ବିଶ୍ଵର ଅଜବ ଗାଁ, 12 ବର୍ଷ ହେଲାଣି ଏହି ଗାଁ’ରେ ଆଦୌ ଜନ୍ମ ହୋଇନାହାନ୍ତି ପୁତ୍ର ସନ୍ତାନ, ବୈଜ୍ଞାନିକ ମାନେ ବି ଜାଣିପାରୁ ନାହାନ୍ତି ରହସ୍ୟ

ବିଶ୍ବରେ ଅନେକ ବିଚିତ୍ରମୟ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳେ । ଏପରି କିଛି ଘଟଣା ଦେଖିବାକୁ ମିଳେ ପୋଲାଣ୍ଡର ଏକ ଗାଁ’ରେ । ଏଠି ଏମିତି ଏକ ଗାଁ’ ରହିଛି ଯେଉଁଠି ପୁଅଙ୍କ ମଡକ ପଡିଛି । ଅର୍ଥାତ ଏହି ଗାଁ’ରେ ଦୀର୍ଘ ୧୨ ବର୍ଷ ହେବ ଜନ୍ମ ହେଉ ନାହାନ୍ତି କୌଣସି ଶିଶୁପୁତ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ନିରାଟ ସତ । ୟୁକ୍ରେନର ସୀମାକୁ ଲାଗି ରହିଥିବା ଦେଶ ପୋଲାଣ୍ଡରେ ରହିଛି ମିଜେସ୍କ ଓଦ୍ରଜେନସ୍କି ନାମକ ଏକ ଗାଁ । ଏଠାରେ ଦୀର୍ଘ ୧୨ ଧରି କେବଳ ଶିଶୁ କନ୍ୟା ଜନ୍ମ ନେଉଛନ୍ତି । ଆଦୌ ପୁଅ ଜନ୍ମ ହୋଇ ନାହାନ୍ତି ।

ଏହି ଗାଁର ଏପରି ରହସ୍ୟ ବିଷୟରେ ଜାଣି ସାଧାରଣ ଲୋକଙ୍କ ସମେତ ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ ହୁଅନ୍ତି । ଏହି ଗାଁ’ରେ ଏମିତି କାହିଁକି ଘଟୁଛି ସମସ୍ତଙ୍କ ପାଇଁ ଏହା ଏକ ରହସ୍ୟ । ଗାଁ’ରେ ପୁଅ ଜଣ ନହେବା ନେଇ ସମସ୍ତେ ଚିନ୍ତାରେ ବେଳେ ଏହାର ସମାଧାନର ବାଟ କାହାରି ପାଖରେ ନାହିଁ । ସେଠାକାର ମେୟର ୨୦୧୯ରେ ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଥିଲେ । ମେୟର କହିଥିଲେ କି ଯଦି କାହାର ପରିବାରରେ ପୁଅ ଜନ୍ମ ହୁଏ ତେବେ ତାଙ୍କ ପରିବାରକୁ ବିଶେଷ ଭାବେ ପୁରସ୍କୃତ କରାଯିବ ।

ଏହାପରେ ବୈଜ୍ଞାନିକ ମାନେ ଏହି ଗାଁ ବିଷୟରେ ଜାଣି ଏହାର ରହସ୍ୟ ପାଇବାକୁ ଅନୁସନ୍ଧାନ କଲେ । କିନ୍ତୁ ଅନେକ ଗବେଷଣା କରିବା ପରେ ବି କୌଣସି ସଫଳତା ପାଇଲେ ନାହିଁ । ସେମାନେ ଜାଣିପାରିଲେ ନାହିଁ ଏହି ଗାଁ’ର ଗୁମର କଥା । ତେବେ ବୈଜ୍ଞାନିକଙ୍କ ବ୍ଯତୀତ ସାମ୍ବାଦିକ ମାନେ ମଧ୍ୟ ଏହି ଗାଁ ଉପରେ ଅନେକ ଗବେଷଣା ଚଳାଇଲେ । କିନ୍ତୁ ଏ ଯାଏଁ ଏହି ଗାଁ’ର ରହସ୍ୟ କେହିବି ଭେଦ କରିପାରିଲେ ନାହିଁ ।

ଏହି ଗାଁ’ରେ ପାଖାପାଖି ୩୦୦ ଲୋକ ବାସ କରନ୍ତି । ଏହି ଗାଁ ବିଷୟରେ କେମିତି ଜଣାପଡିଲା ତାହାବି ଭାରି ରୋଚକ । ଥରେ ଅଗ୍ନିଶମ ବିଭାଗର ଯୁବ ସ୍ଵେଚ୍ଛାସେବୀଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗୀତା ଆୟୋଜିତ ହେଉଥିଲା । ଏହି ଗାଁ’ସ ବୁ ଦଳରେ କେବଳ ବାଳିକା ହିଁ ଥିଲେ । ସେବେଠାରୁ ଏହି ଗାଁ କନ୍ୟାରତ୍ନଙ୍କ ଗାଁ’ ଭାବେ ପରିଚୟ ପାଇଲା । ଏହି ଅଜବ ଗାଁ’ରେ ୨୦୧୦ ମସିହାରୁ ଆଜି ଯାଏଁ କୌଣସି ପୁତ୍ର ସନ୍ତାନ ଜନ୍ମ ନେଇନାହାନ୍ତି ।

ଏଠିକାର ଝିଅମାନେ କିନ୍ତୁ ଘରକାମ ସହ କୃଷି କାମରୁ ଆରମ୍ଭ କରି ଫାୟାର ଷ୍ଟେସନ, ଟ୍ରକ ଚାଳନା, ବ୍ୟବସାୟ, ପ୍ରତିରକ୍ଷା ବିଭାଗ ସବୁଥିରେ ଧୁରନ୍ଧର । ସେଥିପାଇଁ ଏହି ଗାଁ’କୁ କନ୍ୟାରତ୍ନଙ୍କ ଗାଁ’ ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।