ଏରୋପ୍ଲେନରେ ବସିଥିବା ଯାତ୍ରୀର ହୃଦୟରେ ଅଚାନକ ହେଲା ଯନ୍ତ୍ରଣା, BSF ଯବାନ କିଛି ଏମିତି ଭାବରେ ବଞ୍ଚେଇଲେ ସେହି ଲୋକର ଜୀବନ, ଜାଣନ୍ତୁ ଓ ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ

ଭାରତୀୟ ସେନାର ଯେତେ ବି ପ୍ରଶଂସା କରାଯାଉ ତାହା ବହୁତ କମ ହୋଇଥାଏ । ଏମାନେ ନିଜର ଡ୍ଯୂଟୀ କରି ଦେଶର ରକ୍ଷା ବି କରନ୍ତି । କିନ୍ତୁ ଏହା ସହିତ ବି ଏମାନେ କେତେକ ବିନା ନିଜ ସ୍ଵାର୍ଥରେ ବିଭିନ୍ନ ଲୋକମାନଙ୍କର ସାହାର୍ଯ୍ୟ ବି କରିଥାନ୍ତି । ଯେତେବେଳେ ପ୍ରାକୃତିକ ବନ୍ୟା କି ବାତ୍ୟା ହୋଇଥାଏ ସେହି ସମୟରେ ବି ଏମାନେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କର ଜୀବନ ବଞ୍ଚାଇ ଥାନ୍ତି ।

ଏମାନେ ବେଳେ ବେଳେ ଫସି ଯାଇଥିବା ପଶୁମାନଙ୍କର ବି ସାହାର୍ଯ୍ୟ କରନ୍ତି । ଏହା ମଧ୍ୟରେ ବର୍ତ୍ତମାନ ହିଁ ଏମିତି ଏକ ଘଟଣା ସାମନାକୁ ଆସିଛି, ଯେଉଁଠି ଏକ ବିଏସଏଫ ଯବାନ ଏକ ଯାତ୍ରୀର ଜୀବନ ବଞ୍ଚାଇଛନ୍ତି ।

କହିଦେଉଛୁ ଯେ ବିଏସଏଫର ଯବାନ ଏସଏମଓ ଡା. ଲୋକେଶ୍ୱର ଖଜୁରିୟା ଏକ ପ୍ଲେନରେ ଯାତ୍ରା କରୁଥିଲେ । ତାଙ୍କ ପାଖରେ ଏକ ଅଜଣା ଯାତ୍ରୀ ବସିଥିଲା । ଏହି ସମୟରେ ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କର ହୃଦୟରେ ଅଚାନକ ଯନ୍ତ୍ରଣା ହେଇଥିଲା । ଏହା ଦେଖି ପରିସ୍ଥିତିକୁ ବୁଝି ପାରି ଯବାନ ଜଣକ ସାଥି ଯାତ୍ରାର ଜୀବନ ବଞ୍ଚାଇବା ପାଇଁ ଲାଗି ପଡିଲେ । ସେ ସେହି ଯାତ୍ରୀଙ୍କୁ ଆବଶ୍ୟକ ମେଡିକାଲ ସାହାର୍ଯ୍ୟ ପ୍ରଦାନ କରିଲେ ।

ତାଙ୍କର ଏହି ସାହାର୍ଯ୍ୟ ଦ୍ଵାରା ଯାତ୍ରୀର ଜୀବନ ଯାଉ ଯାଉ ବଞ୍ଚିଗଲା । ଏହି ଚମତ୍କାର ଲୋକେଶ୍ୱରଙ୍କର ବୁଦ୍ଧିମତା ଓ ତୁରନ୍ତ ନିର୍ଣୟ ନେବାର କ୍ଷମତା କାରଣରୁ ସମ୍ବହବ ହୋଇ ପାରିଲା । ସେ ଅଫ ଡ୍ଯୂଟୀରେ ଥିଲେ କିନ୍ତୁ ତଥାପି ସେ ଏକ ସାଧାରଣ ନାଗରିକର ସାହାର୍ଯ୍ୟ କରିବାକୁ ନିଜର କର୍ତବ୍ୟ ମନେ କରିଲେ । ଅସଲରେ ଏମାନେ ହିଁ ଆମ ଦେଶର ହିରୋ ଅଟନ୍ତି ।

ଅନ୍ୟ ପଟେ ବିଏସଏଫ (ସୀମା ସୁରକ୍ଷା ବଳ) ବି ଟ୍ୱିଟର ପର ଲୋକେଶ୍ୱର ଖଜୁରିୟାଙ୍କର ଏହି କାମର ପ୍ରଶଂସା କରି ତାଙ୍କୁ ସଲାମ କରିଲେ । BSF ଏହି ବାହାଦୁର ଯବାନଙ୍କର ଫଟୋ ସହ ସାଥି ଯାତ୍ରୀଙ୍କର ଫଟୋ ଶେୟାର କରି ଲାଖିଲେ କି “ଏକ ପ୍ରହରୀ କେବେ ବି ଅଫ ଡ୍ଯୂଟୀ ରୁହେ ନାହିଁ । ଫ୍ଲାଈଟରେ ଯାତ୍ରା ସମୟରେ ଏକ ଯାତ୍ରୀର ହୃଦୟରେ ବ୍ୟଥା ଓ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା । ଏହି ସ୍ଥିତିରେ ବିଏସଏଫର ଏସଏମଓ ଡା. ଲୋକେଶ୍ୱର ଖଜୁରିୟା ସେହି ଯାତ୍ରୀର ସାହାର୍ଯ୍ୟ କରିବାକୁ ଆଗକୁ ଆସିଲେ ଓ ତାଙ୍କୁ ଜରୁରୀ ଚିକିତ୍ସା ଦେଇ ଏକ ଜୀବନ ବଞ୍ଚିଦେଲେ ।“

ବିଏସଏଫ ଯବାନର ଏହି କାମ ସତରେ ବହୁତ ପ୍ରଶଂସନୀୟ ଅଟେ । ଏହି ଖବର ଭାଇରାଲ ହେବା ମାତ୍ରେ ହିଁ ଲୋକମାନେ ସୋସିୟାଲ ମିଡିୟାରେ ସେହି ଯବାନର ପ୍ରଶଂସା କରିବାକୁ ଲାଗିଛନ୍ତି ।