କ୍ୟାମେରାରେ ରେକର୍ଡ ହେଇଗଲା ଏମିତି କିଛି ଘଟଣା ଯାହାକୁ ଦେଖିଲେ ଆପଣଙ୍କ ଦିମାଗ ଦୋହଲିଯିବ, ଦେଖନ୍ତୁ ଏହି Video

୭୦୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ପୃଥିବୀରେ ପ୍ରାୟ ପ୍ରତ୍ଯେକ ଦିନ କିଛି ନା କିଛି ହସାଇବା ଭଳି ବା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟୁ ଥାଏ । ଆଉ ଆମ ମୋବାଇଲ ଫୋନ ଏବଂ ସିସିଟିଭି କ୍ୟାମେରାର ଉଦ୍ଭାବନ କରିଥିବା ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ, ଯାହା ହେତୁ ଏହି ଡିଭାଇସ ଗୁଡିକରେ ଏହି ସବୁ ଘଟଣା ଗୁଡିକ କଏଦ ହୋଇ ଯାଉଛି ।

ଏମିତି କିଛି ବିଷୟ ଥାଏ ଯାହା ନ ଦେଖିଲେ କେହି ମଧ୍ୟ ବିଶ୍ବାସ କରି ପାରନ୍ତି ନାହିଁ । ଏହି ସବୁ ଆଶ୍ଚର୍ଯ୍ୟକର ଘଟଣା କ୍ୟାମେରାରେ କଏଦ ହେବା ଯୋଗୁଁ ଆମେ ସେଗୁଡିକୁ ଦେଖି ମଧ୍ୟ ପାରୁଛୁ । ଆଜି ଆମେ ଆପଣଙ୍କ ପାଇଁ ଏହିପରି କିଛି ଘଟଣା ନେଇ ଆସିଛୁ ଯାହା ଦେଖିଲେ ଆପଣ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିବେ ନାହିଁ । ପ୍ରଥମ ଭିଡିଓରେ ଆପଣ ଦେଖୁଥିବା ଏହି ପଥର ଖଣ୍ଡ ଗୁଡିକ କୌଣସି ଶକ୍ତ ଶିଳାଖଣ୍ଡ ନୁହନ୍ତି । ଏଗୁଡ଼ିକୁ ‘ଷ୍ଟ୍ର ଆଣ୍ଡ ମଡ୍ ଟ୍ରେ’ ବୋଲି କୁହାଯାଏ । ଆଫଗାନିସ୍ଥାନରେ ଫଳ ଗୁଡିକୁ ଫ୍ରେଶ ରଖିବା ପାଇଁ ଏହି ଟ୍ରେ ର ବ୍ୟବହାର କରାଯାଏ ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଟ୍ରେ ରେ ଅଙ୍ଗୁରୁକୁ ୬ ମାସ ପର୍ଯ୍ୟନ୍ତ ସତେଜ ରଖାଯାଇ ପାରିବ । ଏହାପରେ ଚାଇନାର ଏକ ଦୋକାନର ସିସିଟିଭି ଫୁଟେଜ ଦେଖି ଆପଣ ହଇରାଣ ହୋଇଯିବେ । ଏହି ଦୋକାନକୁ ଦୁଇଟି ଛୋଟ ପିଲା କିଛି ଜିନିଷ କିଣିବାକୁ ଆସୁଛନ୍ତି । ଆଉ ଦୋକାନରେ ଦୋକାନୀ ନ ଥିବାରୁ ସେମାନେ ପ୍ରଥମେ ନୋଟ ଦେଖାଇ କାଉଣ୍ଟରରେ ରଖୁଛନ୍ତି । ତା ପରେ ଦୋକାନ ଭିତରୁ ଯାଇ ଜିନିଷ ନେଇ ଆସୁଛନ୍ତି । ଏହାପରେ କେତେ ଟଙ୍କା ହେଲା ହିସାବ କରି ସିସିଟିଭି ରେ କହୁଛନ୍ତି ।

