ଦିନେ ବାପା ମାରିବାକୁ ଚାହୁଁଥିଲେ, କିନ୍ତୁ ଆଜି ନିଜର ଧୂଆଁଧାର ବ୍ୟାଟିଂରେ ବୋଲରଙ୍କ ନିଦ ହଜାଇ ଦେଇଛନ୍ତି Rovman Powell, ଜାଣନ୍ତୁ କିଛି ଅଜଣା କଥା !

ଦିନେ ବାପା ମାରିବାକୁ ଚାହୁଁଥିଲେ, କିନ୍ତୁ ଆଜି ବୋଲରଙ୍କ ହୋସ୍ ଉଡାଉଛନ୍ତି ପାୱେଲ । ଏବେ ଚର୍ଚ୍ଚାରେ ରହିଛନ୍ତି କ୍ଯାରିବିୟାନ ଅଲରାଉଣ୍ଡର ରୋବମ୍ୟାନ ପାୱେଲ । ପୋଲାର୍ଡ, ବ୍ରାଭୋ ଓ ଶାମିଙ୍କ ପରେ ବର୍ତ୍ତମାନ ଆଉ ଜଣେ କ୍ଯାରିବିୟାନ ଖେଳାଳି ଆଇପିଏଲ ରେ ଚର୍ଚ୍ଚକୁ ଆସିଛନ୍ତି । ପୂର୍ବରୁ ଏ ସମସାତ ଖେଳାଳି ନିଜ ଖେଳ ଏବଂ ଖେଳିବା ଶୈଳୀ ପାଇଁ ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ବେଳେ ଏବେ ଆଉ ଜଣେ ଖେଳାଳି ଚର୍ଚ୍ଚାକୁ ଆସିଛନ୍ତି ।

ଆଇପିଏଲ ର ଚଳିତ ସିଜିନରେ ୱେଷ୍ଟଇଣ୍ଡିଜ ଦଳର ଅଲରାଉଣ୍ଡର ରୋବମ୍ୟାନ ପାୱେଲ ନିଜ ବ୍ୟାଟିଂରେ ଧମାଲ ମଚାଉଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଏହି ଖେଳାଳିଜଣକ ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ସହ ଖେଳା ଯାଇଥିବା ମ୍ଯାଚରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ନେଇଥିଲେ । ଏହି ମ୍ଯାଚରେ ଦିଲ୍ଲୀ ୨୧ ରନ୍ ରେ ବିଜୟୀ ହୋଇଥିଲା । ପାୱେଲ ୩୫ ବଳରେ ୬୭ ରନ୍ ର ପାରି ଖେଳିଥିଲେ । ସେ ୬ଟି ଲମ୍ବା ଛକା ମାରିବା ସହ ଉମରାନ ମାଲିକ ଓ ସିଆନ ଏବଟଙ୍କୁ ଧୁଲାଇ କରିଥିଲେ ।

୧୯୧.୪୩ ଷ୍ଟ୍ରାଇକ ରେଟ ସହ ସେ ଏହି ଦମଦାର ଇନିଂସ ଖେଳିଥିଲେ । ୨୮ ବର୍ଷୀୟ ପାୱେଲଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜି ୨କୋଟି ୮୦ଲକ୍ଷରେ ଚଳିତ ଅକ୍ସନରେ କିଣିଥିଲା । କିନ୍ତୁ ପାୱେଲଙ୍କ ପିଲାଦିନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା । ଜାମାଇକାରେ ଜନ୍ମିତ ପାୱେଲଙ୍କୁ ତାଙ୍କ ମା’ ଏବଂ ଭଉଣୀ ପାଳିପୋଷି ମଣିଷ କରିଛନ୍ତି । ଯେତେବେଳେ ପାୱେଲ ତାଙ୍କ ମା’ଙ୍କ ଗର୍ଭରେ ଥିଲେ ତାଙ୍କ ବାପା ତାଙ୍କ ମା’ଙ୍କର ଗର୍ଭପାତ କରିବାକୁ ଚାହିଁଥିଲେ ।

କିନ୍ତୁ ତାଙ୍କ ମା’ ଏଥିରେ ଅରାଜି ହେବା ସହ ତାଙ୍କ ଜୀବନ ବଞ୍ଚାଇଥିଲେ । ଆଜି ସେହି ପାୱେଲ ନିଜ ଦେଶ ଏବଂ ମା’ଙ୍କ ନାଁ’କୁ ସାରା ବିଶ୍ବରେ ପରିଚିତ କରାଇ ପାରିଛନ୍ତି । ପାୱେଲଙ୍କ ମା ଏବଂ ଭଉଣୀ ତାଙ୍କୁ ପାଠ ପଢାଇବା ପାଇଁ ଅନ୍ୟମାନଙ୍କ ଘରକୁ ଯାଇ କପଡା ଧୋଉଥିଲେ । ୨୦୧୯ରେ ପାୱେଲ ନିଜ ମା’ଙ୍କୁ ଏକ କାର୍ ଉପହାର ଦେଇଥିଲେ । ଏକ ସାକ୍ଷାତକାରରେ ପାୱେଲଙ୍କ ମା’ ଥରେ କହିଥିଲେ କି, ପାୱେଲ ଛୋଟବେଳେ ବହୁତ ଦୁଷ୍ଟ ଥିଲେ କିନ୍ତୁ ବହୁତ ବୁଝିବା ସୁଝିବା ପିଲା ମଧ୍ୟ ଥିଲେ ।

ଯେତେବେଳେ ବି ପାୱେଲ କୌଣସି ବିଷମ ପରିସ୍ଥିତିରେ ଥାଆନ୍ତି ସେ ଭାବିଥାନ୍ତି କି ସେ ଏହା ନିଜ ପାଇଁ ନୁହେଁ ବରଂ ମା ଏବଂ ଭଉଣୀଙ୍କ ପାଇଁ କରୁଛନ୍ତି । ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।