82 ବର୍ଷ ର ବୃଦ୍ଧଙ୍କୁ ମିଳିଗଲା ନିଜର ପ୍ରଥମ ପ୍ରେମ ତ ବୃଦ୍ଧ କହିଲେ “ରାମ ଜି କି କସମ ! ଆଜି ମୁଁ 21 ବର୍ଷର ହେଇଗଲି…

“ଇସକ ପର ଜୋର ନହି, ୟହ ବୋ ଆତିଶ ଗାଲିବ କେ ଲଗାଏ ନା ଲାଗେ ଅର ବୁଝାଏ ନା ବନେ” । ଗାଲିବ ଏହି ସାୟରି ସେହି ପ୍ରେମୀ ଯୁଗଳଙ୍କ ପାଇଁ କହିଥିଲେ ଯେଉଁ ମାନେ ପ୍ରେମରେ ଜିତିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ କାହାଣୀ ଭାଇରାଲ ହେବାରେ ଲାଗିଛି ।

ଏହି କାହାଣୀରେ ୮୨ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁ ୫୦ ବର୍ଷ ପରେ ତାଙ୍କ ପ୍ରେମିକା ଫୋନ କରିଛନ୍ତି । ଏହି କଥାକୁ ନେଇ ବୃଦ୍ଧ ବ୍ୟକ୍ତି ନିଜ ମତରେ କହିଛନ୍ତି ଯେ “ରାମ ଜି କି କସମ ଯେମିତି ମୁଁ ୨୧ ବର୍ଷର ହୋଇ ଯାଇଛି” ।  କେହି ସତ କହିଛି ଯେ ମଣିଷ ନିଜର ପ୍ରଥମ ଭଲ ପାଇବା କେବେ ଭୁଲିପାରେ ନହି । ବର୍ତ୍ତମାନ ସୋସିଆଲ ମିଡିଆରେ ୮୨ ବର୍ଷର ଏହି ବୃଦ୍ଧ ବ୍ୟକ୍ତିଙ୍କର ପ୍ରେମ କାହାଣୀ ଏହି କଥାକୁ ଚରିତାର୍ଥ କରୁଛି । 

ତାଙ୍କର ପ୍ରଥମ ପ୍ରେମିକା ୫୦ ବର୍ଷ ପରେ ଅଷ୍ଟ୍ରେଲିୟାରୁ ଫୋନ କରିଛନ୍ତି । ଏହି ବ୍ୟକ୍ତିଙ୍କର କାହାଣୀରୁ ଜଣା ପଡୁଛି ଯେ ପ୍ରେମରେ କୌଣସି ବୟସ ଦେଖାଯାଏ ନାହି । ଆଜିର ଏହି କାହାଣୀ ହେଉଛି ଏମିତି ଏକ ବ୍ୟକ୍ତିଙ୍କର ଯାହାଙ୍କୁ ୩୦ ବର୍ଷରେ ପ୍ରେମ ହୋଇଥିଲା କିନ୍ତୁ ତାଙ୍କର ପ୍ରେମିକା ୫୦ ବର୍ଷ ପରେ ଫୋନ କରିଛନ୍ତି ।

ଏହି ପ୍ରେମ ଖଣି ୮୨ ବର୍ଷର ଗେଟକିପରଙ୍କର ଅଟେ ଯିଏ ନିଜର ପ୍ରେମ କାହାଣୀ ଶେୟାର କରିଛନ୍ତି । ରାଜସ୍ଥାନର ଥାରରେ ରହିଥିବା ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ ଯେବେ ତାଙ୍କୁ ୩୦ ବର୍ଷ ହୋଇଥିଲା ସେବେ ସେ ମାରୀୟା ନାମକ ଝିଅ ସହ ଦେଖା ହୋଇଥିଲା । ମାରିୟା ଅଷ୍ଟ୍ରେଲିୟାରୁ ଜେସଲମେର ଡେଜର୍ଟ ସଫାରି ପାଇଁ ଆସିଥିଲେ । ମାରିୟା ୫ ଦିନ ପାଇଁ ଆସିଥିଲେ ଓ ସେହି ବ୍ୟକ୍ତି ଜଣକ ମାରିୟାଙ୍କୁ ଓଟ ସବାରି କରିବା ଶିଖାଇଥିଲେ । ଏହି କାହାଣୀ ୧୯୭୦ର ଅଟେ । ସେହି ବ୍ୟକ୍ତି ଜଣକ କହିଛନ୍ତି ଯେ ସେହି ସମୟରେ ପ୍ରଥମ ଦେଖରେ ପ୍ରେମ ହେଇ ଯାଉଥିଲା ।

