କେହି ଯଦି ବିଷ ଖାଇଥାନ୍ତି ତ କେମିତି କରିବେ ତାଙ୍କର ପ୍ରାଥମିକ ଚିକିତ୍ସା, ଦେଖନ୍ତୁ Dr. Prashanta Behera କଣ କହୁଛନ୍ତି ?

ଜଣେ ବ୍ୟକ୍ତି ଯେତେବେଳେ ମାନସିକ ଭାବେ ବି-ଷାଦଗ୍ରସ୍ତ ହୋଇ ନିରାଶପଣ ଓ ଉଦାସୀନତାର ଶି-କା-ର ହୋଇଥାଏ ଓ ନିଜକୁ ଅସହାୟ ଏବଂ ମୂଲ୍ୟହୀନ ମନେ କରିଥାଏ, ସେତେବେଳେ ସେ ଜୀବନ ହରାଇବା ପାଇଁ ପ୍ରାୟତଃ ବି-ଷ-ର ସାହାରା ନେଇଥାଏ । ଅନେକ ପ୍ରକାର ବି-ଷ ରହିଛି । କେତେକେ ବି-ଷ ବହୁତ ପ୍ରଭାବଶାଳୀ ହୋଇଥିବା ବେଳେ ଆଉ କିଛି ଅପେକ୍ଷାକୃତ କମ ପ୍ରଭାବଶାଳୀ ହୋଇଥାନ୍ତି ।

ତେବେ ଜଣେ ବ୍ୟକ୍ତି ବି-ଷ ଖାଇବା ପରେ ଯେତେ ଶୀଘ୍ର ଆପଣ ତାଙ୍କର ପ୍ରାଥମିକ ଚିକିତ୍ସା କରିବେ ବା ଡାକ୍ତରଙ୍କ ପାଖକୁ ନେଇଯିବେ ସେହି ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସେତେ କମ ରହିଥାଏ । କେହି କେହି ଜୀବନ ହରାଇବା ଦା-ନା-ଦା-ର ଖା-ଇ ଦିଅନ୍ତି । ଯାହା ଖୁବ ପ୍ରଭାବଶାଳୀ ବି-ଷ ବୋଲି କୁହାଯାଏ । ଉଚିତ ସମୟରେ ଏହାର ଚିକିତ୍ସା ନ କଲେ ବ୍ଯକ୍ତିର ଜୀବନ ଚାଲିଯାଏ । ଆଉ କେହି କେହି ଫି-ନା-ଇ-ଲ, ମୂ-ଷା-ମ-ରା, କ-ନି-ଅ-ର ଗଛର ମଞ୍ଜି କିମ୍ବା ଅନ୍ୟ ରୋଗ ପାଇଁ ସେବନ କରୁଥିବା ଯେକୌଣସି ଔଷଧ ମଧ୍ୟ ଖାଇ ଦିଅନ୍ତି ।

ସେହିପରି ଅନେକ ସ୍ତ୍ରୀ ଲୋକ ସିନ୍ଦୁର ମଧ୍ୟ ସେବନ କରି ଦିଅନ୍ତି । ଏହି ସମସ୍ତ ପ୍ରକାର ବି-ଷ ମଣିଷ ଶରୀର ଓ ଜୀବନ ପାଇଁ ଖୁବ ବିପଦପୂର୍ଣ୍ଣ ହୋଇଥାଏ । ବିନା କାରଣରେ ଅଚେତ ହୋଇଯିବା, ବା-ତ ମା-ରି-ବା, ଦେହ ହାତ ଥରିବା, ପାଟିରୁ ଫେ-ଣ ବାହାରିବା, ଛାତିରେ ଯ-ନ୍ତ୍ର-ଣା ଅନୁଭବ ହେବା କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରିବା ଆଦି ବି-ଷ ଖାଇବାର ଲକ୍ଷଣ ହୋଇପାରେ ।

