ବୁଧ ଚାଲିଲେ ଓଲଟା ଚାଲ, ଏହି 5 ରାଶି ହେଇ ଯାଆନ୍ତୁ ସାବଧାନ

ବୁଧ ଦେବ 14 ଅକ୍ଟୋବର ରୁ ତୁଳା ରାଶିରେ ବକ୍ରୀ ହୋଇ 3 ନଭେମ୍ବର ରେ ମାର୍ଗୀ ହେବେ । ଏହା ପୂର୍ବରୁ ବୁଧ ତୁଳା ରାଶିରେ 22 ସେପ୍ଟେମ୍ବର ରେ ପ୍ରବେଶ କରିଥିଲେ ଏବେ ଏହି ରାଶି ରେ ବକ୍ରୀ ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ରେ କୌଣସି ଗ୍ରହ ବକ୍ରୀ ଅବସ୍ଥା ରେ ଫଳ ଭଲ ଦିଏ ନାହିଁ ଏଥିପାଇଁ ପାଞ୍ଚ ରାଶି ଉପରେ ନକରାତ୍ମକ ପ୍ରଭାବ ପଡିବ । ଏହି ପାଞ୍ଚ ରାଶି ଗୁଡିକ ହେଲା

ବୃଷ ରାଶି

ବୁଧ ବକ୍ରୀ ହେବ ଦ୍ଵାରା ସ୍ୱାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପଡିବ । ପେଟ ସମ୍ବନ୍ଧୀୟ ରୋଗ, ଔଷଧର ପ୍ରଭାବ ତଥା ଚର୍ମ ରୋଗ ଠାରୁ ରକ୍ଷା ପାଇବା କୁ ପଡିବ । ଆପଣଙ୍କ ବିରୋଧୀ ବା ଶତ୍ରୁ ବୃଦ୍ଧି ହେବ । ଏହି ସମୟରେ କାହା କୁ ବିଶ୍ଵାସ କରି ହେବ ନାହିନ । ଧନର ଦେବା ନେବା କରନ୍ତୁ ନାହିଁ ନଚେତ ଦେଇଥିବା ଧନ ଫେରସ୍ତ ମିଳିବା କଷ୍ଟ କର ହୋଇଯିବ ।

ସିଂହ ରାଶି

ବୁଧ ବକ୍ରୀ ଗୋଚର ଯୋଗୁଁ ମିଳା ମିଶା ଫଳ ପ୍ରଦାନ କରିବ । ଆର୍ଥିକ କ୍ଷେତ୍ର ମଜବୁତ ରହିବ । ଆକସ୍ମିକ ଧନ ମିଳିବ । ଦେଇଥିବା ଧନ ଫେରସ୍ତ ମିଳିଯିବ । ଭାଇ ଭାଇ ମଧ୍ୟ ରେ ମତଭେଦ ବଢିପାରେ । ନିଜ ପ୍ରୟାସରେ କଠିନ ପରିସ୍ଥିତି ରୁ ରକ୍ଷା ପାଇପାରିବେ । ଛାତ୍ରଙ୍କୁ ପାଠ ଓ ପ୍ରତିଯୋଗୀତା ମୁଳକ କ୍ଷେତ୍ରରେ ସମୟ ଭଲ ଅଛି । ଧର୍ମ ଓ ସେବା କାର୍ଯ୍ୟ ରେ ମନ ଲାଗିବ ।

କନ୍ୟା ରାଶି

ବୁଧ ବକ୍ରୀ ଦ୍ଵାରା ଆର୍ଥିକ କ୍ଷେତରେ ମଜବୁତ ଆସିବ କୌଣସି ସୌଖୀନ ବସ୍ତୁ କିଣିପାରିବେ । ଘର ଓ ବାହନ କିଣିବାର ସମ୍ଭାବନା ଅଛି । ଘର ପରିବାରରେ ନିଜର ସ୍ଵଭାବ ବିଶାଳ ହୃଦୟ ଓ ବାଣୀର କୁଶଳତା ଯୋଗୁଁ ସବୁ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ନେବେ । ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ବଢି ପାରେ । କାର୍ଯ୍ୟ କ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି ଏବଂ କୋର୍ଟ କଚେରୀ ମାମଲାକୁ ନିଜ ମଧ୍ୟରେ ତୁଲାଇ ଦିଅନ୍ତୁ ।

ତୁଳା ରାଶି

ବୁଧ ବକ୍ରୀ ଯୋଗୁଁ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇପାରେ କିନ୍ତୁ ଏହା ଅଧିକ ସମୟ ରହିବ ନାହିଁ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଙ୍କ ଚାକିରି ପାଇଁ ଆବେଦନରେ ଗ୍ରହ ଫଳ ଶୁଭ ରହିବ । ଚାକିରିରେ ପଦୋନ୍ନତି ମିଳିପାରେ । ବିବାହର ଯୋଗ ଅଛି । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ଅଛି ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ମାନେ ବୁଲିବାକୁ ଯାଇ ପାରନ୍ତି, ଧର୍ମ କାର୍ଯ୍ୟରେ ମନ ଲାଗିବ ନାହିଁ । ନିଜ ସ୍ଵଭାବ ଓ ସାହାସ ଦ୍ଵାରା କଠିନ ରୁ କଠିନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ଅଛି । ନୂଆ କାର୍ଯ୍ୟ ସହ ଡିଲ କରିବାର ସମୟ ଅନୁକୁଳ ଅଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।