ହେଲିକପ୍ଟର ସଟର ଜନକ ଏମଏସ ଧୋନୀ କ୍ରିକେଟରୁ ନେଲେ ବିଦାୟ, ସୋସିଆଲ ମିଡିଆରେ ଶେୟାର କଲେ ଏହି ମନଛୁଆଁ ଭିଡିଓ

ଭାରତୀୟ ଦଳର ପୂର୍ବତନ କ୍ଯାପଟେନ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି ଅବସର) ଅଗଷ୍ଟ 15 ରେ ନିଜ ଅବସରକୁ ନେଇ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । 74 ତମ ସ୍ୱାଧୀନତା ଦିବସ ଅବସରରେ ସେ ନିଜର ଅବସର ଘୋଷଣା କରିଛନ୍ତି । ଧୋନି ଏକମାତ୍ର ଏମିତି କ୍ଯାପଟେନ ଅଟନ୍ତି ଯିଏକି ତାଙ୍କ ଅଧିନାୟକତ୍ୱରେ ଭାରତ ପାଇଁ 50 ଓଭର ବିଶ୍ୱକପ, ଟି -20 ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି । ସେ 2014 ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିଲେ ।

ଅବସର ଘୋଷଣା କରିବା ସହିତ ଧୋନି ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମରେ ଚାରି ମିନିଟର ଏବଂ ସାତ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି । ଫେମସ ଗୀତ ‘ମେନ୍ ପଲ୍ ଦୋ ପଲ୍ କା ଶାୟର ହୁଁ’ ଜରିଆରେ ଧୋନି ପ୍ରଶଂସକଙ୍କ ସହ ଟିମ୍ ଇଣ୍ଡିଆରେ ନିଜ ଯାତ୍ରାର ସ୍ମୃତି ବାଣ୍ଟିଥିଲେ।

ୟୁଏଇ ରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ (ଆଇପିଏଲ୍ 2020) ରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ରେ କ୍ଯାପଟେନସିପ କରୁଥିବାର ନଜର ଆସିବେ । ଗତ ମାସରେ ତାଙ୍କୁ 39 ବର୍ଷ ବୟସ ହୋଇଛି । ଏମିତିରେ ବିଶେଷଜ୍ଞମାନେ ଅନୁମାନ କରିସାରିଥିଲେ କି ଧୋନିଙ୍କ ପାଇଁ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଅତ୍ୟନ୍ତ କଷ୍ଟକର ବୋଲି । 23 ଡିସେମ୍ବର 2004 ରେ ଧୋନି ବାଂଲାଦେଶ ବିପକ୍ଷରେ ଚଟଗାଓଁ ୱାନଡେ ରୁ ଡେବ୍ୟୁ କରିଥିଲେ।

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on

ମହେନ୍ଦ୍ର ସିଂ ଧୋନିଙ୍କୁ ଶେଷ ଥର ପାଇଁ ବିଶ୍ୱକପ 2019 ସମୟରେ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା । ସେବେଠାରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।