ଚାଣକ୍ୟ ନୀତି : କେହି ଶିଖାଇ ଦେଇ ନଥାଏ ଏହି କଥା ଗୁଡିକୁ, ବ୍ୟକ୍ତି ମଧ୍ୟରେ ଜନ୍ମରୁ ହିଁ ଥାଏ ଏହି ୪ଟି ଗୁଣ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବ ଗୁଡିକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯଦି ମଣିଷ ତାହାକୁ ନିଜ ଜୀବନରେ ପ୍ରୟୋଗ କରିବ ତେବେ ତାକୁ ସଫଳ ହେବାରୁ କେହି ବି ଅଟକାଇ ପାରିବେ ନାହିଁ ।

ଚାଣକ୍ୟ ନୀତିରେ କୁହାଯାଇଛି କି କିଛି ଏମିତି ଗୁଣ ଅଛି ଯାହା ଆମ ସମସ୍ତଙ୍କ ମଧ୍ୟରେ ଜନ୍ମ ସମୟରୁ ହିଁ ହୋଇଥାଏ । ଏଗୁଡିକ ଆମକୁ କେହି ଶିଖାଇ ନଥାଏ । ଆଜି ଆମେ ଆପଣଙ୍କୁ ସେହି ଗୁଣ ବିଷୟରେ କହିବାକୁ ଯାଉଛୁ । ବ୍ୟକ୍ତି ମଧ୍ୟରେ ଜନ୍ମ ସମୟରୁ ହିଁ ଥାଏ ଏହି ୪ଟି ଗୁଣ ।

ମଧୁର – କଟୁ କଥା କହିବାର ଗୁଣ

Image courtesy: Google

ଚାଣକ୍ୟ ନୀତି ଅନୁସାରେ, କଟୁ କଥା କହୁଥିବା ବ୍ୟକ୍ତି ସବୁବେଳେ କଟୁ ହିଁ କହିଥାଏ । ଅଳ୍ପ ସମୟ ମିଠା କଥା କହିବା ପରେ ସେ ପୁଣି ଥରେ କଟୁ କଥା କହିଥାଏ । ଏହି ବ୍ୟକ୍ତିକୁ କେହି ବୁଝାଇଲେ ମଧ୍ୟ ସେ ନିଜର ଏହି ସ୍ଵଭାବକୁ ବଦଳାଇ ନ ଥାଏ । ଏହି ଗୁଣ ତା’ ମଧ୍ୟରେ ଜନ୍ମ ସମୟରୁ ହିଁ ଥାଏ ।

ଧୈର୍ଯ୍ୟର ଗୁଣ

Image courtesy: Google

ଯଦି କୌଣସି ବ୍ୟକ୍ତି ମଧ୍ୟରେ ଧୈର୍ଯ୍ୟ ର ଗୁଣ ଥାଏ ତେବେ ସେ ଜୀବନରେ କଠିନ ରୁ କଠିନ ପରିସ୍ଥିତିରୁ ବି ବଞ୍ଚି ଯାଇ ପାରେ । ଏହା ଏଥିପାଇଁ କାରଣ ଯେଉଁ ବ୍ୟକ୍ତି ବିନା ବିଚାର କରି ନିର୍ଣ୍ଣୟ ନେଇଥାଏ ତାକୁ ଆଗକୁ ଯାଇ ହାନିର ସାମ୍ନା କରିବାକୁ ପଡିଥାଏ । ଚାଣକ୍ୟ ନୀତି ଅନୁସାରେ, ବ୍ୟକ୍ତି ମଧ୍ୟରେ ଧୈର୍ଯ୍ୟ ର ଗୁଣ ତା’ର ଜନ୍ମ ସମୟରୁ ହିଁ ଥାଏ ।

ଠିକ – ଭୁଲ ନିର୍ଣୟ କରିବାର ଗୁଣ

Image courtesy: Google

ଜୀବନରେ ପରିସ୍ଥିତି ସବୁ ସମୟରେ ଏକ ସମାନ ହୋଇ ନ ଥାଏ । ସବୁ ସମୟ ଏକ ନୂଆ ପରିସ୍ଥିତି ନେଇ ଆସିଥାଏ । ଏମିତିରେ ବ୍ୟକ୍ତିକୁ ଠିକ ଓ ଭୁଲର ନିର୍ଣ୍ଣୟ କରିବାକୁ ପଡିଥାଏ । ଚାଣକ୍ୟ ନୀତି ଅନୁସାରେ, ଜନ୍ମ ରୁ ହିଁ ବ୍ୟକ୍ତି ମଧ୍ୟରେ ଏହି ଗୁଣ ଥାଏ କି ସେ ଖରାପ ସମୟରେ ହିଁ ଠିକ ନିର୍ଣ୍ଣୟ ନେଇଥାଏ । କେହି ତାକୁ ଏହି ଗୁଣ ଶିଖାଇ ପାରିବେ ନାହିଁ ।

ଦାନବୀର ହେବାର ଗୁଣ

Image courtesy: Google

ଚାଣକ୍ୟ ନୀତି ଅନୁସାରେ, କୌଣସି ବି ବ୍ୟକ୍ତି ମଧ୍ୟରେ ଦାନବୀର ହେବାର ଗୁଣ ଜନ୍ମ ସମୟରୁ ହିଁ ଥାଏ । ଏହା ତାହାର ସ୍ଵଭାବରେ ସାମିଲ ହୋଇଥାଏ । ସେହି ବ୍ୟକ୍ତିର ଦାନଶକ୍ତିକୁ ବଢାଇବା କିମ୍ବା କମ କରିବା କାହା ହାତରେ ନ ଥାଏ । ସେହି ବ୍ୟକ୍ତି ମଧ୍ୟରେ ଯେତିକି ଦାନ – ପୂଣ୍ୟର କ୍ଷମତା ଥିବ ସେ ସେତିକି ହିଁ କରିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।