ଓଠ କହିଥାଏ କେମିତି ହେବ ଆପଣଙ୍କ ଭାଗ୍ୟ ଓ ଚରିତ୍ର, ବ୍ଯକ୍ତିର ଓଠରୁ ଜାଣନ୍ତୁ ସ୍ଵଭାବ, ଆଚାର, ବିଚାର ଓ ବ୍ୟବହାର

ସାଧାରଣତଃ ଆମେ ଯେତେବେଳେ କୌଣସି ବ୍ୟକ୍ତିକୁ ପ୍ରଥମ ଥର ଦେଖା କରିଥାଉ ତେବେ ଆମେ ତାହାର ଆଚାର ବ୍ୟବହାର ଓ କ୍ୟାରେକ୍ଟରକୁ ଜାଣି ପାରି ନଥାଉ । କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ବ୍ଯକ୍ତିର ଅଲଗା ଅଲଗା ଅଙ୍ଗ ଆଧାରରେ ବ୍ଯକ୍ତିର ଆଚାର ବ୍ୟବହାର ଓ ସ୍ଵଭାବ ବିଷୟରେ ଜଣା ପଡିଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ଓଠ ମଧ୍ୟ ବ୍ୟକ୍ତି ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଆପଣଙ୍କୁ ବ୍ଯକ୍ତିର ଓଠ କୁ ଆଧାର କରି ବ୍ଯକ୍ତିର ଆଚାର ବ୍ୟବହାର ସ୍ଵଭାବ ଓ କ୍ୟାରେକ୍ଟର ବିଷୟରେ କହିବୁ ।

ସାମାନ୍ୟ ଓଠ

ସାମାନ୍ୟ ଓଠର ଅର୍ଥ ଦୁଇ ଓଠର ଆକାର ଏକ ଭଳି ହୋଇଥାଏ । ସାମାନ୍ୟ ଓଠର ବ୍ୟକ୍ତି ବହୁତ ସନ୍ତୁଳିତ, ବୁଦ୍ଧିମାନ ଓ ନିଜ କାର୍ଯ୍ୟକୁ ସୂଚାରୁ ରୂପେ କରିଥାନ୍ତି । ଏମାନେ ଅନ୍ୟ ଲୋକଙ୍କ ଜୀବନରେ କଣ ଚାଲୁଛି, ତା’ ଠାରୁ ନିଜକୁ କେମିତି ଆଗକୁ ବଢାଇବେ ସେହି ବିଷୟରେ ଅଧିକ ଧ୍ୟାନ ଦେଇଥାନ୍ତି । ଜୀବନରେ କେତେ ବି କଠିନ ପରିସ୍ଥିତି ଆସୁ ନା କାହିଁକି ଏମାନେ ନିଜ ବୁଦ୍ଧି ବଳରେ ତାହାକୁ ସମାଧାନ କରିଥାନ୍ତି । ଏମାନେ ଅନ୍ୟମାନଙ୍କ କଥାର ସମ୍ମାନ କରିଥାନ୍ତି କିନ୍ତୁ ଏମାନେ ତାହା ହିଁ କରିଥାନ୍ତି ଯାହା ଏମାନଙ୍କୁ ଠିକ ଲାଗିଥାଏ ।

ସାର୍ପ ଆଙ୍ଗେଲ ଓଠ

ଯେଉଁମାନଙ୍କ ଓଠର ଉପର ଭାଗରେ ସାର୍ପ ଆଙ୍ଗେଲ ବା ଉପର ଓଠର ମଧ୍ୟଭାଗ ତଳ ଓଠ ଆଡକୁ ଏକ ଆଙ୍ଗେଲ ବନାଉଥିବ, ଏମିତି ଓଠକୁ ସାର୍ପ ଆଙ୍ଗେଲ ଓଠ କୁହାଯାଇଥାଏ । ଏମିତି ବ୍ୟକ୍ତିଙ୍କ ମଧ୍ୟରେ କୌଣସି ବିଶେଷ କଳା ଅବଶ୍ୟ ଥାଏ ଯାହା ଆଧାରରେ ଏମାନେ ନିଜ ପରିଚୟ ସୃଷ୍ଟି କରିଥାନ୍ତି । ଏହି ବ୍ୟକ୍ତିମାନଙ୍କ ମେମୋରୀ ବି ବହୁତ ସାର୍ପ ହୋଇଥାଏ । ଏମାନଙ୍କୁ ଜୀବନରେ ସବୁବେଳେ ସଫଳତା ହାସଲ କରିବାର ଲୋଭ ରହିଥାଏ । ଏମାନଙ୍କୁ ନିଜକୁ ଶ୍ରେଷ୍ଠ ଦେଖାଇବା ପସନ୍ଦ ହୋଇଥାଏ ।

ତଳ ଓଠ ବଡ

ଯେଉଁ ବ୍ୟକ୍ତିଙ୍କର ତଳ ଓଠ ଉପର ଓଠ ଠାରୁ ବଡ ହୋଇଥାଏ, ଏମାନେ ନିଜକୁ ସର୍ବଶ୍ରେଷ୍ଠ ଓ ବୁଦ୍ଧିମାନ ମାନିଥାନ୍ତି । ଇମୋସନାଲ ହେବା ସହିତ ଏମାନେ ନିଜକୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କୁ ଅନ୍ୟ ଲୋକଙ୍କ ସହିତ କୌଣସି ସମ୍ପର୍କ ନଥାଏ । ଏମାନଙ୍କୁ ଭିଡରେ ଆକର୍ଷଣର କେନ୍ଦ୍ର ବନିବା ବହୁତ ଭଲ ଲାଗିଥାଏ । ଏମାନଙ୍କୁ ଅନ୍ଯମାନଙ୍କ ବିଷୟରେ ଚୁଗଲି କରିବା ବହୁତ ପସନ୍ଦ ହୋଇଥାଏ ।