ବର୍ଡର ପାଖରେ ରହୁଥିବା ଲୋକମାନେ ଶୁଣାଇଲେ ଆକ୍ରମଣର କାହାଣୀ, କହିଲେ ରାତି ୩ ଟା ବାଜି ୫ ମିନିଟ ପରେ…

ଭାରତୀୟ ବାୟୁସେନା ମଙ୍ଗଳବାର ଦିନ ପାକିସ୍ତାନ ସୀମା ପାଖରେ ଏୟାର ଷ୍ଟ୍ରାଇକ କରିଥିଲେ । ଭାରତୀୟ ବିଦେଶ ସଚିବ ବିଜୟ ଗୋଖଲେ ପ୍ରେସ କନ୍ଫ୍ରେଂସ କରି ଏହି କଥାକୁ ସ୍ପଷ୍ଟ କରିଛନ୍ତି । ଏହା ପରେ ସୀମା ପାଖ ଗ୍ରାମରେ ରହୁଥିବା ଲୋକମାନେ ବି ଏହି କାର୍ଯ୍ୟଅନୁଷ୍ଠାନର ପୃଷ୍ଟି କରିଛନ୍ତି ।

ନ୍ୟୁଜ ଚ୍ୟାନେଲ ZEEର ନ୍ୟୁଜ ଟିମ ଏହା ଜାଣିବାକୁ ଚେଷ୍ଟା କରିଥିଲା କି ଭାରତୀୟ ବାୟୁସେନା ଯେତେବେଳେ ଏୟାର ଷ୍ଟ୍ରାଇକ କରୁଥିଲେ ସେହି ସମୟର ସୀମାବର୍ତ୍ତି ଲୋକମାନଙ୍କର ଅବସ୍ଥା କଣ ଥିଲା । ତାଙ୍କୁ ଏହି ବିଷୟରେ କେମିତି ଜଣା ପଡିଲା । ରାତିରେ ଜାହାଜ ଗୁଡିକର ଯିବା ଆସିବାର ଆବାଜ ଶୁଣା ଯାଉଥିଲା । ଏହା ପରେ ଫାଇରିଙ୍ଗର ଆବାଜ ଶୁଣାଗଲା ।

ରାତି ୨ ଟା ପରେ ଆମେ ବିଲକୁଲ ଶୋଇ ପାରିଲୁ ନାହିଁ । ଆମେ ଧମାକା ହେଉଥିବାର ଦେଖିଲୁ ଏବଂ ଶୁଣିଲୁ ମଧ୍ୟ । – ଅବଦୁଲ ରହମାନ

ରାତିରେ ପାଖାପାଖି ୩ ଟା ରୁ ଜାହାଜର ଆବାଜ ଆସିବାକୁ ଲାଗିଲା । ଆମେ ସମସ୍ତେ ଡରିଗଲୁ । ଏହା ସକାଳ ୭ ଟା ପର୍ଯ୍ୟନ୍ତ ଆବାଜ ଶୁଣା ଯାଉଥିଲା । ସକାଳେ ୮ ଟା ବେଳେ ଜଣା ପଡିଲା କି ଏଠି ସର୍ଜିକଲ ସ୍ଟ୍ରାଇକ ହୋଇଥିଲା । – ନାରିନ୍ଦର କୁମାର

ରାତିରେ ପାଖାପାଖି ୩.୩୦ ସମୟରେ ଜାହାଜ ଗୁଡିକର ଆବାଜ ଆସିବାକୁ ଲାଗିଲା । ମଝିରେ ମଝିରେ ବମ ପଡିବାର ଆବାଜ ବି ଆସିଲା । ଆମକୁ ଖୁସି ଅଛି କି ଆମର ଇଣ୍ଡିଆନ ଆର୍ମୀ ବି ପାକିସ୍ତାନକୁ ଜବାବ ଦେଇଛି । ଆମର ସହିଦ ଯବାନମାନଙ୍କର କୁର୍ବାନୀ ବେକାର ଯିବ ନାହିଁ । – ରାଜା ମୋହମ୍ମଦ ଶରୀଫ

ଗତ କେତେ ବର୍ଷ ହେବ ଆମେ ପାକିସ୍ତାନୀର ଆତଙ୍କବାଦୀ ଏବଂ ପାକିସ୍ତାନୀର ସେନା ମାନଙ୍କର ଗୁଳିକୁ ସହ୍ୟ କରି ଆସୁଥିଲୁ । କିନ୍ତୁ ଏହି ଆକ୍ରମଣ ପରେ ପୁଂଛ ଜିଲ୍ଲାର ନିୟନ୍ତ୍ରଣ ରେଖାର ଆଖପାଖରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଲୋକ ମାନଙ୍କର କହିବା ଅଟେ କି ଆମକୁ ଦେଶର ସରକାର ଏବଂ ସେନା ଉପରେ ଏହି ପ୍ରକାରର କାର୍ଯ୍ୟକାରୀ କରିବା ଉପରେ ବିଶ୍ଵାସ ଥିଲା ।

ପୁଂଛର ରହୁଥିବା ଲୋକମାନଙ୍କର କହିବା ଅଟେ କି ଆମକୁ ରାତିସାରା ଆକାଶରେ ଜାହାଜ ଉଡିବବାର ଆବାଜ ଶୁଣା ଯାଉଥିଲା କିନ୍ତୁ ସେନାଙ୍କର ଏହି କାର୍ଯ୍ୟକାରୀ ବିଷୟରେ ଆମକୁ ସକାଳେ ହିଁ ଜଣା ପଡିଲା , ଆମେ ବହୁତ ଖୁସି ଅଛୁ ।

ପୋଷ୍ଟଟି ଭଲ ଲାଗିଲେ ଶେୟର କରନ୍ତୁ ଓ ଆଗକୁ ଅପଦେଇ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।