“ଏଇ କେସକୁ ଭଲସେ ଟେକପ୍ କର ନହେଲେ ସବୁ ପୁଅ…” ଏହି ବୁଢା ବାପା ଜଣକ ବୋହୂ ବିଷୟରେ ଯାହା କହିଲେ ଆପଣଙ୍କ ହୋସ୍ ଉଡେଇ ଦେବ

ପୁଅକୁ ବାହା କରି ମାତ୍ର ଗୋଟିଏ ଦିନ ହୋଇଥିଲା, ଆଉ ବୋହୂ ମନ୍ଦିର ଯିବ କହି ଫେରାର ହୋଇଗଲା । ସ୍ଥାନୀୟ ଲୋକ ଓ ପୋଲିସ ମାନଙ୍କ ସହାୟତାରେ ଅଳ୍ପକେ ବଞ୍ଚି ଯାଇଛନ୍ତି ତାଙ୍କ ସାନ ପୁଅ । ଏହି ବୁଢା ବାପାଜଣକ ଛାତି ବାଡେଇ ଯାହାସବୁ କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ବୁଢା ବାପାଙ୍କ କହିବା ଅନୁଯାୟୀ ସେ ତାଙ୍କ ସାନ ପୁଅକୁ ବାହା କରିବାକୁ ଚାହୁଁଥିଲେ । ତେଣୁ ଝିଅ ଖୋଜାଖୋଜି ହେଉଥିବା ବେଳେ ପୁରୀର ଏହି ଝିଅକୁ ସେମାନେ ପସନ୍ଦ କରିଥିଲେ ।

ପ୍ରଥମେ ଝିଅଘର ଆସି ତାଙ୍କ ଘର ଏବଂ ସାନ ପୁଅକୁ ଦେଖି ଯାଇଥିଲେ , ଏହାପରେ ପୁଅଘର ମଧ୍ୟ ଭଦ୍ରଲୋକ ନେଇ ଝିଅଘରକୁ ଯାଇ ଦେଖିବା ପରେ କଥା ପକ୍କା କରି ଆସିଥିଲେ । ଏହାପରେ ବାହାଘର ତାରିଖ ଧାର୍ଯ୍ୟ ହୋଇଥିଲା ଆଉ ରୀତିମତେ ବାହାଘର ମଧ୍ୟ ହୋଇଥିଲା । ବାହାଘର ପରଦିନ ନୂଆ ବୋହୂ କହିଥିଲା କି ସେ ମନ୍ଦିର ଯିବାକୁ ଚାହୁଁଛି । କାରଣ ସେ ମାନସିକ କରିଥିଲା କି ବାହାଘର ପରଦିନ ମନ୍ଦିର ଯାଇ ଦର୍ଶନ କରିବ ।

ଏହା ଶୁଣିବା ପରେ ନୂଆ ବୋହୂଙ୍କୁ ମନ୍ଦିର ଯିବାକୁ ଅନୁମତି ଦେଇଥିଲେ ଶ୍ଵଶୁର । ପୁଅ ଓ ବୋହୂ ଉଭୟ ମନ୍ଦିର ଯାଇଥିଲେ, କିନ୍ତୁ ଅନେକ ସମୟ ଧରି ଘରକୁ ଫେରି ନଥିଲେ । ପରେ ଜାଣିବାକୁ ପାଇଲେ ଲିଙ୍ଗରାଜ ମନ୍ଦିରରେ ତାଙ୍କ ବୋହୂର ଘରଲୋକ ତଥା ଭାଇ, ଭଉଣୀ, ଭିଣୋଇ ଅନ୍ୟମାନେ ମିଶି ତାଙ୍କ ପୁଅଙ୍କୁ ନିର୍ଦ୍ଧୂମ ମାଡ ମାରିଛନ୍ତି । ସେଠାରେ ଥିବା ପୂଜାରୀ, ସ୍ଥାନୀୟ ଲୋକେ ଓ ପୋଲିସ ଆସି ତାଙ୍କ ପୁଅକୁ ଉଦ୍ଧାର କରିଛି । ଏହାକୁ ନେଇ ମର୍ମାହତ ହୋଇ ପଡିଛନ୍ତି ବୁଢାବାପା ଜଣକ ।

କାରଣ ବାହାଘର ଠିକ ହେବା ପରେ ଝିଅଘର ଖର୍ଚ୍ଚ କରିପାରିବେ ନାହିଁ ବୋଲି ମନା କରିବାରୁ ସେ ବାହାଘରର ସବୁ ଖର୍ଚ୍ଚ ବହନ କରିଥିଲେ । ଚାରି ଭାରି ସୁନା ଅଳଙ୍କାର ଓ ରୂପ ପାଉଁଝି ମଧ୍ୟ ବୋହୂକୁ ଦେଇଥିଲେ । କିନ୍ତୁ ବାହାଘର ପରଦିନ ହିଁ ଏଭଳି ଘଟଣା ଘଟିଯାଇଛି ଯାହାକୁ ନେଇ ସେ ହାତଯୋଡି ନ୍ୟାୟ ଭିକ୍ଷା କରିଛନ୍ତି । ସେ କହିଛନ୍ତି କି ଏଭଳି ଝିଅ ଯଦି ବାହାରେ ବୁଲିବେ ତେବେ ଅନେକ ପୁଅଙ୍କ ଜୀବନ ନଷ୍ଟ ହୋଇଯିବ ।

ପୋଲିସ ଯୋଗୁଁ ତାଙ୍କ ପୁଅର ଜୀବନ ବଞ୍ଚିଯାଇଛି ସତ କିନ୍ତୁ ସେ ନ୍ୟାୟ ଚାହାନ୍ତି । ଯାହା ତାଙ୍କର କ୍ଷତି ହୋଇଛି ସେସବୁ ସହିଯିବେ ପଛେ ଆଉ ବୋହୂଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଏହା ସାପକୁ ପେଡିରେ ରଖି କ୍ଷୀର ଖାଇବାକୁ ଦେବା ସହ ସମାନ ହେବ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।