ବ୍ୟାନ ଲାଗିବା ପରେ ଜୀବନ ଶେଷ କରିଦେବାକୁ ଭାବିଥିଲେ ଶ୍ରୀଶାନ୍ତ, ପତ୍ନୀ ଏମିତି ବଞ୍ଚାଇଥିଲେ ତାଙ୍କର ଜୀବନ

ପୂର୍ବ କ୍ରିକେଟର ଓ ବିଗବଶ 12 ଫେମ ଏକ୍ସ କଣ୍ଟେସ୍ଟେଣ୍ଟ ଶ୍ରୀଶାନ୍ତ ଉପରେ ଲାଗିଥିବା ଆଜୀବନ ବ୍ୟାନ ହଟାଇ ଦିଆଯାଇଛି ଓ ତାଙ୍କ ପାଇଁ ଏହା ଦୁନିଆରେ ସବୁଠୁ ଖୁସିର କଥା । ଶ୍ରୀଶାନ୍ତଙ୍କ ଉପରେ 5 ବର୍ଷ ପୂର୍ବରୁ IPL ରେ ସ୍ପଟ ଫିକ୍ସିଙ୍ଗ ର ଆରୋପ ଲାଗିଥିଲା, ତାଙ୍କର ଦୋଷ ପ୍ରମାଣିତ ହେବା ପରେ ତାଙ୍କ ଉପରେ ଆଜୀବନ ବ୍ୟାନ ଲଗା ଯାଇଥିଲା । ଏବେ ସୁପ୍ରିମ କୋର୍ଟ ଶ୍ରୀଶାନ୍ତଙ୍କ ଉପରୁ ବ୍ୟାନ ହଟାଇ ଦେଇଛନ୍ତି ଓ ଏହା ତାଙ୍କ ପାଇଁ ବହୁତ ବଡ କଥା । ଏହି ନିଷ୍ପତ୍ତି ସୁପ୍ରିମ କୋର୍ଟ ତରଫରୁ ହୋଇଛି, କିନ୍ତୁ BCCI ଏ ପର୍ଯ୍ୟନ୍ତ ତାଙ୍କ ଉପରୁ ବ୍ୟାନ ହଟାଇ ନାହିଁ ।

ବ୍ୟାନ ହୋଇଯିବା ଦୁଃଖରେ ପତ୍ନୀ ହେଲେ ସାଥି

କୋର୍ଟ କହିଛି କି BCCI ତିନି ମାସ ମଧ୍ୟରେ ପୁରା ମାମଲାରେ ନିଜ ରିପୋର୍ଟ ଦେଉ । ବ୍ୟାନ ହଟିବା ପରେ ଶ୍ରୀଶାନ୍ତ କହିଲେ କି ମୁଁ ବହୁତ ଖୁସି ଅଛି । ସମସ୍ତେ ମୋତେ ବହୁତ ସାହାର୍ଯ୍ୟ କରିଛନ୍ତି ଏବେ ମୁଁ ପୁଣି କ୍ରିକେଟ ଖେଳି ପାରିବି । ସ୍ପଟ ଫିକ୍ସିଙ୍ଗ ର ଦୁଃଖ ଶ୍ରୀଶାନ୍ତଙ୍କ ଆଖିରେ ସବୁବେଳେ ଦେଖାଯାଏ। ଏହି 5 ବର୍ଷ ତାଙ୍କ ପାଇଁ ବହୁତ କଷ୍ଟକର ରହିଲା କାରଣ ସେ ଜାଣିଥିଲେ କି ତାଙ୍କୁ ଆଜୀବନ ବ୍ୟାନର କଷ୍ଟ ଭୋଗିବାକୁ ପଡିବ । ମିଡିଆରେ ମଧ୍ୟ ଏହି ଘଟଣାର ବହୁତ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ନାମ ବିବାଦରେ ଥିଲା । ଏହି ଦୁଃଖ ସମୟରେ କେହି ତାଙ୍କ ସହିତ ଥିଲା ତ ସେ ହେଉଛନ୍ତି ତାଙ୍କ ପତ୍ନୀ ଭୁବନେଶ୍ଵରୀ ।

ଆତ୍ମହତ୍ୟା ବିଷୟରେ ଭାବୁଥିଲେ ଶ୍ରୀଶାନ୍ତ

ଯେତେବେଳେ ମ୍ୟାଚ ଫିକ୍ସିଙ୍ଗର ଆରୋପ ପ୍ରମାଣିତ ହେଲା ସେତେବେଳେ ଶ୍ରୀଶାନ୍ତ ଡିପ୍ରେଶନରେ ରହିବାକୁ ଲାଗିଲେ । ଏମିତି କି ସେ ବିବାହ ମଧ୍ୟ କରିବାକୁ ଚାହୁଁ ନଥିଲେ । ତାଙ୍କୁ ଜୀବନ ନିରାଶ ଲାଗୁଥିଲା ଓ ବଞ୍ଚିବାର ଇଚ୍ଛା ନ ଥିଲା । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି ବ୍ୟାନ ଲାଗିବା ପରେ ମୁଁ ଭାବୁଥିଲି କି ମୁଁ ପୁଣି ଖେଳିବି କି ନାହିଁ ।

ଶ୍ରୀଶାନ୍ତ କହିଥିଲେ କି ସେହି ସମୟରେ ମୁଁ ନିଜ ଜୀବନ ଶେଷ କରିବା ବିଷୟରେ ଭାବି ସାରିଥିଲି । ଭାବିଥିଲି କି ବାପାଙ୍କର ତ ଆଉ ଦୁଇଟି ପୁଅ ଅଛନ୍ତି ମୁ ନ ରହିଲେ କଣ ଅସୁବିଧା ହେଇଯିବ । ପୁଣି ମୋ ପିତା କହିଲେ କି ଭୁବନେଶ୍ଵରୀ ଏବେ ମଧ୍ୟ ମୋତେ ବିବାହ କରିବାକୁ ଚାହୁଁଛନ୍ତି, ମୋତେ ମଧ୍ୟ ଲାଗିଲା କି ଏହି ବିବାହ ନ କରି ମୁଁ ଏହି ଦୁନିଆକୁ ଛାଡି ଯାଇ ପାରିବି ନାହିଁ ।

ଏହା ପରେ ଶ୍ରୀଶାନ୍ତ 12 ଡିସେମ୍ବର 2013 ରେ ବିବାହ କରିଥିଲେ । ଯେବେ ଶ୍ରୀଶାନ୍ତଙ୍କୁ ଜେଲ ହୋଇଥିଲା, ତାଙ୍କ ପତ୍ନୀ ମଧ୍ୟ କିଚେନ ରେ ଶୋଇବାକୁ ଲାଗିଲେ । ସେ ମଧ୍ୟ ତାଙ୍କ ସ୍ଵାମୀଙ୍କର ସେହି କଷ୍ଟକୁ ଅନୁଭବ କରିବାକୁ ଚାହୁଁଥିଲେ । 2013 ରେ ତାଙ୍କ ଉପରେ ଆଜୀବନ ବ୍ୟାନ ଲଗା ଯାଇଥିଲା । 2015 ରେ ତାଙ୍କର ଏକ ଝିଅ ହୋଇଥିଲା ଓ 2016 ରେ ତାଙ୍କର ଆଉ ଏକ ପୁଅ ହୋଇଥିଲା । ଶ୍ରୀଶାନ୍ତ ଏବେ “ବିଗବଶ” ଓ “ଖତରୋଂ କେ ଖିଲାଡ଼ି” ଭଳି ଶୋ ରେ ନଜର ଆସି ସାରିଛନ୍ତି ।