ଭାରତ ପାକିସ୍ତାନ ବିଶ୍ଵକପ ମ୍ୟାଚକୁ ନେଇ ସଚିନ ତେନ୍ଦୁଲକର କହିଲେ କିଛି ଏମିତି, ସବୁ ଭାରତୀୟଙ୍କୁ ଜାଣିବା ଦରକାର

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବହୁତ ଶତ୍ରୁତା ବଢିବାରେ ଲାଗିଛି । ଏହାର ପ୍ରଭାବ ବିଶ୍ଵକପ ଉପରେ ବି ପଡିବାର ନଜର ଆସୁଛି । ଆକ୍ରମଣ ପରେ ବର୍ତ୍ତମାନ ଭାରତ – ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚକୁ ନେଇ ବହୁତ ଚର୍ଚା କରା ଯାଉଛି । ଯେଉଁ କାରଣରୁ BCCI ର ବୈଠକ ମଧ୍ୟ ହୋଇଥିଲା । ଯେଉଁଥିରେ ଏହାର ନିଷ୍ପତି ସରକାର ଉପରେ ଛାଡି ଦିଆ ଯାଇଛି ।

ବର୍ତ୍ତମାନ ଏହା ଉପରେ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର ବି ଏକ ବୟାନ ଦେଇଛନ୍ତି । ଶୁକ୍ରବାର ଦିନ ସଚିନ କହିଛନ୍ତି କି ଆଗାମୀ ବିଶ୍ଵକପରେ ପାକିସ୍ତାନ ବିରୁଦ୍ଧରେ ନ ଖେଳି ତାହାକୁ ୨ ଅଙ୍କ ଦେବାର ସ୍ଵୀକାର ନୁହେଁ, କାରଣ ଏହା ଦ୍ଵାରା କ୍ରିକେଟର ମହାକୁମ୍ଭରେ ଥିବା ଅନ୍ୟ ପ୍ରତିଦ୍ଵନ୍ଦୀମାନଙ୍କୁ ଲାଭ ମିଳିବ ।

ସଚିନ ମିଡିୟା ସହିତ କଥାବାର୍ତ୍ତା କରି କହିଲେ କି ଭାରତ ସବୁବେଳେ ବିଶ୍ଵକପରେ ପାକିସ୍ତାନ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଛି । ବର୍ତ୍ତମାନ ପୁଣି ଥରେ ତାଙ୍କୁ ପରାସ୍ତ କରିବାର ସମୟ ଆସି ଯାଇଛି । ମୁଁ ନିଜ ମତରେ ତାଙ୍କୁ ୨ ଅଙ୍କ ଦେବାକୁ ପସନ୍ଦ କରିବି ନାହିଁ କାରଣ ଏହା ଦ୍ଵାରା ଟୂର୍ନାମେଂଟରେ ତାଙ୍କୁ ଲାଭ ମିଳିବ । ପାକିସ୍ତାନ ସହିତ ଖେଳିକି ତାକୁ ପରାସ୍ତ କରିବା ଦରକାର । କିନ୍ତୁ ମୋ ପାଇଁ ମୋ ଭାରତ ସର୍ବୋପରି ଅଟେ ଏବଂ ମୋ ଦେଶ ଯାହା ବି ନିଷ୍ପତି କରିବ ମୁଁ ହୃଦୟର ସହିତ ତାହାକୁ ସମର୍ଥନ କରିବି ।

ଅନ୍ୟ ପଟେ ପାକିସ୍ତାନର କପ୍ତାନ ସରଫରାଜ ଅହମଦ କରାଚିରେ କହିଛନ୍ତି କି, ପୁଲୱାମା ଆତଙ୍କି ଆକ୍ରମଣ ପରେ କ୍ରିକେଟକୁ ଟାର୍ଗେଟ କରିବା ନିରାଶ ଜନକ ଅଟେ । ଭାରତ ଏବଂ ପାକିସ୍ତାନର ମ୍ୟାଚ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ହେବା ଦରକାର । ପାକିସ୍ତାନର କପ୍ତାନ ଖେଳକୁ ରାଜନୀତି ଠାରୁ ଦୂରରେ ରଖିବା ପାଇଁ ଅପିଲ କରିଛନ୍ତି । ଏବଂ ଆଗକୁ କହିଛନ୍ତି କି କ୍ରିକେଟ ପ୍ରେମୀମାନଙ୍କର ଇଛାକୁ ଦେଖି ଏହି ମ୍ୟାଚ ଖେଳା ଯିବା ଦରକାର ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଗର୍ବରେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।