Breaking News: ମୁଖ୍ୟମନ୍ତ୍ରୀ Naveen Pattnaik ଦେଲେ ଏହି ବଡ ସଂକେତ, କଣ ପୁଣି ରାଜ୍ୟରେ ଲକ ଡାଊନ ବଢିବ କି ? ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଯେ କୋରୋନା ସଂକ୍ରମଣ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଥିଲେ । ଆଉ ମାତ୍ର ୩ ଦିନ ପରେ ରାଜ୍ୟରେ ଲକ ଡାଉନ ସରିବ ।

ଏହା ପରେ ରାଜ୍ୟରେ କିଭଳି ଗାଇଡ ଜାରି କରାଯିବ ସେହି ଅପେକ୍ଷାରେ ସମସ୍ତେ ଅଛନ୍ତି । ଗତ ମେ ମାସ ୫ ରୁ ଲକ ଡାଉନ ଆରମ୍ଭ ହୋଇଥିଲା ଓ ଜୁନ ୧୭ରୁ ଆଂଶିକ ଲକ ଡାଉନ ଚାଲୁ ରହିଛି । ଗତ ୫୦ ଦିନ ହେବ ରାଜ୍ୟରେ ଲକ ଲାଉନ ରହିବା ଯୋଗୁ ସାଧାରଣ ଜନତା ମାନଙ୍କର କାମକାର୍ଯ୍ୟ ଉପରେ ପ୍ରଭାବ ଦେଖା ଯାଇଛି । ତେବେ ଜୁଲାଇ ୧ରୁ ରାଜ୍ୟରେ କଟକଣା କଣ ରହିବ ତାହା ଚିନ୍ତାର ବିଷୟ ହୋଇ ପଡିଛି ।

କେଉଁ ଜିଲ୍ଲା ଗୁଡିକରେ କିଭଳି ନୂଆ ନିୟମ ଲାଗୁ କରାଯିବ ତାହା ନେଇ ସରକାର ଏ ଯାଏଁ କୌଣସି ନିଷ୍ପତି ନେଇ ନାହାନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ଯୋଗୁ ସରକାର ବିଭିନ୍ନ ଜିଲାକୁ କାଟାଗୋରୀ ଏ ଓ କାଟାଗୋରୀ ବି ରେ ବିଭକ୍ତ କରିଥିଲେ । ଏଥି ମଧ୍ୟରୁ ୨୦ଟି ଜିଲା ଗ୍ରୀନ ଜୋନରେ ରହିଛି । ଜୁଲାଇ ମାସରୁ କାଟାଗୋରୀ ବି ରେ ଥିବା ଜିଲା ଅନୁଗୁଳ, କେନ୍ଦୁଝର, କେନ୍ଦ୍ରାପଡା କାଟାଗୋରୀ ଏ ରେ ସାମିଲ ହୋଇପାରେ ।

ଜୁନ ୧୬ ପରେ ଏହି ସବୁ ଜିଲା ଗୁଡିକରେ କୋରୋନା ସଂକ୍ରମଣ ହାର କମିବାରେ ଲାଗିଛି । ଏହା ବ୍ଯତୀତ ସରକାର କାଟାଗୋରୀ ଏ ରେ ଥିବା ଜିଲ୍ଲା ଗୁଡିକରେ ଦୋକାନ ବଜାର ଖୋଲିବା ପାଇଁ ଘୋଷଣା କରି ପାରନ୍ତି । ଦୋକାନ ବଜାର ଖୋଲିବା ପାଇଁ ସମୟ ସୀମା ରାତି ୮ରୁ ୯ଟା ଯାଏଁ ହୋଇପାରେ । ଏହା ଛଡା ସରକରା ସାପ୍ତାହିକ ସଟ ଡାଉନ କାଟାଗୋରୀ ଏ ରେ ଥିବା ଜିଲା ଗୁଡିକରୁ ହଟାଇ ଦେଇ ପାରନ୍ତି ।

କାଟାଗୋରୀ ଏ ରେ ଥିବା ଜିଲ୍ଲାରେ ନାଇଟ କରଫୁର ସମୟ ସୀମା ବଢା ଯାଇପାରେ । କିନ୍ତୁ କାଟାଗୋରୀ ବି ରେ ଥିବା ଜିଲାରେ ନାଇଟ କରଫୁ ଓ ସଟ ଡାଉନ ବଳବତ୍ତର ରହିପାରେ । ଜୁନ ୧୬ ପରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଦୋକାନ ବଜାର ଖୋଲିବା ପାଇଁ ସମୟ ସୀମାକୁ ସରକାର ବଢାଇ ପାରନ୍ତି । ଭୁବନେଶ୍ବର ଓ କଟକରେ କଟକଣା ପୂର୍ବଭଳି ରହିବ । କାରଣ ଆଗକୁ ରଥଯାତ୍ରା ଥିବାରୁ କଟକଣା କୋହଳ ହୋଇ ନ ପାରେ ।

ସିଧାସଳଖ କହିବାକୁ ଗଲେ ଜୁଲାଇ ମାସରେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ବାଲେଶ୍ଵର ଜିଲାରେ କଟକଣା ରହିବ । ଆଜ୍ୟ ତୃତୀୟ ପର୍ଜ୍ଯାୟର ଲକ ଡାଉନର ଶେଷ ସଟ ଡାଉନ ରହିଛି । କୋରୋନା ସଂକ୍ରମଣକୁ କମ କରିବାକୁ ହେଲେ ସାଧାରଣ ଜନତା ସରକାରଙ୍କୁ ସାହାଜ୍ଯ କରିଲେ ପରିସ୍ଥିତିରେ ସୁଧାର ଆସିପାରେ । କିନ୍ତୁ କିଛି ଲୋକେ ଗାଇଡ ଲାଇନର ଅବମାନନା କରୁଛନ୍ତି । ଏହା ସହ ଅମାନିଆ ଲୋକେ ପୋଲିସର ଗାଇଡକୁ ମଧ୍ୟ ଭାଙ୍ଗୁଥିବାର ନଜର ଆସୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।