ଏହି ବ୍ୟକ୍ତି ଜଣକ ହବାକୁ ଥିବା ପତ୍ନୀ ପାଇଁ କରିଦେଲା ଏମିତି ଅନୋଖା କାମ, ହେଇଗଲା ୱାର୍ଲ୍ଡ ରେକର୍ଡ

ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ କି ମଣିଷ ନିଜର ପ୍ରେମ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଏ । କିଛି ଏମିତି ହିଁ ରୁଷ ର ଏକ ବ୍ୟକ୍ତି ନିଜର ପତ୍ନୀକୁ ଇମ୍ପ୍ରେସ କରିବା ପାଇଁ କରିଛି, କହିବାକୁ ଗଲେ ୩୪ ବର୍ଷର ଇଵାନ ସୈକିନ ନିଜର ପତ୍ନୀଙ୍କୁ ଇମ୍ପ୍ରେସ କରିବା ପାଇଁ ୨୧୮ ଟନ ଓଜନ ର ଟ୍ରେନକୁ ଟାଣି ୱାର୍ଲ୍ଡ ରେକର୍ଡ କରି ଦେଇଛନ୍ତି । ୱାର୍ଲ୍ଡ ରେକର୍ଡ କରିବା ପାଇଁ ସେ ଟ୍ରେନକୁ ବ୍ଲାଦିଵୋସ୍ତୋକ ସହରରେ ଟାଣିଥିଲେ ।

ରୁଷ ରେ ହ୍ୟୁମନ ମାଉଂଟେନ ନାମରେ ଚର୍ଚିତ ଇଵାନ କହିଲେ କି, ସେ ନିଜର ଲକ୍ଷରେ ସଫଳ ହେବା ପାଇଁ ଗତ ଏକ ବର୍ଷ ହେବ ପ୍ରସ୍ତୁତି କରୁଥିଲେ । କହିବାକୁ ଗଲେ ଇଵାନ ସୈକିନ ଏହି ଟ୍ରେନକୁ ଏକ ଖାସ କାରଣ ଯୋଗୁ ଟାଣିଥିଲେ । ତାଙ୍କର ଇଚ୍ଛା ଥିଲା କି ସେ ଏହିଭଳି କରି ନିଜର ପତ୍ନୀଙ୍କୁ ଇମ୍ପ୍ରେସ କରିବେ । ଏଥିପାଇଁ ସେ ବହୁତ ପରିଶ୍ରମ ବି କରୁଥିଲେ । ଯେଉଁଥିରେ ସେ ପୁରା ସଫଳ ମଧ୍ୟ ହେଲେ ।

ବର୍ତ୍ତମାନ ତାଙ୍କର ଆସନ୍ତା ଲକ୍ଷ ୧୨ ହଜାର ଟନ ଓଜନର ଶିପକୁ ଟାଣିବା । ରୁଷ ର ମିଡିଆ ଅନୁସାରେ ଏହା ପୂର୍ବରୁ ଦୁନିଆରେ ରେଳ ଇଞ୍ଜିନ, ଜାହାଜ ଓ ବିମାନକୁ ଟଣା ଯାଇଛି । କିନ୍ତୁ ଏତେ ଭାରି ଇଞ୍ଜିନକୁ ଏକ ସହିତ ନିଜର ମସଲ୍ସ ପାୱାରରେ ଟାଣିବାର ଏହା ପ୍ରଥମ ମାମଲା ଅଟେ । ସେଥିପାଇଁ ତାଙ୍କର ଏହି ଉପଲବ୍ଧିକୁ ବହୁତ ଖାସ କୁହାଯାଉଛି ।

ଏହା ପୂର୍ବରୁ ମଲେଶିୟା ର କୁଆଲାଲଂପୁର ରେଲୱେ ଷ୍ଟେସନରେ ୧୮ ଅକ୍ଟୋବର ୨୦୦୩ରେ ଵେଲୁ ରଥକୃଷ୍ଣନ ଦାନ୍ତ ଦ୍ଵାରା ୨୬୦.୮ ଟନ (୫୭୪,୯୬୪) ପାଉଣ୍ଡ) ର ଦୁଇଟି କେଟୀଏମ ଟ୍ରେନକୁ ୪.୨ ମିଟର (୧୩ ଫୁଟ ୯ ଇଞ୍ଚ) ପର୍ଯ୍ୟନ୍ତ ଟାଣି ୱାର୍ଲ୍ଡ ରେକର୍ଡ କରିଥିଲେ । ଯେତେବେଳେ କି ଭାରତର ମଧ୍ୟପ୍ରଦେଶର ଵିଦିଶା ରେ ରହୁଥିବା ବ୍ରହ୍ମଚାରୀ ଆଶୀଷ ନିଜର ଦାନ୍ତ ଦ୍ଵାରା ୬୫ ଟନ ର ଓଜନ ରେଳ ଇଞ୍ଜିନ ଟାଣି ସାରିଛନ୍ତି । ଏହା ଛଡା ଗ୍ୱାଲିୟର ଆରତୀ ଓ ସବିତା ନୈରୋଗେଜ ଟ୍ରେନ ର ଇଞ୍ଜିନକୁ ଟାଣି ଲୀମ୍ବା ବୁକରେ ନିଜର ନାମ ସାମିଲ କରି ସାରିଛନ୍ତି ।