟାନ୍ସର ସୃଷ୍ଟି କରିପାରେ । ଏହା କେବଳ ଏସିଡିଟି ପାଇଁ ନୁହେଁ ବରଂ ଅନ୍ୟ ବହୁତ ସାରା ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । ଏହା ବଜାରରେ ଅତି ସହଜରେ ଓ ଶସ୍ତା ରେ ମିଳିଥାଏ । ତେବେ ସୂଚନା ଅନୁସାରେ ଡ୍ରଗ୍ସ କଣ୍ଟ୍ରୋଲର୍ ବିଜି ସୋମାନୀ ଦେଶର ସମସ୍ତ ରାଜ୍ୟକୁ ଏହି ଔଷଧ ସେବନ ବ୍ୟବହାର କରିବା ବନ୍ଦ କରିବାକୁ ସୂଚନା ଦେଇଛନ୍ତି  ।

ସମସ୍ତ ରାଜ୍ୟ ସରକାରଙ୍କୁ ସେ ଏହା ଉପରେ ସଙ୍ଗେ ସଙ୍ଗେ ପଦକ୍ଷପ ନେବାକୁ କହିଛନ୍ତି । ତେବେ ଏହି ଔଷଧରେ କ୍ୟାନ୍ସରର କାରକ ଅଛି ବୋଲି ଖୋଜି କହିଥିବା ସଂସ୍ଥା ହେଉଛି ଏଫଡ଼ିଏ । ଯେଉଁ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ମଧ୍ୟ କୁହାଯାଇଛି ।

ସମସ୍ତ ଡାକ୍ତର ମାନଙ୍କୁ ମଧ୍ୟ କୁହା ଯାଇଛି କି ଏହି ଔଷଧ କୌଣସି ରୋଗୀଙ୍କୁ ନ ଦେବା ପାଇଁ । ବର୍ତ୍ତମାନ ସେହି ଔଷଧ ପରୀକ୍ଷା ପାଇଁ ତାହାର ଏକ ନମୁନା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ପାଖକୁ ପଠା ଯାଇଛି । ଏମାନେ ସାରା ଦେଶରେ ଯେଉଁ ଯେଉଁ ବ୍ରାଣ୍ଡର ଏହି ଔଷଧ ଅଛି ତାର ଯାଞ୍ଚ କରିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।