ଦୁହିଙ୍କର ପ୍ରଥମ ନଜରରୁ ପ୍ରେମ ହୋଇଥିଲା ବୋଲି ବ୍ୟକ୍ତି ଜଣକ କହିଛନ୍ତି । ମାରିୟା ଅଷ୍ଟ୍ରେଲିୟା ଫେରିବା ପୂର୍ବରୁ ତାଙ୍କୁ ପ୍ରେମର ଇଜହାର କରିଥିଲେ ବୋଲି ବ୍ୟକ୍ତି ଜଣକ ମତରେ କହିଛନ୍ତି । ବ୍ୟକ୍ତି ଜଣକ ମାରିୟାଙ୍କର ଅନୁଭବକୁ ବୁଝି ପାରିଥିଲେ । ମାରିୟା ଅଷ୍ଟ୍ରେଲିୟା ଯିବା ପୂର୍ବରୁ ଦୁହେଁ ସମ୍ପର୍କରେ ରହିଥିଲେ । କିଛି ଦିନ ପରେ ମାରିୟା ତାଙ୍କୁ ଅଷ୍ଟ୍ରେଲିୟା ଡକାଇଥିଲେ କିନ୍ତୁ ଅଷ୍ଟ୍ରେଲିୟା ଯିବା କିଛି କମ କଥା ନୁହେ । ଏହା ପରେ ସେହି ବ୍ୟକ୍ତି ଜଣକ ନିଜ ପରିବାରକୁ ନ ଜଣାଇ ୩୦,୦୦୦ ଟଙ୍କା ଲୋନ କରି ଅଷ୍ଟ୍ରେଲିୟା ଯାଇଥିଲେ ।

ଦୁହେଁ ପରସ୍ପର ସହ ତିନି ମାସ ରହିଥିଲେ । ଗେଟକିପର ଆହୁରି ଅମଧ୍ୟ କହିଛନ୍ତି ଯେ ଏହି ତିନି ମାସ ବହୁତ ମଜାଦାର ଥିଲା। ମାରିୟା ତାଙ୍କୁ ଇଂରାଜୀ ଶିଖିଥିଲେ । ଏହା ପରେ ମ୍ୟାରେଜ କରିବାକୁ ମାରିୟା ତାଙ୍କୁ କହିଥିଲେ । କିନ୍ତୁ ଗେଟକିପର ଭାରତ ଛାଡିବା ପାଇଁ ରାଜି ନ ଥିଲେ ତ ମାରିୟା ଭାରତରେ ରହିବାକୁ ରାଜି ନ ଥିଲେ । ଏହା ପରେ ଗେଟକିପର ଭାରତ ଫେରି ଆସି ନିଜର ପରିବାର ଲୋକଙ୍କ କଥାରେ ମ୍ୟାରେଜ କରିଥିଲେ । ସେ କଣ ବିବାହ କରିଛି, ମୁଁ କଣ ଆଉ ତାଙ୍କୁ ଦେଖି ପାରିବି ଏହା ଲେଖିବାକୁ ମୋର ସାହସ ନାହି ବୋଲି ଗେଟକିପର କହିଛନ୍ତି ।

ସମୟ ଅନୁସାରେ ଏହି ପ୍ରେମ କାହାଣୀ ଅଧୁରା ରହିଗଲା । ଗେଟକିପରଙ୍କର ଗୋଟେ ପୁଅ ଅଛି । ଦୁଇ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ନି-ଧ-ନ ଘଟିଛି । କିନ୍ତୁ ମାରିୟା ଗତ ଏକ ମାସ ତଳେ ସେ କେମିତି ଅଛି ବୋଲି ଚିଠି ଲେଖିଛନ୍ତି । ୫୦ ବର୍ଷ ପରେ ଫୋନରେ ଦୁହେଁ କଥା ହେଉଇଛନ୍ତି । ମାରିୟା ଭାରତ ଆସିବେ ବୋଲି ଯୋଜନା କରୁଛନ୍ତି । ଏହି ଷ୍ଟୋରି ହ୍ୟୁମାସ ଅଫ ବମ୍ବେ ଆର୍ଟିକଲ ଶେୟାର କରିଛି ଯାହା ବେସ ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।