ଲୋକପ୍ରିୟ ଆଲବମ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି, ଓଲିଉଡ ଜଗତରେ ଶୋକର ଛାୟା

ପୁଣି ଥରେ ଏକ ବଡ ଦୁଖ ଖବର ଶୁଣିବାକୁ ମିଳିଲା । କହିବାକୁ ଗଲେ ଓଲିଉଡ ଆଲବମ କୁଇନ ଦୀପା ସାହୁ ଆଉ ଏହି ଦୁନିଆରେ ନାହାନ୍ତି । ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ବିଂଶ ଦଶକର ଏହି ଆଲବମ କୁଇନ ଦୀପା ସାହୁ ପୁରା ଓଡିଶାରେ ପ୍ରସିଦ୍ଧ ଥିଲେ । ସେ ନିଜ କ୍ୟାରିୟରର ବହୁତ ହିଟ ଆଲବମରେ କାମ କରିଛନ୍ତି ଓ ଗୋଟିଏ ସମୟରେ ସେ ଓଡିଆ ଆଲବମ ଜଗତର ସବୁଠୁ ଚର୍ଚିତ ଓ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଓ ସେ ନିଜର ଦର୍ଶକମାନଙ୍କୁ ନିଜର ଅଭିନୟ ମାଧ୍ୟମରେ ବହୁତ ମନୋରଞ୍ଜନ ବି କରିଥିଲେ ।

ସେ ଆଲବମ ସହ କିଛି ଧାରାବାହିକ ଓ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । କିନ୍ତୁ କିଛି ସମୟ ପରେ ସେ ଅଭିନୟ ଦୁନିଆରୁ ଦୂରେଇ ଯାଇ ନିଜ ସ୍ଵାମୀଙ୍କ ସହ ବାହାରେ ରହୁଥିଲେ । ଏହା ମଧ୍ୟରେ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଯାଇଥିଲ ।

କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତେବେ ବି ଖରାପ ନ ଥିବାରୁ ତାଙ୍କୁ ହସ୍ପିଟାଲରେ ଏଡମିସନ କରା ଯାଇ ନ ଥିଲା । କିନ୍ତୁ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ପଡି ଥିଲେ । ଏହା ପରେ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ କିଛି ଅଭିନେତା ଓ ରାଜନେତାଙ୍କ ଆର୍ଥିକ ସାହାର୍ଯ୍ୟ ଦ୍ଵାରା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଏହା ସତ୍ବେ ବି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଆସିଲା ନାହିଁ ।

ଶେଷରେ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ଆଜି ତାଙ୍କର ଦେହାନ୍ତରେ ପୁରା ଓଡିଶା ଦୁଖିତ ହୋଇ ଯାଇଛନ୍ତି । ସବୁଠୁ ଦୁଖ କଥା ଏହା ହେଉଛି କି ଦୀପା ସାହୁଙ୍କ ଏକ ଝିଅ ଅଛି । ଯିଏ ବର୍ତ୍ତମାନ ନିଜ ମାଙ୍କ ନିଧନ କଥାକୁ ବିଶ୍ଵାସ କରି ପାରୁ ନାହିଁ କାରଣ ସେ ନିଜ ମାକୁ ବହୁତ ଭଲ ପାଉ ଥିଲା ।

ଏହା ଛଡା ଦୀପା ବେଳେ ବେଳେ କୁହନ୍ତି ଅଭିନେତା ଅନୁଭବ ମହାନ୍ତି ତାଙ୍କୁ ଲକି ବୋଲି କୁହନ୍ତି । କାରଣ ଅନୁଭବ ମହାନ୍ତି ଦୀପା ସାହୁଙ୍କ ସହିତ ପ୍ରଥମ ଆଲବମ ଓ ପ୍ରଥମ ଫିଲ୍ମ କରିଥିଲେ ଓ ତାଙ୍କ ଯୋଗୁ ଅନୁଭବ ହିଟ ମଧ୍ୟ ହୋଇଥିଲେ । ଅନୁଭବ ବି ଏହି କଥାକୁ ମାନନ୍ତି । ଆଜି ଅନୁଭବ ଦୀପାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଦୀପାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଆମେ ଭଗବାନଙ୍କ ନିକଟରେ ପ୍ରାଥନା କରୁଅଛୁ ।