ବୟଫ୍ରେନ୍ଡ ଉପରେ ବହୁତ ଖର୍ଚ କରୁଥିଲା ଝିଅଟି, ଟଙ୍କା କମ ପଡୁଥିଲା ତ ବସ୍ ର ରୁମରେ କରିବାକୁ ଲାଗିଲା ଏହି କାମ

କୁହନ୍ତି କି ଗର୍ଲଫ୍ରେଣ୍ଡ ହେବା ବହୁତ ଖର୍ଚର କାମ ହୋଇଥାଏ । ପ୍ରାୟତଃ ଦେଖା ଯାଇଛି କି ନିଜର ପ୍ରେମିକା ଉପରେ ପ୍ରେମିକ ବହୁତ ଟଙ୍କା ଖର୍ଚ କରିଥାଏ । ତାହାର ସମସ୍ତ ଇଚ୍ଛା ପୂରଣ କରିଥାଏ ଓ ତାକୁ ମହଙ୍ଗା ମହଙ୍ଗା ଉପହାର ବି ଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଏକ ଓଲଟା ହିଁ ମାମଲା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମିକା ନିଜର ପ୍ରେମିକର ଇଚ୍ଛା ପୁରା କରିବା ଚକ୍କର ରେ ଚୋରୀ କରି ଜେଲ ଚାଲି ଯାଇଛି ।

ମାମଲାଟି ଉତ୍ତର ପ୍ରଦେଶ ମେରଠର ଅଟେ । ଏଠି ଗୋବିନ୍ଦା ପ୍ଲାଜା ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ଏକ ଝିଅ ଆସିଷ୍ଟାଣ୍ଟ ପଦରେ କାମ କରୁଥିଲା । ଝିଅଟି ମୂଳ ରୂପରେ କଙ୍କରଖେଡାର ନିବାସୀ ଥିଲା । ବର୍ତ୍ତମାନ ଦୁଇ ମାସ ହିଁ ହେବ ଝିଅର ଜବ ଏହି କମ୍ପାନୀରେ ଲାଗିଥିଲା । କହିବାକୁ ଗଲେ ଯେବେଠୁ ଏହି ଝିଅ ଅଫିସରେ ଚାକିରି କରିବା ଆରମ୍ଭ କରିଲା ସେବେଠୁ ହିଁ ସେହି ଅଫିସରୁ ନଗଦ ଟଙ୍କା ଗାୟବ ହେବାରେ ଲାଗିଲା ।

ଗତ ରବିବାର ଦିନ କମ୍ପାନୀର ମାଲିକ ଲକ୍କି ସେଠି ଅଫିସର ତିଜୋରିରେ କିଛି ଟଙ୍କା ରଖିଥିଲେ, କିଛି ଘଣ୍ଟା ପରେ ଯେତେବେଳେ ସେ ସେହି ଟଙ୍କାକୁ ବାହାର କରିବା ପାଇଁ ଗଲେ ତ ସେଥିରେ ୪୫୦୦ ଟଙ୍କା କମ ଥିଲା । ଏହା ବିଷୟରେ ସେଠି ଯେତେବେଳେ ସେହି ଆସିଷ୍ଟାଣ୍ଟ ଝିଅକୁ ପଚାରିଲେ କିନ୍ତୁ ସେ ଠିକ ଭାବରେ କିଛି ବି ଉତ୍ତର ଦେଉ ନ ଥିଲା । ଏହା ପରେ କମ୍ପାନୀର ମାଲିକ ପୋଲିସ ଷ୍ଟେସନରେ ଅଭିଯୋଗ କରିଦେଲା ।

ଯେତେବେଳେ ପୋଲିସ ଏହି ମାମଲାକୁ ଯାଞ୍ଚ କରିଲା ତେବେ ଅପରାଧୀ ସେହି ଆସିଷ୍ଟାଣ୍ଟ ଝିଅଟି ହିଁ ଥିଲା, ଯିଏକି ତିଜୋରିର ଡୁପ୍ଳିକେଟ ଚାବି ରଖିଥିଲା । ଏମିତିରେ ତାର ମାଲିକ ଯେତେବେଳେ ବି ଅଫିସ ବାହାରକୁ ଯାଉଥିଲା ସେତେବେଳେ ସେ କିଛି ଟଙ୍କା ବାହାର କରି ନେଉ ଥିଲା । ସୂଚନା ଅନୁସାରେ ଝିଅ ଗତ ଦୁଇ ମାସ ହେବ ପାଖାପାଖି ୨ ଲକ୍ଷ ଟଙ୍କା ଗାୟବ କରି ଦେଇଥିଲା ।

ପୋଲିସ ପଚାରିବାରୁ ଝିଅ ଜଣକ କହିଲା କି ତିଜୋରିର ଡୁପ୍ଳିକେଟ ଚାବି ତାହାର ବୟଫ୍ରେଣ୍ଡ ତିଆରି କରି ଦେଇଥିଲା । ଝିଅ କହିଲା କି ସେ ନିଜର ବୟଫ୍ରେଣ୍ଡ ଉପରେ ଟଙ୍କା ଖର୍ଚ କରିବା ପାଇଁ ଏମିତି କରୁଥିଲା । ବର୍ତ୍ତମାନ ପୋଲିସ ଚୋରୀ କେସ ଦର୍ଜ କରି ଝିଅକୁ ଗିରଫ କରି ନେଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।