ଏହି ସବୁ ଲକ୍ଷଣ ପରୀକ୍ଷା କରି ଆପଣ ଜାଣି ପାରିବେ ବ୍ୟକ୍ତି ବି-ଷ ଖାଇଛନ୍ତି ବୋଲି । ଏପରି ହୋଇଥିଲେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ନିମନ୍ତେ ପାଖରେ କୌଣସି ହସ୍ପିଟାଲକୁ ନେଇଯାନ୍ତୁ । ଆପଣ ଘରେ ମନ ଇଚ୍ଛା କୌଣସି ପ୍ରକାର ଉପାୟ ନ କରିବା ଭଲ ହେବ । କାରଣ ଏହା ଦ୍ବାରା ତାଙ୍କ ଅବସ୍ଥା ହୁଏତ ଆହୁରି ବିଗିଡି ଯାଇପାରେ । ଯଦି ବ୍ୟକ୍ତି ହୋଶରେ ଥାନ୍ତି ତେବେ ହସ୍ପିଟାଲରେ ନାକ ବାଟେ ନଳୀ ସାହାଯ୍ୟରେ ଔଷଧ ଦେଇ ସେମାନେ ପ୍ରଥମେ ପେଟରେ ଥିବା ପଦାର୍ଥ ସବୁ ବାହାର କରାଯାଏ ।

ଏହାପରେ ରୋଗୀଙ୍କ ଆବଶ୍ୟକ ଅନୁସାରେ ଚିକିତ୍ସା କରିପାରିବେ । ଆଉ ଯଦି ବ୍ୟକ୍ତି ଅଚେତ ଅବସ୍ଥାରେ ଅଛନ୍ତି ତେବେ ଆପଣ ତାଙ୍କୁ ନିଜ କାନ୍ଧରେ ପକାଇ ପିଠି ଥାପୁଡାଇ କରି ରଖି ହସ୍ପିଟାଲ ନେଇ ପାରିବେ । ଯଦି ତୁରନ୍ତ ଅକ୍ସିଜେନର ବ୍ୟବସ୍ଥା କରିପାରିବେ ତେବେ ଆହୁରି ଭଲ ହେବ । ଚିକିତ୍ସା କରିବା ପୂର୍ବରୁ ବ୍ୟକ୍ତି କେଉଁ ବି-ଷ ଖାଇଛନ୍ତି ତାହା ଜାଣିବା ନିହାତି ଆବଶ୍ୟକ । ତେବେ ବି-ଷ ମୁକ୍ତ ହେବା ପରେ ମଧ୍ୟ ଅନେକ ସମୟରେ ରୋଗୀଙ୍କ ଶରୀରରେ ଅନ୍ୟ କୌଣସି ଅଙ୍ଗପ୍ରତ୍ୟଙ୍ଗର ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

ଆଉ ଏକ ମୁଖ୍ୟ ବି-ଷୟ ହେଉଛି ଅନ୍ଧ ବିଶ୍ବାସରୁ ଦୂରେଇ ରୁହନ୍ତୁ । କୌଣସି ଅନ୍ଧ ବିଶ୍ଵାସ କଥାରେ ବିଶ୍ବାସ କରି ସେଥିରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଆପଣ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ନେଇ ଆସନ୍ତୁ କିମ୍ବା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ । ତେବେ ମାନସିକ ଅସୁସ୍ଥତା କାରଣରୁ ବ୍ୟକ୍ତି ଏହିପରି ଏକ କାର୍ଯ୍ୟ କରିଥାଏ । ସେଥିପାଇଁ ପ୍ରଥମରୁ ଯଦି ଆପଣ ନିଜ ପ୍ରିୟ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ବା ନିଜର ମାନସିକ ସ୍ଵାସ୍ଥ୍ୟ ମଧ୍ୟ ବୁଝିବେ ତେବେ ଏହିପରି ଏକ ଷ୍ଟେପ ନେବାକୁ ଆରମ୍ଭରୁ ହିଁ ରୋକାଯାଇ ପାରିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।