ବୋହୂ ବେଡସିଟ୍ ଭିତରେ କାମୁକ ଶ୍ଵଶୁର ! ଗାଁ ଲୋକେ ଜାଣିବା ପରେ ଶ୍ଵଶୁର ସହ ଯାହା କଲେ ନା… ଦେଖନ୍ତୁ video

ବ୍ୟକ୍ତିଙ୍କ ବେକରେ ପଡିଛି ଜୋତା ଓ ପାଛିଆମାଳ ଓ ତାଙ୍କ ଗୋଡ ଦୁଇଟିକୁ ପ୍ଲାଷ୍ଟିକ ଦଉଡିରେ ବନ୍ଧା ହୋଇଛି । ଆଉ ତାଙ୍କୁ ଘେରି ରହିଛନ୍ତି ଗାଁ ଯାକର ଲୋକେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବ୍ୟକ୍ତିଜଣକ ଏଭଳି କଣ କରିଛନ୍ତି ଯେ ତାଙ୍କୁ ଏମିତି ଶାସ୍ତି ଦିଆଯାଉଛି । ସେ ଯାହା କରିଛନ୍ତି ଶୁଣିଲେ ଆପଣ ବି ଛି’ଛାକର କରିବେ । ଏହି ବ୍ୟକ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ।

ବୋହୂଙ୍କ କହିବା ଅନୁସାରେ, ସେ ଶେଯରେ ଶୋଇଥିବା ବେଳେ ତାଙ୍କ ଶ୍ଵଶୁର ଆସି ସେ ଘୋଡେଇ ହୋଇଥିବା ବେଡସିଟ୍ ତଳେ ପଶି ଯାଇଥିଲେ । ବୋହୂ ପ୍ରତିବାଦ କରିବାରୁ ଏମିତି କଲେ କିଛି ହେବନି ବୋଲି ସେ କହିଥିଲେ । ହେଲେ ବୋହୂ ଘର ଭିତରୁ ଧାଇଁ ଆସି ଗାଁ ଭିତରକୁ ଦୌଡି ପଳାଇଥିଲେ । ଗାଁ ଲୋକଙ୍କୁ ସବୁ କଥା କହିବା ସହ ନିଜ ବାପଘରକୁ ପଳାଇଥିଲେ । ସେତେବେଳେ ଘରେ ସ୍ଵାମୀ କି ଶାଶୁ କେହି ନଥିଲେ ।

ବୋହୂ ଏକା ଶୋଇଥିବା ବେଳେ ଏହାର ସୁଯୋଗ ନେଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଶ୍ଵଶୁର । ହେଲେ ଶ୍ଵଶୁରଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ସେ ତୁରନ୍ତ ଘରୁ ବାହାରି ଆସି ବାପଘରକୁ ପଳାଇ ଯାଇଥିଲେ । ସେଠାରେ ବାପଘର ଲୋକଙ୍କୁ ସବୁ କହିବା ପରେ ଏମାନେ ସ୍ଵାମୀ ଓ ଶ୍ଵଶୁରଙ୍କୁ ବାପଘରକୁ ଡ଼ାକିଥିଲେ । ଏନେଇ କିନ୍ତୁ ଶ୍ଵଶୁର କାଳୁଚରଣ ମୁର୍ମୁ ଏହାକୁ ମିଥ୍ୟା ବୋଲି କହିଛନ୍ତି ।

ସେ କହିଛନ୍ତି କି, ମୁଁ କିଛି କରିନି । ବୋହୂ ମିଛରେ ଧାଇଁ ଯାଇ ଏମିତି କହିବାରୁ ସେମାନେ ମୋତେ ବାନ୍ଧି ଆଣି ବାଡେଇଲେ । ସେଠାରେ ଗାଁ ଲୋକେ ସଭା ଡକେଇ ଶ୍ଵଶୁରର ପୁରା କାରନାମା ସମ୍ପର୍କରେ ବୁଝିବା ସହ ତାଙ୍କୁ ବାନ୍ଧି ପକାଇଥିଲେ । ଏପରିକି ବୋହୂ ମଧ୍ୟ ଶ୍ଵଶୁର ମିଛ କହୁଥିବା ଦେଖି ଗୋଟେ ଗୋଟେ କଥା ମନେପକାଇ ତାଙ୍କୁ ଚପଲରେ ପିଟିଥିବା ଦେଖିବାକୁ ମିଳିଛି । ଏନେଇ ଉକ୍ତ ମହିଳାଙ୍କ ସ୍ଵାମୀ କିଛି ଜାଣି ନଥିବା କହୁଛନ୍ତି ।

କାରଣ ସେ ଘରେ ନଥିଲେ ଓ ଶାଶୁଘର ଲୋକଙ୍କ ଫୋନ ପାଇ ବାପାଙ୍କୁ ଧରି ସେଠାରେ ଯାଇ ପହଞ୍ଚିଥିଲେ । ଶ୍ଵଶୁର ଓ ବୋହୂ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ସେ ମଳିନ କରିଥିବା ନେଇ ଏବେ ସାରା ଗାଁରେ ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।