Jyotish Shastra- ବ୍ୟବସାୟ ରେଖା ରୁ ଜାଣନ୍ତୁ କିପରି ରହିବ ଆପଣଙ୍କ ବ୍ୟବସାୟ କ୍ଯାରିୟର ?

ଆଜି କାଲିର ଦୁନିଆରେ ସବୁ ଯୁବବର୍ଗ ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ସମସ୍ତେ ଏହି ବ୍ୟବସାୟକୁ ଠିକ ଭାବରେ କରିପାରନ୍ତି ନାହିଁ । ବ୍ୟବସାୟକୁ କରିବା ପାଇଁ ହେଲେ ବୁଦ୍ଧି , ପରିଶ୍ରମ ଓ ଭାଗ୍ୟର ସାହାଜ୍ୟ ଆବଶ୍ୟକ ହୋଇଥାଏ । ବହୁତ ଲୋକ ବ୍ୟବସାୟ କରିଥାନ୍ତି କିନ୍ତୁ ତାଙ୍କୁ ବ୍ୟବସାୟ ରେ ଲାଭ ମିଳେ ନାହିଁ । ଆପଣ ମାନେ ଜାଣିଥିବେକି ଆପଣଙ୍କର ହାତର ସବୁ ଆଙ୍ଗୁଳି ସମାନ ନଥାଏ । ସବୁ ଆଙ୍ଗୁଳି ମଧ୍ୟରେ  ଅନ୍ତର ଦେଖିବାକୁ ମିଳିଥାଏ । ଏହି ଅନ୍ତର କୁ ହସ୍ତ ରେଖା ବହୁତ ଭଲ ଭାବରେ ଦେଖାଇ ଥାଏ ।

କିଛି ଲୋକଙ୍କର ହସ୍ତ ରେଖା ଦ୍ଵାରା ଜାଣି ହୁଏ କି ସେମାନେ ବ୍ୟବସାୟରେ ଉର୍ନତି କରିବେ କି କ୍ଷତି ସହିବେ । ଆପଣ ବୀନା ଜୋତିଶଙ୍କ ସାହାଯ୍ୟରେ ଜାଣି ପାରିବେ କି ଆପଣ ବ୍ୟବସାୟ ରେ କେତେ ସଫଳତା ପାଇବେ । ତେବେ ଆସନ୍ତୁ ଜାଣିବା ହାତରେ ବ୍ୟବସାୟ ରେଖା କେଉଁଠାରେ ଥାଏ ଓ ଆପଣ ବ୍ୟବସାୟ ରେ କେତେ ସଫଳତା ପାଇବେ ।

ପ୍ରଥମେ ଜାଣିବା ଏହି ବ୍ୟବସାୟ ରେଖା ହାତରେ କେଉଁ ଜାଗାରେ ଥାଏ । ଯଦି ଆପଣଙ୍କ ହାତର କୌଣସି ଶିଧା ରେଖା ଜୀବନ ରେଖା ହୋଇ ବୁଧ ପର୍ବତ ଆଡକୁ ଯାଇଥାଏ । ଏହି ରେଖା କୁ ବ୍ୟବସାୟ ରେଖା କୁହାଯାଏ । ଆପଣ ଏହି ରେଖା ଦ୍ଵାରା ଜାଣିପାରିବେ ବ୍ୟବସାୟରେ ସଫଳତା ପାଇବେ କି ନାହିଁ ।

*  ଯଦି କୌଣସି ବ୍ୟକ୍ତିଙ୍କର ଛୋଟ ଆଙ୍ଗୁଳି ବା କନିଷ୍କା ଆଙ୍ଗୁଳି ସାମାନ୍ୟ ଲମ୍ବା ହୋଇଥାଏ ତ ଏହି ବ୍ୟକ୍ତି ବ୍ୟବସାୟ ପ୍ରତି ପ୍ରଭାବିତ ହୋଇଥାନ୍ତି ଓ ବ୍ୟବସାୟରେ  ସଫଳତା ପାଇଥାନ୍ତି ।

*  କୌଣସି ବ୍ୟକ୍ତିଙ୍କର ହାତରେ ବୁଧ ପର୍ବତରେ ଏକ ତ୍ରିଭୁଜ ଚିହ୍ନ ଥାଏ ତ ସେହି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଅଧିକ ସଫଳତା ପାଇଥାନ୍ତି ।

*  ଯଦି କୌଣସି ବ୍ୟକ୍ତିର ହାତରେ ବ୍ୟବସାୟ ରେଖା ଲାମ୍ବା ହୋଇଥାଏ ତ ସେହି ବ୍ୟକ୍ତି ମଧ୍ୟ ରେ ଏକ ଭଲ ବ୍ୟବସାୟ କରିବାର ବୁଦ୍ଧି ଥାଏ ଏବଂ ସେହି ବ୍ୟକ୍ତି ନିଜ ପରିଶ୍ରମ ବଳରେ ବ୍ୟବସାୟରେ ଅଧିକ ଧନ ଲାଭ କରିଥାନ୍ତି ।

*  ଯଦି କୌଣସି ବ୍ୟକ୍ତି ର ହାତରେ ମସ୍ତିସ୍କ ରେଖା ଏବଂ ଜୀବନ ରେଖା ନିଜ ଭିତରେ ମିଶିଥାଏ ଓ ମସ୍ତିସ୍କ ରେଖାର ଶେଷରେ ଦୁଇଟି କୋଣ ସୃଷ୍ଟି ହୋଇଥାଏ ତ ସେହି ବ୍ୟକ୍ତିମାନଙ୍କର ନିଜସ୍ଵ ବ୍ୟବସାୟ ଥାଏ ।

*  ଯଦି କୌଣସି ବ୍ୟକ୍ତି ମାନଙ୍କ ହାତରେ ମସ୍ତିସ୍କ ରେଖା ବୁଧ ପର୍ବତ କିମ୍ବା ସୂର୍ଯ୍ୟ ପର୍ବତ ପର୍ଯ୍ୟନ୍ତ ଯାଇଥାଏ ତ ସେହି ବ୍ୟକ୍ତି ନିଜ ଜୀବନରେ ଜଣେ ସଫଳ ବ୍ୟବସାୟୀ ହୋଇଥାଏ  ।

*  ଯେଉଁ ବ୍ୟକ୍ତି ମାନଙ୍କର ଜୀବନ ରେଖା ବହୁତ ଲମ୍ବା ହୋଇଥାଏ ଏବଂ ଗୁରୁ ପର୍ବତର ଠିକ ତଳେ ଆସି ସମାପ୍ତ ହୋଇଥାଏ ସେହି ବ୍ୟକ୍ତି ମାନେ ବ୍ୟବସାୟରେ ଭଲ ଲାଭ କରି ପାରନ୍ତି ନାହିଁ କି ବ୍ୟବସାୟ କରିପାରନ୍ତି ନାହିଁ ।

*  ଯଦି କୌଣସି ବ୍ୟକ୍ତିର ହାତର ମଧ୍ୟ ଭାଗରେ ଖାଲ ଥାଏ ତ ସେହି ବ୍ୟକ୍ତି ମାନଙ୍କୁ ବ୍ୟବସାୟ ରେ ବହୁତ କ୍ଷତି ହୋଇଥାଏ । ଯାହାଦ୍ବାରା କି ଏହି ବ୍ୟକ୍ତି ମାନେ ବ୍ୟବସାୟ ରେ କମ ମନ ଯୋଗ ଦେଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