ଏହାପରେ ବଳକା ଚେଞ୍ଜ ଟଙ୍କା ଦୋକାନର ଡ୍ରୟରରୁ ନେଉଛନ୍ତି ଓ ଫେରିଯିବା ବେଳେ ଦୋକାନର ସଟର ମଧ୍ୟ ପକାଇ ଦେଉଛନ୍ତି । ଏହି ଘଟଣା ଯଦି କ୍ୟାମେରାରେ କଏଦ ନ ହୋଇଥାନ୍ତା, ତେବେ ବୋଧ ହୁଏ କେହି ବିଶ୍ବାସ ମଧ୍ୟ କରି ପାରି ନ ଥାନ୍ତେ । ଏହି ପିଲାଙ୍କ ବିଶ୍ବସ୍ତତା ଦେଖି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଲୋକଙ୍କୁ ବିଭିନ୍ନ ପ୍ରକାର ବଦଭ୍ୟାସ ହେଉଥିବାର ଦେଖିବାକୁ ମିଳିଥାଏ ।

ସେହିପରି କିଛି ପିଲାଙ୍କୁ ଗେମ୍ ଖେଳିବାର ମଧ୍ୟ ବଦଭ୍ୟାସ ହୋଇଯାଏ । ଏହି କଥାକୁ ପ୍ରମାଣ କରି ଫିଲିପାଇନ୍ସରେ ଏକ ଭିଡିଓ କ୍ଲିପ ଭାଇରାଲ ହୋଇଥିଲା । ଯେଉଁଠି କିଛି ପିଲା ସହରରେ ବନ୍ୟା ହେବା ପରେ ମଧ୍ୟ ସାଇବର କ୍ୟାଫେରେ ବସି ଗେମ୍ ଖେଳୁଛନ୍ତି । ସାଇବର କ୍ୟାଫେରେ ସମସ୍ତ ତାର ବନ୍ୟା ଜଳରୁ ବଞ୍ଚିବା ପାଇଁ ଉପରେ ଲଗା ଯାଇଥିଲେ ।

କିନ୍ତୁ ଏହି କ୍ଲିପକୁ ଦେଖି କିଛି ଲୋକ ଏହାକୁ ମୂର୍ଖତା ଆଉ କିଛି ଲୋକ ସଚ୍ଚା ଗେମର କେବେ ହାର ମାନନ୍ତି ନାହିଁ ବୋଲି କହିଥିଲେ । କିଛି ଲୋକ ଫ୍ଲେକ୍ସିବଲ ହୋଇଥାନ୍ତି କି ସେମାନଙ୍କ ଶାରୀରିକ ପ୍ରଦର୍ଶନ ଦେଖି ଆମ ଲୋମ ଟାଙ୍କୁରି ଉଠେ । ଟିଭି ଶୋ ଡାନ୍ସ ପ୍ଲସରେ ଏପରି ଜଣେ ଫ୍ଲେକ୍ସିବଲ ପ୍ରତିଯୋଗୀ ଭାଗ ନେଇଥିଲେ ।

ତାଙ୍କ ଡାନ୍ସ ପ୍ରଦର୍ଶନ ଦେଖି ଜଜ୍ ସମେତ ଗେଷ୍ଟ ହୋଇ ଆସିଥିବା କରିସ୍ମା କପୁର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଡାନ୍ସ ପରେ କରିସ୍ମା ତାଙ୍କୁ ଚେକ କରିବାକୁ ଯାଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ପ୍ରତିଯୋଗୀ ଜଣକ ତାଙ୍କ ମୁଣ୍ଡକୁ ୧୮୦ ଡିଗ୍ରୀ ରେ ବୁଲାଇ ଦେଇପାରନ୍ତି । ଆପଣଙ୍କୁ ଏହି ସବୁ ଘଟଣା ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।